Satyabati Swain

Children Stories Inspirational

3  

Satyabati Swain

Children Stories Inspirational

ବ୍ୟାଘ୍ରର ସ୍ୱର୍ଗ ଖୋଜା

ବ୍ୟାଘ୍ରର ସ୍ୱର୍ଗ ଖୋଜା

3 mins
198



ଏମିତି କଥା ଆମେ ଜାଣୁ ମହାଭାରତରେ ମହାରାଜ ଯୁଧିଷ୍ଠିର ହିମାଳୟ ପର୍ବତରେ ଚଢି ସେହି ବାଟେ ସ୍ୱର୍ଗକୁ ଯାଇଥିଲେ। ସାଙ୍ଗରେ ଯାଇଥିବା ଚାରି ଭାଇ ଓ ପତ୍ନୀ ଦ୍ରୌପଦୀ ସମସ୍ତେ ବାଟରେ ପଡ଼ି ପ୍ରାଣ ତ୍ୟାଗ କରିଥିଲେ। ତେବେ ହିମାଳୟ ଉପରେ ସ୍ୱର୍ଗ କି?କିଏ କହିବ ହିମାଳୟ ଉପରେ କଣ ଅଛି ?


ସେବେଠୁ ଏବେ ଯାଏ ସତେକି ହିମାଳୟ ହାତ ଠାରି ମଣିଷକୁ ଡାକେ ଆସ ସ୍ୱର୍ଗ ଦେଖିବ। ଏଇ ଆହ୍ୱାନ ମଣିଷକୁ ବାରମ୍ବାର ଚେଷ୍ଟା କରିବାକୁ ବାଧ୍ୟ କରୁଥିଲା ହିମାଳୟ ଉପରକୁ ଯିବାକୁ ;ସ୍ୱର୍ଗ ଅନ୍ୱେଷଣରେ।


କିନ୍ତୁ କେହି ସଫଳ ହେଉ ନଥିଲେ। ଏତେ କଷ୍ଟସାଧ୍ୟ ଯାତ୍ରା କେତେ ମଣିଷଙ୍କୁ ନିଶ୍ଚିହ୍ନ କରି ଦେଇଛି ତାର ହିସାବ ହୁଏତ ଇତିହାସ ଦେଇ ନ ପାରେ। ପୃଥିବୀର ସବୁଠାରୁ ବଡ଼ ପର୍ବତ ଶ୍ରେଣୀ ହିମାଳୟ। ଏହାର ଯେତେ ଶୃଙ୍ଗ ଅଛି ଏଭେରେଷ୍ଟ ସବୁଠାରୁ ଉଚ୍ଚତମ ଶୃଙ୍ଗ।ଏହା ଉପରେ ଭିଷଣ ପରଫ ଝଡ଼ ଓ ହାଡ ଭଙ୍ଗା ଶୀତ ଅନୁଭୂତ ହୁଏ। ଅମ୍ଳଜାନର ଘୋର ଅଭାବ।ସାଙ୍ଗରେ ଅମ୍ଳଜାନ ନଥିଲେ କିବା ଅମ୍ଳଜାନ ସରିଗଲେ ମୃତ୍ୟୁ ଅଵଶ୍ୟମ୍ଭାବୀ। ପୁଣି ବରଫ ଭିତରେ ଅଛି ବଡ଼ ବଡ଼ ଗାତ। ଟିକେ ଅସବଧାନ ହୋଇ ଖସି ପଡିଲେ ଆଉ ରକ୍ଷା ନାହିଁ।


' ବ୍ୟାଘ୍ର 'ଖୋଜୁଥିଲା ସ୍ୱର୍ଗର ଠିକଣା। ସେ ତ ପିଲାଦିନୁ ମନ ତଳେ ଗୋଟିଏ ସ୍ବପ୍ନ ପାଳିଥିଲା ସ୍ୱର୍ଗ ଦେଖିବ।ହିମାଳୟ ଉପରେ ନିଜ ପାଦ ଚିହ୍ନ ଆଙ୍କିବ। ସେ ବା ବ୍ୟାଘ୍ର ଥିଲା। ପାହାଡ଼ ଦେହ ପରି ତା ଦେହ ସେତିକି ଟାଣ,ଅସୀମ ସାହାସ,ଅକଳନ ଶକ୍ତି,ଭରପୁର ଦୃଢୋକ୍ତି।ଏଣୁ ସେ ବାଟ ଖୋଜୁଥିଲା ତା ଭିତରେ ଥିବା ସ୍ୱପ୍ନର ମଞ୍ଜିକୁ ବିରାଟ ଗଛରେ ପରିଣତ କରିବା ପାଇଁ।


