Pramod Kumar Jena

Others

2  

Pramod Kumar Jena

Others

ବିଦାୟ ସମ୍ବର୍ଦ୍ଧନା

ବିଦାୟ ସମ୍ବର୍ଦ୍ଧନା

1 min
664



       ବେକରେ ଫୁଲମାଳ, କିଛି ଫୁଲ ତୋଡା, ଆଉ ରଙ୍ଗବିରଙ୍ଗି କାଗଜରେ ଗୁଡା ଉପହାର ପ୍ୟାକେଟଟି ଟେବୁଲ୍ ଉପରେ ରଖି, ଚେୟାର୍ ଉପରେ ବସି ପଡିଲେ ମହାପାତ୍ର ବାବୁ l ଦୀର୍ଘ ଦିନ ଏ ଅଫିସରେ କାମ କଲା ପରେ ବଦଳି ହୋଇଛି ଅନ୍ୟ ଏକ ଅଫିସକୁ l ଆଜି ତାଙ୍କର ବିଦାୟ ସମ୍ବର୍ଦ୍ଧନା ଥିଲା l ବଡ ବାବୁ କହିଥିବା କଥାଗୁଡାକ ଏବେ ମଧ୍ୟ କାନ ପରଦାରେ ତାଙ୍କର ବାଜୁଥାଏ l ଟିକିଏ ଆତ୍ମତୃପ୍ତିରେ ଶ୍ରୀମତିଙ୍କୁ ଡାକିଲେ –

       ବୁଝିଲ ! ସମସ୍ତେ କେତେ କଥା କହୁଥିଲେ l ହେଲେ ଆଜି ଜାଣିଲି ମୁଁ କ’ଣ ? ବଡ ବାବୁ ତାଙ୍କ ଭାଷାରେ ଗୋଟି ଗୋଟି କରି କହିଲେ – ମୁଁ କେତେ ଭଲ ଲୋକ.......... ମୁଁ କେତେ କାମିକା........... ଆଉ ମୋତେ ଅଫିସ୍ କେତେ ମିସ୍ କରିବ l

       ମୁହଁଟାକୁ ଟିକେ ବିକୃତ କରି ଶ୍ରୀମତି କହିଲେ,‘କାଲି ପଡିଶା ମହାନ୍ତି ବାବୁଙ୍କର ମିଟିଙ୍ଗ୍ ଥିଲା l ତାଙ୍କର ବି ବଦଳି ହୋଇ ଯାଇଛି l ଆଉ ତୁମେ ଯାହା ସବୁ କହିଲେ, ସେ ବି ସେୟା କୁନି ବୋଉଙ୍କୁ କହିଥିଲେ l’



Rate this content
Log in