The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Pratima Das

Others

4.8  

Pratima Das

Others

ବର୍ଷା ଆଉ ତାତି

ବର୍ଷା ଆଉ ତାତି

4 mins
625


ହାଲୋ !


ଠିକ ଅଛ !


ଆଇ ଆମ୍ ଓକେ ବେବି । ଏକଦମ୍ ଠିକ।


ଏଠି ପ୍ରଚୁର ବର୍ଷା,ଶୀତ ବି ମନୀଷା ଆନମନା ହୋଇ କହିଲେ। ମନୀଷା ବାହାରେ ବର୍ଷାର ଉଦ୍ଦାମତା ଆଉ ଛନ୍ଦକୁ ଅନ୍ୟମନସ୍କ ହୋଇ ଉପଭୋଗ କରୁଥିଲେ ସିନା ଏକ ବିରହ ବେଦନାରେ ଜର୍ଜରିତ ଥିଲେ ତାଙ୍କ ସ୍ବରରୁ ସ୍ପଷ୍ଟ ବାରି ହୋଇ ପଡୁଥିଲା ।


ହାଲୋ ବେବି ! ଟେକ କେୟାର । ଆଉ ମାତ୍ର ଛ'ମାସ ।


ଛ'ମାସ କିପରି ମାତ୍ର ହୋଇପାରେ ? ମନୀଷା ନିଜକୁ ପଚାରିଲେ । ଏତିକି କହି ଅଙ୍ଗେ ଅଙ୍ଗେ ବର୍ଷାର ଛିଟାକୁ ବାଲକୋନିରୁ ଉପଭୋଗ କରୁଥିବା ମନୀଷା ମୋବାଇଲ ସ୍କ୍ରିନକୁ ଚାହିଁଲେ । ଛି କି ଅବସ୍ଥା ମାନବଙ୍କର ! ୟୁ ଧୋଖାବାଜ, ଫ୍ରଡ….। ପାଟିରୁ ଏସବୁ ବଡ଼ ପାଟିରେ ବାହାରି ଆସୁଥିଲା।


ନୋ ମନୀଷା ! ନୋ !


ଟିକେ ରହିଯାଅ । ଛି କହି ମୁହଁ ଫେରାନା କି ସତ୍ୟଟି କଣ ନଜାଣି ପାଟିକରି ଫୋନ କାଟିନା । କିଏ ଭିତରୁ ମନୀଷାକୁ ହୁସିୟାର କଲା । ମାନବ ଏବେ ଥାଇଲାଣ୍ଡରେ । ଏକ ସୁସଜ୍ଜିତ କୋଠରୀର ବେଡ ଉପରେ ମାନବ ଏକ ଅନିନ୍ଦ୍ୟ ଥାଇ ରମଣୀସହ । ନିବସ୍ତ୍ର କହିଲେ ଚଳେ । ଆଉ  ମାନବ ବହୁତ ୱ୍ବାଇନ୍ ପି ରଖିଛନ୍ତି ବୋଧେ। ନିଶାରେ ଚୂର ଜଣା ପଡୁଛନ୍ତି । ଆଉ ଭିଡିଓ କଲରେ ଭୂଲରେ ହାତ ବାଜିଯାଇଛି । ଏପଟେ ମନୀଷା ସହ


କଥା ହେଉଛନ୍ତି , ଛି ......ସେପଟେ ସେ ....।


ମନିଷା ଆଉ ସହ୍ୟ କରି ପାରିଲାନି କିଛି ନ କହି ଫୋନ କାଟିଦେଲା ।


ପ୍ରତିବର୍ଷ ୪/୬ ମାସ ତାଙ୍କର ବାହାରେ କଟେ । ବାହାଘର ଏଇ ଚାରିବର୍ଷ ହେଲା । ମନୀଷାର ସନ୍ଦେହ ଆସିଛି ମଝିରେ ମଝିରେ ମାନବ ଉପରେ । ଏତେ ସେକ୍ସି ମଣିଷଟି ମୋ ବିନା ଚାରି ଛ ମାସ କିପରି କାଟି ପାରୁଛନ୍ତି । ଚତୁରପୂର୍ଣ୍ଣ ଉତ୍ତର ଦେଇ ମାନବ ବୁଝାଇ ଦିଅନ୍ତି । ସାତ-ଆଠ ମାସର ଯ୍‌ୱନକ୍ଷୁଧାର ବ୍ରତ କେବଳ ମୋ ପାଇଁ । କଣ ଅଭାବ ମୋ ପାଖରେ ! ମୁଁ ହିଁ କାହିଁକି ? ଯଦି ସେ ଶାରୀରିକ କ୍ଷୁଧାକୁ ସଂଜମ ରୂପେ ପାଳି ପାରୁନାହାନ୍ତି ! ସବୁ ବ୍ରତ ପୁଣ୍ୟ କେବଳ ନାରୀ ପାଳନ କରିବ । ଜହ୍ନି ଓଷାଠୁ ,ବୁଧେଇଓଷା ,ଜାଗର , ସାବିତ୍ରୀ ପର୍ଯ୍ୟନ୍ତ। ବାଃ... ।


