STORYMIRROR

Satyabati Swain

Others

3  

Satyabati Swain

Others

ଚେଷ୍ଟା ଓ ପାର୍ଥ

ଚେଷ୍ଟା ଓ ପାର୍ଥ

3 mins
493


ପାର୍ଥ, ମୋ ଛାତ୍ର କାନ୍ଦୁଥିଲା ଚିତ୍ର ପ୍ରତିଯୋଗୀତାରେ ଜିଲ୍ଲା ସ୍ତରରେ କିଛି ହେଲାଣି। ବନା,ପାର୍ଥର ବାପା ଗାଡି ଧକ୍କାରେ ଗୋଟିଏ ଗୋଡ଼ ହରାଇଛି। ବୋଉ ସୁମି ପର ଘରେ ପାଇଟି କରି ଯାହା ମାଗି ଯାଚି ଆଣେ ସେଇଥିରେ ଗୁଜୁରାଣ ମେଣ୍ଟାନ୍ତି ତିନି ପ୍ରାଣୀ । ମଜୁରୀ ଲାଗନ୍ତା ଯେ ସୁମିକୁ ବିଲ କି ଅନ୍ୟ କେଉଁ କାମ ଆସେନି। ଭାରି ଦୁଃଖ କଷ୍ଟରେ ଚଳନ୍ତି।ପାର୍ଥ ତାଙ୍କର ଗୋଟିଏ ବୋଲି ପୁଅ।ଚିତ୍ର କରିବାରେ ଓସ୍ତାତ୍। ସବୁ ବର୍ଷ ଜିଲ୍ଳାଯାଏ ଚୟନ ହୁଏ,କିନ୍ତୁ ସେଇଠୁ କଟି ଯାଏ। ସେଥିପାଇଁ ପାର୍ଥର ମନ ଭାରି ଦୁଃଖ। ଆଉ ଚିତ୍ର ଫିତ୍ର କିଛି କରିବ ନାହିଁ ବୋଲି କହୁଛି। ତୁଳୀ ଭାଙ୍ଗି ଫୋପାଟି ବି ଦେଇଛି ରାଗରେ। ତାକୁ ବୁଝାଇବାକୁ ଓ ତାର ମନ ଖୁସି କରିବା ପାଇଁ ଶ୍ରେଣୀରେ ଗୋଟିଏ ଗପ କହିଲି ।ଗପଟି ମହାଭାରତର ।


          କିଟି ମିଟି ଅନ୍ଧାର ରାତି। ଜଙ୍ଗଲ ଭିତରେ ଶୁଭୁଛି ଧନୁଶରର ଟଣାର ଶବ୍ଦ। ଶରର ଶବ୍ଦ ଚିରି ଦେଉଛି ଅନ୍ଧାର ଛାତି। କୁଆଡୁ ଆସିଛୁ ଏତେ ରାତିରେ ଶର ଚାଳନାର ସାଇଁ ସାଇଁ ଶବ୍ଦ!। କାନେଇଲେ ଗୁରୁଦେଵ ଦ୍ରୋଣାଚାର୍ଯ୍ୟ।ଶବ୍ଦକୁ ଠାବ କରି ଅଗ୍ରସର ହେଲେ ଆଶ୍ରମ ନିକଟସ୍ଥ ଜଙ୍ଗଲ ଭିତରକୁ। ପାଖକୁ ଯାଇ ଦେଖନ୍ତିତ "ଏ କଣ ଅର୍ଜୁନ ତୁମେ! ଏ ଅନ୍ଧାର ରାତିରେ ଶରା ଭ୍ୟାସ!!କଣ ହୋଇଛି ବତ୍ସ!",କୋମଳ ଓ ଜିଜ୍ଞାସୁ କଣ୍ଠରେ ପଚାରିଲେ ଗୁରୁ ଦ୍ରୋଣାଚାର୍ଯ୍ୟ।

