STORYMIRROR

Jayashree Maharana

Others

3  

Jayashree Maharana

Others

ବିଦାୟ

ବିଦାୟ

2 mins
410

ବର୍ଷ ପରେ ବର୍ଷ ଆସନ୍ତି ପ୍ରକୃତି କୋଳକୁ ।ଭରିଦିଅନ୍ତି ଅନେକ ମିଠା ସ୍ମୃତି ଓ ଦୁଃଖଦ ଅନୁଭୂତି ।ନିଶବ୍ଦରେ,ନିର୍ବିଘ୍ନରେ ସମୟ ବଦଳି ଯାଏ ।ବିକାଶ ଓ ବିନାଶ ପଥରେ ବଦଳିଯାଏ ମଣିଷର ଜୀବନ ।ସମୟ ବଦଳି ଯାଏ ବଦଳି ଯାଏ ମସିହାର ସଂଖ୍ୟା ।ମଣିଷର ଜୀବନ ଯାତ୍ରା କିନ୍ତୁ ଚାଲୁଥାଏ ବିନା ପ୍ରତିରୋଧ ରେ ।ସେମିତି ଆମ ଜୀବନ ପରିଧିକୁ ଆସିଥିଲା 2019 ।ଆଉ ମାତ୍ର କିଛି ଘଣ୍ଟା ପରେ ବିଦାୟ ନେଇ ଚାଲିଯିବ ଅନ୍ୟାୟାସରେ ।ଭୁଲିଯିବେ ସମସ୍ତେ ତାକୁ ।କିନ୍ତୁ ଦେଇଯାଇଥିବା ସ୍ମୃତି ଚିରଦିନ ପାଇଁ ଅଭୂଲା ହୋଇ ରହିଯିବ ହୃଦୟରେ ।


2019 ମୋ ପାଇଁ ମିଶ୍ରିତ ଅନୁଭୂତି ଭରିଦେଇଛି ।ନୂଆ ସମ୍ଭାବନା ନୂଆ ଆଶା ନୂଆ ସମ୍ଭାବନା ନେଇ ମୁଁ ବି ସ୍ୱାଗତ କରିଥିଲି 2019କୁ ।କିଛି ଆଶା ଆଶାରେ ହିଁ ରହିଗଲା କିନ୍ତୁ କିଛି ସମ୍ଭାବନା ନୂଆ ରାହା ଦେଖାଇଲା ।ଦୀର୍ଘଦିନର ଅନ୍ତ ଘଟି ଶେଷରେ ଶିକ୍ଷକତା ଜୀବନର ସ୍ଥାୟୀତ୍ୱ ପ୍ରାପ୍ତ ହେବା ମୋ ପାଇଁ ଥିଲା ସବୁଠାରୁ ସୁଖଦ ମୁହୂର୍ତ୍ତ ।ପିଲାଦିନ ସାଙ୍ଗମାନଙ୍କ ସହ ଦୁଇ ଦୁଇଥର ମିଶି ବଣଭୋଜି କରି ଖୁଶି ସାଉଁଟିବା ଥିଲା ମୋ ପାଇଁ ଅଭୂଲା ମୁହୂର୍ତ୍ତ ।


କିଛି ଦିନ ପାଇଁ ସହକର୍ମୀ ରୂପେ ପାଇଥିବା ସାନଭଉଣୀ ଟିଏ ର ଥିଲା ମୋ ପାଇଁ ଏକ ଦୁଃଖଦ ଘଟଣା ।ଅଳ୍ପଦିନ ବିତାଇଥିବା ସୁଖର ସମୟ ଗୁଡିକ ସିନା ଆମକୁ ପର କରିଦେଲେ କିନ୍ତୁ ହୃଦୟର ସ୍ମୃତିକୁ କିଏ ବା ଲିଭେଇପାରିବ ?