Why me ? ଏ ପ୍ରଶ୍ନ ଦଶଥର ନିଜକୁ ନିଜେ କଲେ । ବୁଲସିଟ । ବାଘୁଣୀ ମଣିଷ ଶୀକାର କରି ମଣିଷ ରକ୍ତ ନ ଚାଖିବା ଯାଏଁ ଠିକ ଥାଏ । ଥରେ ସେ ଏ ସ୍ଵତନ୍ତ୍ର ସ୍ବାଦ ଚାଖିଲା ପରେ,ମନ ବାରବାର ଖୋଜେ ସେ

ମଣିଷ ରକ୍ତକୁ । ସ୍ବାମୀଙ୍କୁ ପାଖରେ ପାଇବାର ଏକ ଅବଦମିତ ବାସନା ନୟାନ୍ତ କରେ ।


ମାନବ !ଏ ସ୍ବାଦକୁ ମସଲା ଯୁକ୍ତ କରି ତୁମେ ମୋତେ ଚଖାଇଛ ବାର ବାର ,ମୋ ଅରାଜି ପରେ ମଧ୍ୟ । ବଦହଜମିର କଷ୍ଟ ମୁଁ ଭୋଗିଛି। ବାରଂବାର ମେଡିସିନ ମୁଁ ଖାଇଛି ,ଦେହର ଦରଜ ଛଡ଼ାଇ ବାକୁ । ନିଜକୁ ପ୍ରସ୍ତୁତ କରିଛି ପ୍ରତି ରାତ୍ରିରେ ତୁମ କାମନାର ସନ୍ତୁଷ୍ଟି ପାଇଁ,ଏକ ନୂତନ ରୂପ ନେଇ । ତୁମ ଇଚ୍ଛା ଅନୁସାରେ । କାରଣ ରାତ୍ରିର ସେ  କାମକ୍ରୀଡାରେ ତୁମେ ଖୁସି ଅଧିକ ପାଅ ବୋଲି। ମୋ ଇଛାର କିଛି ମହତ୍ଵ ଥିଲା ପରି ମୁଁ ଅନୁଭବ କରିନି କେବେ । ତୁମଗୁଳା ପଡିଥିବା ବାଟରେ ରୀତିମତ ଏକ ଅଭ୍ୟାସର ଚାଲିଥିବା ବାଟୋଇ ଆଜି କି ରାସ୍ତାରେ ଯିବ ? ଏ ବାଘୁଣୀକୁ ହିଂସ୍ରତା ଶିଖାଇ ରକ୍ତ ଚଖାଇଛ ତୁମେ । ଆଉ ସେଠି ତୁମେ ..…....

ଆଉ ନୁହେଁ । ଶରୀରରେ ଏ ନିଆଁ ପ୍ରଥମ ଥର ପାଇଁ ଜଳିନି । ଜଳିକୁହୁଳି-କୁହୁଳିଜଳି ମନ ଚୂଲିରେ ପଶି ରହିଥିଲା । ନେଟର ଏକ ବ୍ୟୟବହୁଳ ସାଇଡ଼ରେ କିଛି କଣ୍ଟାକ୍ଟ ଆଉ ପ୍ରୋଫାଇଲ୍ ଭଲଭାବେ ଅନୁଧ୍ୟାନ କଲେ ମନୀଷା । ଡନ । ଦିନ ତିନଟା । ଏକ ବିରାଟ ପୋସ ବଙ୍ଗଲୋ । ଅନେକ ସହାୟିକା,ଡ଼୍ରାଇଭର,ମାଳି କାମ କରନ୍ତି ଏଠି । ସନ୍ଧ୍ୟା ପୂର୍ବରୁ ସମସ୍ତଙ୍କୁ ଛୁଟି ଦିଆଗଲା । ବର୍ଷଣ ମୁଖର ରାତି । ରାତି 9.30. ,କଳା ମରସିଡିଜ ଗାଡିଟି ଦ୍ରୁତ ଗତିରେ ପୋର୍ଟିକୋରୁ ବାହାରି ଛୁଟି ଚାଲିଲା। ହାଇୱେରୁ ଲେଫ୍ଟକଟ ନେଲା ଏକ ସରୁ ରାସ୍ତା ଦେଇ । 15ମିନିଟ ପରେ ଗାଡ଼ି ପୁଣି ହାଇୱେ ଉପରେ । ସେନସର ରିମୋଟ ଦ୍ବାରା ଗେଟ ଖୋଲି ଗାଡ଼ି ଭିତରକୁ ପଶିଲା । ସବୁ ଅନ୍ଧାକାର । ଗାଡ଼ିର ହେଡଲାଇଟରେ ପୋସ ବଙ୍ଗଲୋଟି ଝଲସି ଉଠିଲା । ଏକ ସୁଦର୍ଶନ ଦୀର୍ଘ ପୁରୁଷ ଗାଡିର ପଛ ସିଟରୁ ବାହାରିଲେ । ଆସିଥିବା ଆଗନ୍ତୁକ ମହିଳାଙ୍କ ପ୍ରାଚୁ୍ର୍ଯ୍ୟତାର ଆକଳନ କରୁଥିଲେ,ପୋସ ବଙ୍ଗଲୋଟି ଦେଖି ।


ମାମ୍ କିଛି ଲାଇଟ ନାହିଁ?


