Bidulata Sahoo

Others

3  

Bidulata Sahoo

Others

ଚେକ୍

ଚେକ୍

1 min
200


ନନ୍ଦବାବୁ ଆମ ପଡୋଶୀ |ଛୋଟ ପରିବାର |ଗୋଟିଏ ମାତ୍ର ଝିଅ |ତାକୁ କୋଡିଏ ବର୍ଷ ହେଲାଣି |

   ଦିନେ ସକାଳୁ ସକାଳୁ ତାଙ୍କ ସ୍ତ୍ରୀ ହଠାତ୍ ଆମ ଘରକୁ ପଶି ଆସିଲେ |ତାଙ୍କ ହାତରେ ଗୋଟିଏ ଚେକ୍ ଥିଲା |ସେ ଭୋ ଭୋ କାନ୍ଦି ଚେକଟିକୁ ମୋ ହାତକୁ ଦେଇ ମୋ ହାତକୁ ଜାବୁଡି ଧରି କହିଲେ ନାନୀ, ନନ୍ଦବାବୁଙ୍କର ଷ୍ଟ୍ରୋକ୍ ହୋଇଯାଇଛି |ଆମ୍ବୁଲାନସ ଆସିଲାଣି |ମୁଁ ଯାଉଛି |


ତୁମ ବୋହୂତ ବ୍ୟାଙ୍କରେ ଅଛି |ତାକୁ କହି ଟିକିଏ ଟଙ୍କା ଆଣି ମୋ ଝିଅକୁ ଦେବେ |ମୁଁ ଚେକଟି ନେଇ ବୋହୂକୁ ଦେଲି |ସେ କହିଲା ଏଥିରେତ ଲକ୍ଷେ ଟଙ୍କା ଲେଖାଯାଇଛି |ବିଅରର୍ ଚେକରେ ତ ମୋଟେ କୋଡିଏ ହଜାର ଟଙ୍କା ଦେଇ ହେବ |


ମୁଁ କହିଲି ଆଉ କଣ ଉପାୟ ଅଛି ?ସେ କହିଲା ମୁଁ ମୋଆଇଡିରେ ଆଣିପାରିବି |କିନ୍ତୁ କିଛି ଅସୁବିଧା ହେଲେ ମୋ ରିସ୍କି |


ମୁଁ କହିଲି ଜଣକ ଜୀବନ ସଂକଟାପର୍ଣ୍ଣ ।ଟିକିଏ ରିସ୍କି ନେଲେ ଯଦି ଜଣକ ଜୀବନ ରକ୍ଷା ହୋଇଯାଏ ତେବେ ତୁ ରିସ୍କି ପାଇଁ ଏତେ ବ୍ୟସ୍ତ ହନି |

ମୋ କଥାଶୁଣି ସେ ଚେକରେ ଟଙ୍କା ଉଠାଇ ତାଙ୍କ ଝିଅକୁ ଦେଇଦେଲା |ନନ୍ଦବାବୁ ଏବେ ଭଲହୋଇ ଘରକୁ ଆସିଲେଣି |


Rate this content
Log in