ଉଣେଇଶ ଏକୋଇଶି ମସିହା ଠାରୁ ଉଣେଇଶ ବାଉନ ମସିହା ପର୍ଯ୍ୟନ୍ତ ୟୁରୋପୀୟ ଆରୋହୀ ଦଳ ଏଭେରେଷ୍ଟ ଚଢ଼ିବାକୁ ବାରମ୍ବାର ଚେଷ୍ଟା କରି ଅସଫଳ ମୁହଁ ଦେଖୁଥିଲେ। କିନ୍ତୁ ଉଣେଇଶ ତେପନ ମସିହା ମାର୍ଚ୍ଚ ମାସରେ ଗୋଟିଏ ଦଳ ଏଭେରେଷ୍ଟ ଶୃଙ୍ଗ ଆରୋହଣ ଅଭିଯାନ ଆରମ୍ଭ କଲେ।ସେଇ ଦଳରେ ଥିଲା ବ୍ୟାଘ୍ର ନାମକ ଏକ ଯୁବକ। ଦଳର ଅନ୍ୟ ମାନେ ଉପରକୁ ଉଠିବା ସାମର୍ଥ୍ୟ ଓ ମନୋବଳ ହରାଇ ଓହରି ଆସିଲା ବେଲେ ଦୁଇଜଣ ସାହସୀ ଯୁବକ ଏକାଆଶୀ ଦିନର କଠିନ ବାଧା ବିଘ୍ନ ଯାତ୍ରା ଅତିକ୍ରମ କରି ଶୃଙ୍ଗ ଉପରକୁ ଉଠିଗଲେ। ଆଃ କି ଆନନ୍ଦ,କି ଅବର୍ଣ୍ଣନୀୟ ଖୁସି! ସେଇ ଯୁବକ ଦୁହେଁ ପରସ୍ପରକୁ ମହା ଆନନ୍ଦରେ ଆଲିଙ୍ଗନ କରି ଶୃଙ୍ଗ ଉପରକୁ ଉଠି ଥିବାରୁ ଈଶ୍ୱରଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ ପୂର୍ବକ ଭାରତ,ନେପାଳ,ଇଂଲଣ୍ଡ ଓ ଜାତିସଂଘର ପତାକା ଉଡାଇ ଇତିହାସ ହୋଇଗଲେ ସମସ୍ତ ସମୟ ପାଇଁ।


ଏହି ଦୁଇ ଦୁଃସାହସୀ ବୀର ଯେଉଁ ଅଦ୍ଭୁତ ପୂର୍ବ କାର୍ଯ୍ୟ କରି ବିଜୟ ଗୌରବ ଲାଭ କଲେ ସେ ହେଲେ ଆମ ଦେଶର ଶେରପା ତେନ୍ଜିଙ୍ଗ୍ ଏବଂ ଅନ୍ୟ ଜଣକ ନିୟୁଜିଲାଣ୍ଡବାସୀ ଏଡ଼ମଣ୍ଡ ହିଲାରୀ। ପୃଥିବୀ ବାସୀ ସେ ଦୁହିଁଙ୍କ ଅସୀମ ସାହସ ଓ ବୀରତ୍ୱ ପାଇଁ ଧନ୍ୟ ଧନ୍ୟ କଲେ।


ନେପାଳରେ ଜନ୍ମିତ କିନ୍ତୁ ଭାରତ ବାସିନ୍ଦା ଶେରପା ତେନ୍ଜିଙ୍ଗ୍ ଅମିତ ସାହସୀ ଥିଲେ । 'ଶେର୍ ପା ଅର୍ଥ ବ୍ୟାଘ୍ର '।ସତରେ ସେ ବ୍ୟାଘ୍ର ନାମକୁ ଯଥାର୍ଥ ପ୍ରତିପାଦନ କରି ବ୍ୟାଘ୍ର ପରି ନିର୍ଭୟରେ ଏଭେରେଷ୍ଟ ଶୃଙ୍ଗ ଉପରକୁ ଉଠି ପାରିଥିଲେ।