       ବିନୟ ଓ ନମ୍ର ତାର ସହ ଅର୍ଜୁନ କହିଲେ "ଗୁରୁ ଦେବ ଆପଣ ବାରମ୍ବାର ଆଶ୍ରମରେ ଧନୁର୍ବିଦ୍ୟା ଶିଖାଇଲେ ମଧ୍ୟ ମୁଁ ଚକ୍ର ଭିତର ବିନ୍ଦୁକୁ ଶର ନିକ୍ଷେପ କରି ପାରୁନାହିଁ।ଲକ୍ଷ୍ୟ ମୋର ଭ୍ରଷ୍ଟ ହେଉଛି। ଯାହା ମୋତେ ଅତିବ କଷ୍ଟ ଦେଉଛି। ମନ ଅସ୍ଥିର ହେଉଛି। କଣ କଲେ ଶର ଚାଳନା ରେ ମୋର ଲକ୍ଷ୍ୟ ଅଵ୍ୟର୍ଥ ହେବ ସେଇ ଚିନ୍ତା ଅହରହ ମୋତେ ଦଂଶୁଛନ୍ତି"।

           ଆଜି ରାତି ଅନ୍ଧାରରେ ଭାଇ ଭୀମ ଲୁଚି ଲୁଚି କ୍ଷୀର ଖାଉଥିଲେ। ଦେଖି ଦେଇ ମୁଁ ପଚାରିଲି" ମଝିଆଁ ଭାଇ ଅନ୍ଧାରରେ କେମିତି ଖାଉଛ"?ସେ ମୋତେ କହିଲେ "ଆରେ ଅର୍ଜୁନ ହାତର ବି ଆଖି ଥାଏ। ଦେଖୁନୁ କ୍ଷୀରି ଅନ୍ଧାର ହେଲେବି ପାଟିକୁ ହିଁ ଯାଉଛି"।ଗୁରୁଦେବ,ମୁଁ ଭାବିଲି ହାତର ଯଦି ଆଖି ଅଛି ତେବେ ଅନ୍ଧାର ରାତିରେ ମୁଁ କାଇଁକି ଧନୁର୍ବିଦ୍ୟା ଶିଖି ପାରିବି ନାହିଁ?ସେଇଥିପାଇଁ ରାତିରେ ଜଙ୍ଗଲ ଭିତରେ ଗଛ ଗଣ୍ଡିରେ ଚକ୍ର କାଟି ଧନୁର୍ବିଦ୍ୟା ଅଭ୍ୟାସ କରୁଛି ଗୁରୁଦେବ।କ୍ଷମା କରିବେ ଆପଣଙ୍କ ନିଦ୍ରାରେ ବ୍ୟାଘାତ ସୃଷ୍ଟି କରିଥିବାରୁ।ମୋତେ ଯେମିତି ହେଲେ ଚକ୍ର ମଝି ବିନ୍ଦୁକୁ ଶର ମାରିବାର ଅଛି।ମୁଁ ସେଇଠି ମୋ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଚେଷ୍ଟା କରୁଛି ଅଜ୍ଞା।

       ଅଵିଭୂତ ଗୁରୁ ଦ୍ରୋଣାଚାର୍ଯ୍ୟ ଅର୍ଜୁନର ଉତ୍ତରରେ।ତାପରଦିନ କୌରବ ଶହେ ଓ ପାଣ୍ଡଵ ପାଞ୍ଚ ଭାଇଙ୍କୁ ସେ ଅର୍ଜୁନଙ୍କ କଥାକୁ ପ୍ରେତ୍ୟେକ ଶିଷ୍ୟ ପାଳନ କରିବା ଉଚିତ ବୋଲି ପରାମର୍ଶ ଦେବା ସହ କହିଲେକି "ସଫଳତା ପାଇଁ ବାରମ୍ବାର ଚେଷ୍ଟା ମନୋବୃତ୍ତି ହିଁ ଜଣକୁ ତାର ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇ ପାରିବ।ଏଣୁ ପ୍ରତ୍ୟେକ ବ୍ୟକ୍ତି ଚେଷ୍ଟାରୁ ନିବୃତ୍ତ ନ ହୋଇ ଅସଫଳ ହେଲା ବୋଲି ଚେଷ୍ଟା ଛାଡ଼ିଦେବା ମନୋବୃତ୍ତି ପରିହାର କରିବା ଉଚିତ।ତେବେ ଯାଇ ଲକ୍ଷ୍ୟ ହାସଲ ହେବ"।

