ଚାମଚ
ଚାମଚ
ଆମ କ୍ୟାଣ୍ଟିନ୍ ରେ ବିନା ଚାମଚରେ କେହି ଖାଉନଥିବାର ପ୍ରଥମ ଥର ଦେଖିଲି। ବ୍ରେକଫାଷ୍ଟ ହେଉକି ଲଞ୍ଚ ସବୁଥିରେ ସମସ୍ତଙ୍କ ଚାମଚଟା ନିହାତି ଦରକାର। ଦୁଇଟି କ୍ୟାଣ୍ଟିନ୍ ଗୋଟିଏ ଡାକ୍ତର ଓ ଆଉ ଗୋଟାଏ ଷ୍ଟାଫ୍ କ୍ୟାଣ୍ଟିନ୍। ଅବଶ୍ୟ ଉଭୟ କ୍ୟାଣ୍ଟିନ୍ ମଧ୍ୟରେ ବେଶ୍ ଫରକ ତଥାପି ଉଭୟରେ ଚାମଚର ବେଶ୍ ଗୁରୁତ୍ବପୂର୍ଣ୍ଣ। ମୋତେ ଏ ମଣିଷ ମାନଙ୍କର ଖାଇବାର ଶୈଳୀ ଦେଖି ଭାରି ରାଗ ଲାଗେ। ଖାଇବା ପାଇଁ ଭଗବାନ ଦୁଇଟା ହାତ ଦେଇଛନ୍ତି ପୁଣି କଣ ଚାମଚର ଆବଶ୍ୟକ।
ଦିନେ ଦିନେ ଚାମଚ ୱାସିଂ ହୋଇ ଆସିବା ଡେରି ହେଲେ ପୁରା ପାଟି ତୁଣ୍ଡ ଆରମ୍ଭ ହୋଇଯାଏ। ଯେମିତି ହେଲେ ସେମାନେ ଚାମଚରେ ଖାଇବାଟା ଦରକାର।
ଏପଟେ ଆମ ସୁପରଭାଇଜର ଚାମଚ ପାଇଁ ତାଗିତ କରି କହୁଥାଏ -ଯେତିକି ଚାମଚ ଦିଆଯାଇଛି ସବୁ ଫେରାଇବ ନଚେତ କିଣି ଦେବ ଆଉ କଣ କରିବ କିନ୍ତୁ ମୋର ହିସାବ ଦରକାର।
ସାମାନ୍ୟ ଚାମଚ ପାଇଁ କେତେ କଣ କରିବାକୁ ପଡୁଛି ମୁଁ ଏତେ ଦିନ ରହିବା ଭିତରେ କାହିଁ ଥରେ ହେଲେ ଚାମଚରେ ଖାଇନି।
ଚାମଚରେ କଣ ଅଧିକ ସ୍ବାଦ ଲାଗିବ ନା ଶୀଘ୍ର ପେଟ ପୁରିବ।
ମୁଁ ଏ ସବୁ ଜାଣେନି ହାତ ସାହାଯ୍ୟରେ ଖାଦ୍ୟ ଖାଇବା ସତରେ କେତେ ବଢିଆ ଲାଗେ ଏହି ଚାମଚ ଧରା ମଣିଷ ମାନଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ଇଛା ହେଉଛି।