ଏକ ସାଙ୍ଗରେ ଶିକ୍ଷକତା ଜୀବନ ଆରମ୍ଭ କରିଥିବା ଭାଇ ଭଉଣୀଙ୍କ ସହ ଏକତ୍ରିତ ହୋଇ ଭୋଜିର ଆୟୋଜନ ଥିଲା ଅନ୍ୟ ଏକ ଖୁସିର କାରଣ ।


ସବୁଠାରୁ ବଡ଼ ସୁଖ ମୁହୂର୍ତ୍ତ ଥିଲା ସୂର୍ଯ୍ୟକାନ୍ତ ପ୍ରଧାନ ଆଜ୍ଞାଙ୍କ ସହ ପରିଚିତ ହେବା ।ମୋର ବନ୍ଧୁ ଅନୁପଙ୍କ ଯୋଗୁଁ ଏହା ସମ୍ଭବ ହୋଇଥିବାରୁ ତାଙ୍କୁ ଅଶେଷ ଧନ୍ୟବାଦ ।ସମୟ ଦେଇଯାଏ ସ୍ମୃତି ସେଇ ସ୍ମୃତିକୁ ସାଇତି ରଖିବା ମଣିଷର ହାତରେ ଥାଏ ।ନିଜ ସୃଜନୀ ନିଜ ଭାବନାକୁ ରାଜ୍ୟବାସୀଙ୍କ ସାମ୍ନାରେ ରଖିବା ପାଇଁ ପୁସ୍ତକଟିଏ ହିଁ ମାଧ୍ୟମ ହେବ ବୋଲି ଭାବୁଛି ।ଆଉ ସେଇ ଆଶାକୁ ପୂର୍ଣ୍ଣ କରିବା ପାଇଁ ଭରଷା ଦେଇଥିବା ସୂର୍ଯ୍ୟ ଆଜ୍ଞାଙ୍କୁ କେମିତି ଧନ୍ୟବାଦ ଜଣାଇବି ଜାଣିପାରୁନାହିଁ ।


ଅନେକ ସୁଖ ଭିତରେ କିଛି ଦୁଃଖ ଜୀବନର ପରିଧିରେ ପଶି ଆସି ମନକୁ ବିଚଳିତ କରିଛନ୍ତି ।କିଛି ଆଶା ଆଶାରେ ହିଁ ରହିଗଲା ।ଫୋନିର

ତାଣ୍ଡବ ଲୀଳାରେ ଜନଜୀବନ ଅସ୍ତବ୍ୟସ୍ତ ହେବା ଦ୍ୱାରା ହୃଦୟରେ ଦୁଃଖର କଳାବାଦଲ କିଛି ଦିନ ପାଇଁ ଘୋଟିଯାଇଥିଲା ।କିନ୍ତୁ ଓଡ଼ିଆଙ୍କ ସାହାସ ଆଗରେ ଫୋନି ଦେଇଥିବା ଦୁଃଖ ଫିକା ହୋଇଯିବା ଦେଖି ଗର୍ବ ଆସିଥିଲା ନିଜ ରାଜ୍ୟବାସୀଙ୍କ ଉପରେ ।


370 ଧାରା ଉଚ୍ଛେଦ ସହ ଅଯୋଧ୍ୟା ରାୟ ମନରେ ନୂଆ ଆଶା ନୂଆ ତୃପ୍ତି ଭରିଦେଇଛି ।ମାତ୍ର ସମାଜରେ ନାରୀ ନିର୍ଯ୍ୟାତନା ଏବଂ ବଳାତ୍କାର ଘଟଣା ମନପ୍ରାଣକୁ ସ୍ତବ୍ଧ କରିଦେଇଅଛି ।ଅନେକ ଆଶଙ୍କା ହୃଦୟ ଭିତରେ ଭରିଯାଇଛି ।


ବ୍ୟକ୍ତିଗତ ଭାଵରେ 2019 ସିନା ମୋ ଜୀବନରେ ସନ୍ତୁଳିତ ଅନୁଭୂତି ଭରିଦେଇଛି କିନ୍ତୁ ନାରୀ ହିସାବରେ ,ରାଜ୍ୟର ନାଗରିକ ହିସାବରେ ଭୟ ଓ ନିରାଶ ଭରିଦେଇଛି ।


ତଥାପି ନୂଆ ବର୍ଷରେ ନୂଆ ସମ୍ଭାବନା ଆଶା ନେଇ 2019 କୁ ବିଦାୟ ଦେବାପାଇଁ ପ୍ରସ୍ତୁତ ହେଉଛି ।



Rate this content
Log in