Dr Jharana Satapathy

Others

3  

Dr Jharana Satapathy

Others

ଚାନ୍ଦ

ଚାନ୍ଦ

2 mins
802


ଚାନ୍ଦ

ଭଲପାଇବା ମଣିଷର ଏକ ସ୍ବଭାବିକ ଗୁଣ ।ପଶୁମାନଙ୍କ ପ୍ରତି ମଣିଷମାନଙ୍କ ରହିଥାଏ ଅଶେଷ ଭଲପାଇବା ।ସିଏ ପୋଷା ଜନ୍ତୁ କୁକୁର ହେଉ କିମ୍ବା ବିଲେଇ,ଶୁଆ ଏବଂ ଗୋମାତା ଇତ୍ୟାଦି ।

ଗାଇକୁ ମାତା ରୂପେ ପୂଜା କରାଯାଏ ।ଗୋମାତା ଦେହରେ ସାକ୍ଷାତ୍ ଭଗବାନ ବିରାଜମାନ କରିଥାନ୍ତି ।ଗାେ ସେବା ହିଁ ଆମର ପରମ ଧର୍ମ ।ଗାଇକୁ ସ୍ପର୍ଶ କରିବାମାତ୍ରେ ମନୁଷ୍ୟ ସବୁ ପ୍ରକାର ପାପରୁ ମୁକ୍ତ ଲାଭକରିଥାଏ ।ଗୋମାତାସେବାକଲେମନୁଷ୍ୟଧର୍ମ,ମୋକ୍ଷ,କାମ,ଅର୍ଥ ଆଦି ଚତୁଃବର୍ଗ ଫଳ ପାଇଥାଏ ।

ଆଜି କାହିଁକି ମୋ କୁକୁର ଜିନିକୁ ଗେଲ କଲାବେଳେ ମନେପଡିଗଲା ଆମ ଘରେ ଥିବା ଚାନ୍ଦର କଥା। ନାଟି ତାର ଚାନ୍ଦ ।ଦେଖିବାକୁ ବହୁତ ସୁନ୍ଦର।କଳାମିଚି ମିଚି ଦେହର ମୁଣ୍ଡରେ ଛୋଟିଆ ଧଳା ଚାନ୍ଦଟିଏ ।ସେଥିପାଇଁ ସରଧାରେ ତାକୁ ଚାନ୍ଦ ନାମରେ ଡାକୁଥିଲୁ ।ସିଏ ଯେଉଁଠି ଥାଏ ଚାନ୍ଦ ବୋଲି ଡାକିଦେଲେ ପାଖକୁ ଦୌଡି ଆସେ।ମୁଁ ତାକୁ ବହୁତ ଗେଲ କରୁଥାଏ।ତାର କୁନି ବାଛୁରୀ(କାଳିଆ) ଆମ ସମସ୍ତଙ୍କ ଅତି ପ୍ରିୟ ହୋଇଥାଏ ।

ଆମ ପରିବାରର ଅମାପ ସ୍ନେହରେ ବାନ୍ଧିହୋଇଥାଏ।ପଶୁ ହେଲେ କଣ ହେଲା ପରିବାରର ପ୍ରତ୍ୟେକ ସଦସ୍ୟକୁ ଜାଣିଥାଏ।ମୁଁ ତାକୁ ଗେଲ କରିବା ସହ ଅନ୍ୟ ଭାଇ ଭଉଣୀମାନେ ତାକୁ ଭାରି ଭଲ ପାଆନ୍ତି।ଟିକେ ଆଉଁସି ଦେଲେ ବେକ ଉଠାଇ ଗେଲ କରିବା ପାଈଁ କହୁଥାଏ।

ଆଉ ତାର କୁନି ବାଛୁରି କାଳିଆ କଥା କହିଲେ ନ ସରେ।ଥରେ କାଳିଆ କେଉଁଠି ଅଛୁ କହିଦେଲେ ହମ୍ବା ରଡି ଛାଡି ପାଖକୁ ଦୌଡି ଆସେ।ସେ ଜାଣିଦିଏ ତା ନା ହେଉଛି କାଳିଆ।ଚାନ୍ଦ ଆମର ଚରିବାକୁ ଗଲେ କୁନି ବାଛୁରୀ କାଳିଆ ଗୁହାଳେ ନ ରହି ଘର ଭିତରେ ହିଁ ରହିଥାଏ।ଆମ ଘରେ ଥିବା ଚାକର ନରସିଂହ ଗାଇମାନଙ୍କ କଥା ବୁଝେ।

ବିଶ୍ବାସ ନ ହେଲେ ବି ସତ ମୋ ନାନୀ ବାହାହୋଇ ଶାଶୁଘରକୁ ଯିବା ସମୟରେ ଚାନ୍ଦ ପାଖକୁ ଯାଇ ତାକୁ ଧରି କାନ୍ଦିଥିଲା ।ଚାନ୍ଦ ମଧ୍ୟ ଜାଣିପାରିଥିଲା ମୋ ନାନୀ ତାର ଶାଶୁଘରକୁ ଯାଉଛି ବୋଲି । ସିଏ ସେହିଦିନଠୁ କିଛି ଖାଇ ନ ପିଇ ଲୁହ ଗଡାଇ ଏମିତି ଛିଡାହୋଇରହୁଥିଲା।ଆମେ ମଧ୍ୟ ତା ପାଖକୁ ଗଲେ ମୁହଁ ବୁଲାଇରହିଥାଏ।ନା ଚାନ୍ଦ ଡାକିଲେ ଶୁଣେ ନା ବୋବାଏ।ଦିନରାତି ଆଖିରୁ ଲୁହ ଧାର ବୋହୁଥାଏ।ମେଲାଣି ପାଈଁ ମୋ ନାନୀ ଭିଣୋଇ ଯେତେବେଳେ ଘରକୁ ଆସିଥିଲେ ଚାନ୍ଦ ମୋ ନାନୀର ପାଟିଶୁଣି ହମ୍ବା ହମ୍ବା ରଡିଛାଡିଥିଲା। ଚାନ୍ଦ ନାନୀକୁ ଦେଖି ଖୁସିରେ ବିଭୋର ହୋଇ ତାକୁ ଚାଟିଦେଇଥିଲା ଏଵଂ ପେଟଭତ୍ତି ଖାଇଥିଲା।

ଏବେ ତ ଆଉ ଚାନ୍ଦ ନାହିଁ ତାର ସେହି ଭଲପାଇବା ସ୍ମୃତି ହୋଇରହିଯାଇଛି ସବୁଦିନ ପାଈଁ ।ନା ଅଛି ଚାନ୍ଦ, ନା ଅଛି କୁନି ବାଛୁରୀ କାଳିଆ,ନା ଗୁହାଳ ।

ଡକ୍ଟର ଝରଣା ଶତପଥୀ

ଭୁବନେଶ୍ବର


Rate this content
Log in