          ଗପଟି ଶୁଣି ସାରିଲା ପରେ ପାର୍ଥ କାନ୍ଦୁରା ମୁହଁରେ ଟିକେ ହସ ଓ ଆତ୍ମ ବିଶ୍ୱାସ ଫୁଟି ଉଠିଥିବାର ସେଦିନ ମୁଁ ଲକ୍ଷ୍ୟ କରିଥିଲି।

            ଆନନ୍ଦର କଥା ପାର୍ଥ ଛଅ ଥର ପରେ ସାତ ଥରକୁ ଖାଲି ରାଜ୍ୟ ସ୍ତାରୀୟ ଚିତ୍ର ପ୍ରତିଯୋଗିତା ନୁହେଁ ରାଜଧାନୀ ଦିଲ୍ଲୀ ଯାଇଥିଲା ଓଡ଼ିଶାର ସର୍ବଶ୍ରେଷ୍ଠ ଚିତ୍ର ପ୍ରତିଯୋଗିତା ପାଇଁ ସେଠିବି ପ୍ରଥମ ହୋଇ ଗୋଲଡ଼ ମେଡାଲ ପାଇଛି।

      ଫେରିଲା ପରେ ମେଡାଲଟି ଧରି ସିଧା ମୋ ପାଖକୁ ଆସିଛି ଏବଂ ମୋ ପାଦ ଧୂଳି ନେଇ କହୁଛି ଆପଣ ସତ କହିଥିଲେ ମ୍ୟାମ୍ ବାରମ୍ବାର ଚେଷ୍ଟା ମଣିଷକୁ ତା ଲକ୍ଷ୍ୟ ସ୍ଥଳରେ ପହଂଚାଏ। ଏଇ ଦେଖନ୍ତୁ ଏଇ ଚେଷ୍ଟାର ଫଳ ଏ ମେଡାଲ ,ଏ ସର୍ଥୀଫିକେଟ ଏବଂ ପଚାଶ ହଜାର ଟଙ୍କାର ଚେକ୍। ମୋ ବାପା ଗୋଡ଼ ଏଥିରେ ଚିକିତ୍ସା କରେଇବି।ଆଉ ମୋ ବୋଉ ପାଇଁ ବଢିଆ ଶାଢ଼ୀ ଖଣ୍ଡେ କିଣିବି।ତା ଛଡା ମୋତେ ମେଟ୍ରିକ ପରେ ରାଜ୍ୟ ସରକାର ଆର୍ଟ ଆଣ୍ଡ୍ କ୍ରାଫ୍ଟ କଲେଜରେ ନାମ ଲେଖାଇ ମାଗଣାରେ ପଢ଼ାଇବାର ସୁଯୋଗ ଦେବେ। ତୃତୀୟ ଶ୍ରେଣୀରୁ ଚେଷ୍ଟା କରି କରି ନବମ ଶ୍ରେଣୀରେ ମୋ ସ୍ବପ୍ନ ପୁରାଣ ହେଲା ମ୍ୟାମ୍।

        ମୁଁ ତା ମୁଣ୍ଡ ଆଉଁସି କହିଲି ହଁ ରେ ବାବା ବାରମ୍ବାର ଚେଷ୍ଟା ତୋ ସଫଳତା ପାଇବାପରି ଖୁସି,ନାମ,ଅର୍ଥ ଓ ସୁନ୍ଦର ଭବିଷ୍ୟତ ଅଜାଡି ଦିଅନ୍ତି। ଜୀବନରେ କେବେ କୌଣସି ଦିନ ଅସଫଳ ହେଲୁ ବୋଲି ଚେଷ୍ଟା କରିବା ଛାଡ଼ିବୁନି ବାପ।ତୁ ଆହୁରି ନାଁ କର।ବାପା , ମା , ଗାଁ,ରାଜ୍ୟ ଦେଶର ନାଁ ବି ରଖ।

        ପାର୍ଥ ଏବେ ଓଡ଼ିଶାର ଜଣେ ନାମଜାଦା ଆର୍ଟିଷ୍ଟି।


Rate this content
Log in