ନୋ କୋଶ୍ଚିନ୍ । ଜଷ୍ଟ ଫଲୋ ମି । ମନୀଷା କହିଲେ । ସୁସଜ୍ଜିତ କୋଠରୀ... ମନ ମୋହୁଥିବା ଉତ୍ତେଜକ ବିଦେଶୀ ବାସ୍ନା କୋଠରୀର କୋଣ ଅନୁକୋଣରେ। ତୁମେ ୱ୍ବାଶରୁମ ଯାଇ ଭଲଭାବେ ନିଜକୁ ସଫାସୁତର

କରାଇ ନିଅ । ପ୍ରପରଲି ହାଇଜିନିକ ହୋଇ ....ସାୱ୍ବାର ନେବ ।


ଆଗନ୍ତୁକ ପୁରୁଷ କହିଲେ ୟେସ ମାମ୍ !


ଆଗନ୍ତୁକ ଫେରିଲେ ଅଧଘଣ୍ଟା ପରେ ୱ୍ବାଶ ରୁମରୁ । ଆଗନ୍ତୁକ ଏପରି ଆରିଷ୍ଟୋକ୍ରାଟିକ..... କଷ୍ଟମର ଯେ ପ୍ରଥମେ ଦେଖୁଛି ତା଼ନୁହେ ।


ହେଲେ ଏ ମାଡାମ ଖୁବ ଖାସ ମାଲୁମ ପଡୁଛନ୍ତି ।


ମାମ୍ ଆପଣ .......କହି ଡରରେ ରହିଗଲେ ଆଗନ୍ତୁକ । କାରଣ ଟିକେ ପୂର୍ବରୁ No question ପରି ଏକ ଗୁରୁଗମ୍ଭୀର ବାକ୍ୟ କାନମୂଳେ ଠୋ..କି ବାଜିଛି ।

ମନୀଷା ପଚାରିଲେ ମୋ ଡ୍ରେସ,ପ୍ରସାଧାନ ବଦଳେଇବା କଥା କହୁଛ ? ନାଁ ଦରକାର ନାହିଁ । Keep this kham. ମୁଁ କ୍ୟାବ ଡାକି ଦେଇଛି । ତଳକୁ ଯାଇ ଚାଲିଯାଅ । ମନୀଷା ମେନ୍ ଡୋର

ଲକକରି ତୁଳସୀଚଉରାକୁ ଦେଖୁଥିଲେ । ଫେରି ଆସି ବେଡ ଉପରେ ପଡ଼ି ଅବିଶ୍ରାନ୍ତ କାନ୍ଦି ଚାଲିଲେ । ନିଜ ଶରୀରର ଉତ୍ତାପ କମୁଥିଲା ବୋଧେ।


ନାରୀ ମନର ସଂସ୍କାର... ! ବାଃ... ଏ ସଂସ୍କାର ନୁହେଁ । ରକ୍ତରେ ଏକ ପ୍ରବହମାନ ଚିରନ୍ତନ ଧାରା । କିଏ ଭରିଛି କେଉଁ କାଳରୁ ଭରିଛି ଜଣାନାହିଁ । ଅସ୍ଥିମଜାଗତ ଏ ସଂସ୍କାର ଭାରତୀୟ ନାରୀକୁ ସ଼ହଜେ ସ୍ବାମୀର ଅବିଶ୍ବାସ ଭାଜନ କରାଏନା । କେତେଦିନ ଏ ସଂସ୍କାର ନାରୀମୁଣ୍ଡରେ ଘରକରି ଚକାମାଡି ବସିଥିବ ବସୁ । ଏ ସଂସ୍କାର କିଛି କ୍ଷତି ତ କରୁନି, ଲାଭ ପର କଥା । ଅବଶ୍ୟ ଅଣ-ନିଶ୍ବାସୀ କିଛିଟା କରୁଛି ଛଟପଟ କରାଉଛି । କାରଣ ପୁରୁଷ ସଞ୍ଜମତା ରକ୍ଷା କରୁନି କି ବିଶ୍ବସ୍ତ ରହୁନି । ଦେଖାଯାଉ ଆଗକୁ । ଏକ ଜବରଦସ୍ତ ଝଡର ପରିବର୍ତ୍ତନର ଆଭାସ ଆସୁଛି ହୁଏତ । ଯାହା ତାର ପାଦ ଥାପି ସାରିଲାଣି ।


ଆଗନ୍ତୁକ ଜିଗୁଲ (jigool) ରାସ୍ତାରେ ଖାମ ଖୋଲିଲା । ତା ପ୍ରାପ୍ୟ କମିଟମେଣ୍ଟ ଅନୁସାରେ ଠିକ ଥିଲା । ଆଜି ବିନା କାମର ଏ ପ୍ରାପ୍ୟ ପାଇଛି ।

 ***

Both, husband & wife should be loyal.



Rate this content
Log in