STORYMIRROR

Sameer Kanhar

Children Stories

3  

Sameer Kanhar

Children Stories

ଭୁଲ କାହାର ?

ଭୁଲ କାହାର ?

2 mins
177

ବଣରେ ରାଜା ସିଂହ ମନରେ ଭାରି ଗର୍ବ। କାରଣ ସେ ଭଲ ନ୍ୟାୟ ଦେଇପାରୁଚନ୍ତି। ତାଙ୍କର ଶାସନରେ ବଣର୍ ସମସ୍ତେ ପଶୁ ପକ୍ଷୀ ସୁଖରେ ଅଛନ୍ତି। ବାଣର ଅବସ୍ଥା ସୁଧରିଯିବା ପରେ ଗାଁ ର ଗୃହ ପାଳିତ ପଶୁମାନଙ୍କ ଉପରେ ତା'ର ନଜର ପଡ଼ିଲା। ତେଣୁ ରାଜା ମାଙ୍କଡ କୁ ଡାକି ସେ କହିଲା "ଦେଖ,ତୁ ତ ସବୁଆଡେ ଯାଇପରୁଛୁ। ତେଣୁ ଗାଁକୁ ଯାଇ ଆମର ପଶୁ ଭାଇମାନଙ୍କୁ କହ, ଯଦି କିଏ ହଇରଣ ହେଉଥାଏ ତେବେ ସିଧା ସିଂହରାଜାଙ୍କ ପାଖରେ ଆସି ଆପତି କରୁ। ରାଜା ତାକୁ ଉଚିତ୍ ନ୍ୟାୟ ମିଳିବ।"ସିଂହ କଥା ରେ ' ଟାଏ ମାରି ମାଙ୍କଡ ଗାଁ ଆଡ଼କୁ ଡେଈ ଡେଈ ଚାଲିଗଲା। ଯିବା ବାଟରେ ଗଧ ଟିଏ ଦେଖିଲା। ଗଧ ପିଠିରେ ଲୁଗା ବୋଝେଇ ତା' ମାଲିକ ତାକୁ ପିଟି ପିଟି ନେଉଥାଏ । ମାଙ୍କଡ ଗଧ କାନ୍ ରେ ସିଂହରାଜାଙ୍କର ଖବର ଟାକୁ କହିଦେଇ ଚାଲିଗଲା। ସେ କଥା ଶୁଣି ଗଧ ଅନନ୍ଧ ଆଉ ଦେଖେ କିଏ?। ତା' ପରଦିନ ଗଧ ନିଜ ମାଲିକକୁ ଲୁଚି ବଣରେ ଯାଇ ପହଁଚିଲା। ହାତଯୋଡି କହିଲା," ମହାରାଜ! ମୁଁ ଭାରି ଦୁଃଖୀ ତ୍ । ବହୁତ ଆଶା ବାନ୍ଧି ଆପଣଙ୍କ ପାଖକୁ ଆସିଛି। ଆପଣ ମୋର ଦୁଃଖ ଦୂର କରନ୍ତୁ।' ସିଂହ କହିଲା,"ଏ ଦରବାର ତ ସମସ୍ତ ଙ୍କ ପାଇଁ ଖୋଲା ଅଛି। ତତେ ଉଚିତ୍ ନ୍ୟାୟା ମିଳିବ। ତେବେ କିଏ ସେ ଦୁଷ୍ଟ ତତେ ଏତେ କଷ୍ଟ ଦେଉଛି?" । ଗଧ କହିଲା-" ହଜୁର, ସେ ହିଁ ଦୁଷ୍ଟ ନା ଧରିବା ଡର ଲାଗୁଛି। କାଳେ ଆପଣଙ୍କ ର କଣ ହୋଇଯିବ? ସିଂହ ରାଗି ଯାଇ ନିଶକୁ ଫୁଲାଇ କହିଲା ତୁଟା ନିପଟ ମୂର୍ଖ। ମୋର କେତେ ଵଳ ତତେ ବୋଧହୁଏ ଜଣା ନାହିଁ। ଗଧ କହିଲା-" ହଜୁର କ୍ଷମା କରନ୍ତୁ। ଏପରି ଯେଉଁ ମୂର୍ଖ ଅଛି ଯେ ଆପଣଙ୍କ ବଳକୁ ଜାଣି ନ ଥିବା? ତେବେ ସେଇ ଦୁଷ୍ଟ ଆଉ କେହି ନୁହେଁ; ସେ ପରା ମଣିଷ। ମାେ ମାଲିକ।"