ଶେର୍ ପାଙ୍କ ଜୀବନୀ କିନ୍ତୁ ବହୁତ କୌତୁହଳ ପ୍ରଦ।ପିଲା ଦିନେ ୟୁରୋପୀୟ ପର୍ବତ ଆରୋହଣ କଥା ଶୁଣି ଶୁଣି ତାଙ୍କର ଖୁବ୍ ଆଗ୍ରହ ବଢ଼ିଲା ସେ ବି ପର୍ବତ ଆରୋହଣ କରନ୍ତେ କି।ଏଇ ସ୍ବପ୍ନଟି ତାଙ୍କୁ ନେପାଳରୁ ଦାର୍ଜିଲିଂକୁ ନେଇ ଆସିଲା। ପ୍ରଥମେ ସେ ପର୍ବତ ଚଢାଳି ମାନଙ୍କର କୁଲି ରୂପେ କାମ କଲେ।ପର୍ବତ ଚଢାଳି ମାନଙ୍କୁ ପର୍ବତ ଉପରକୁ ବାଟ ଦେଖାଇବା,ତାଙ୍କ ବୋଝ ବୋହିବା କାମରେ ନିଯୁକ୍ତ ଥିଲେ। ଭାଗ୍ୟ ଦେବୀ ପ୍ରସନ୍ନ ହେତୁ ତାଙ୍କ ସାହସ,ବଳ,ଓ ଦମ୍ଭ ଦେଖି ପର୍ବତ ଆରୋହି ଦଳ ତାଙ୍କୁ ନିଜ ଦଳରେ ଜଣେ ଚଢାଳି ରୂପେ ଅନ୍ତର୍ଭୁକ୍ତ କରିନେଲେ। ସେମାନେ କଣ ସେତେବେଳେ ଜାଣିଥିଲେ ଏଇ କୁଲି ଯୁବକଟି ନୂତନ ଇତିହାସ ସୃଷ୍ଟି କରିବ?ଏହି ସୁବର୍ଣ୍ଣ ସୁଯୋଗର ସଦ୍ ବ୍ୟବହାର କରି ଶେର୍ ପା ପ୍ରଥମ ଏଭେରେଷ୍ଟ ଚଢାଳି ଭାବେ ଇତିହାସ ରଚିଲେ।


ତାଙ୍କ ଭିତରେ ଚଢ଼ିବା ଦକ୍ଷତା,ମନୋବଳ,ସାହସ,ଦମ୍ଭ ଓ ସ୍ବପ୍ନ ଟିଏ ଥିଲା। କେବଳ ସୁଯୋଗ ଅପେକ୍ଷାରେ ତାଙ୍କ ଅନ୍ତନିର୍ହିତ ଶକ୍ତି ଶୋଇ କି ଥିଲା। ନେପାଳ ଛାଡି ଭାରତରେ ସ୍ଥାୟୀ ବାସ କରୁଥିବାରୁ ଭାରତ ସରକାର ତାଙ୍କ ପାଇଁ ବାସଗୃହ ଓ ବୃତ୍ତୀ ଖଞ୍ଜି ଦେଇଛନ୍ତି। ଆଜି ତେନ୍ଜିଙ୍ଗ୍ ଙ୍କ ଗୌରବରେ ଭାରତ ଗୌରବାନିତ୍ୱ।


ଦେଖନ୍ତୁ ତ କେହି କଣ ବିଶ୍ୱାସ କରିଥିଲା କୁଲି ଯୁବକ ଟି ଏଭେରେଷ୍ଟ ଚଢାଳି ଗୌରବି ବିମଣ୍ଡିତ ହୋଇ ଯିବ?ଏଣୁ ସେମିତି ସ୍ୱପ୍ନ ଦେଖିବା ଉଚିତ ଓ ସ୍ବପ୍ନକୁ ମନ ଭିତରେ ସାଇତି ଚେଷ୍ଟାରେ ବ୍ରତୀ ହେଲେ କୁଲି କଣ ଯେ କେହି ବି ଇତିହାସରେ ନିଜ ନାଁ ନିଶ୍ଚୟ ଯୋଡିବ ଏହା ଶେର୍ ପା ତେନିଜିଙ୍ଗ୍ ଆମକୁ କୁହନ୍ତି।


ଶେଷରେ ବ୍ୟାଘ୍ର କୁହା ଯାଉଥିବା ଯୁବକ ଶେର୍ ପା ତେନ୍ ଜିଙ୍ଗ୍ ସ୍ୱର୍ଗର ଠିକଣା ପାଇଁ ହିମାଳୟ ଉପରେ ଭାରତୀୟ ଜାତୀୟ ପତାକା ଉଡାଇ ପାରିଥିଲେ।


Rate this content
Log in