ଗଧ ମୁହଁରୁ ମଣିଷ ନାକୁ ଶୁଣି ସିଂହ ଗୋଟାଏ ବିକ୍ ଟାଲ ହସି ହସି ସେଇ ବାଣ ଟାକୁ କମ୍ପାଇଦେଲା । ଗଧ ମାଲିକ ଯେତେ ବେଳେ ଜାଣିଲା ଯେ ତା ' ଗଧ ସିଂହ ପଖକୁ ଅଭିଯୋଗ କରିବାକୁ ଯାଇଛି; ସେ ସିଂହ କୁ ଧରିବା ପାଇଁ ଗୋଟିଏ ବଡ଼ ଯନ୍ତା ତିଆରି କଲା। ତାକୁ ଶଗଡ଼ରେ ଲଦି ଦେଇ ସେହି ବଣଙ୍କୁ ଚାଲିଗଲା। କିଛି ଦୂରେ ଦେଖିଲା ତା' ଗଧ ସିଂହ ସହିତ ତା' ଆଡ଼କୁ ଆସୁଛି। ମଣିଷକୁ ଦେଖି ସିଂହ ରାଗି ଯାଇ କହିଲା- "ରେ ମୂର୍ଖ ମଣିଷ! ତୁ ମୋର ପ୍ରଜାମାନଙ୍କୁ ଉପରେ ଏପରି ଅତ୍ୟାଚାର କରି ଚାଲିଛୁ। ତା' ପରିଣତ କଣ ହେବ ଜାଣିଛୁ ତ?" ମଣିଷ କହିଲା- ପଶୁରାଜ୍; ଆପଣ କଣ୍ କହିବାକୁ ଚାହୁଛନ୍ତି, ମୁଁ କିଛି ବୁଝିପାରୁନାହିଁ। ସିଂହ ଆହୁରି ରାଗିଯାଇ କହିଲା- "ତୁ ତୋ' ଗଧ କୁ ପଚାର ସବୁ କଥା ଜାଣିପାରିବୁ ।" ମଣିଷ ତା ପରେ କହିଲା" ଆଚ୍ଛା, ଆଚ୍ଛା, ମୁଁ ବୁଝିଗଲି। ହେଲେ ଆପଣ ଭଳି ଜଣେ ଚତୁର ପ୍ରାଣୀ ଏଇ ଛାର ଗଧ କଥାକୁ ବିଶ୍ୱାସ କରିଲେ କିିପରି? ତେବେ ମୁଁ ବହୁତ୍ ଦିନରୁ ଆପଣଙ୍କ ପାଇଁ ଗୋଟିଏ ଉପହାର ଦେବାକୁ ଠିକ୍ କରିଛି। ବହୁତ କଷ୍ଟ ରେ ଏଇ ଆରାମ ଦୟକ୍ ଯନ୍ତାଟିକୁ ଆପଣଙ୍କ ପାଇଁ ତିଆରି କରିଛି। ହେଲେ ଏଇ ମୂର୍ଖ ଗଧ ଆପଣ ଙ୍କୁ ସେଇଟା କୁ ନ ଦେବା ପାଇଁ ଜିଦ୍ ଧରି କହିଲା। ଏବେ ଆପଣ କୁହନ୍ତୁ ତ "ଏ ଭୁଲ୍ କାହର?" ସେ କଥା ଶୁଣି ସିଂହ ଧାଇ ଯାଇ ସେଇ ଜନ୍ତାରେ ବସି ପଡ଼ିଲା। ମଣିଷ ଆଉ ଡେରି ନ କରି ଚଟା ଚଟ୍ ସେଇ ଯନ୍ତା ର ମୁହଁ ବନ୍ଦ କରିଦେଲା। ଗଧ କୁ ଚାରି ପାଞ୍ଚ ଠେଙ୍ଗା ପକାଇ ଦଉଡିରେ ବାନ୍ଧି ଘରକୁ ଫେରିଲା। ବିଚାର ସିଂହରାଜା ଯନ୍ତା ରେ ପଡ଼ି ଛଟ ପଟ ହେବାର ଲାଗିଲା। ଆପଣା ଦୋଷ ପାଇଁ ସିନା ସେ ଏପରି ଦଣ୍ଡ ପାଇଲା!


                         


Rate this content
Log in