STORYMIRROR

Pranati Mahapatra

Others

2  

Pranati Mahapatra

Others

ଭୁଲ୍ ବୁଝାମଣା

ଭୁଲ୍ ବୁଝାମଣା

1 min
1.1K


ଅନେକ ଦିନ ତଳର କଥା।ଜଣେ ଛାତ୍ର ଶିକ୍ଷା ଅଧ୍ୟୟନ ପାଇଁ ନିକଟସ୍ଥ ଜଣେ ଗୁରୁଙ୍କ ନିକଟକୁ ଯାଆନ୍ତି।ଗୁରୁଙ୍କ ପାଖକୁ ଯିବା ରାସ୍ତାରେ ଏକ ନଦୀ ପଡେ।ପ୍ରତ୍ୟେକ ଦିନ ଛାତ୍ର ଜଣକ ନଦୀପାର ହୋଇ ଯାଆନ୍ତି।

ସବୁଠାରୁ ବଡ଼ କଥା ହେଲା, ଛାତ୍ର ଜଣକ ଯେଉଁ ନାଆରେ ବସି ନଦୀ ପାର ହୁଅନ୍ତି, ସେ ନାଆର ଗୋଟିଏ କୋଣରେ ସବୁଦିନ ବେଙ୍ଗଟିଏ ବସିଥାଏ।

ପ୍ରତ୍ୟେକ ଦିନ ବେଙ୍ଗକୁ ଦେଖି ଦେଖି ଛାତ୍ର ଜଣକ ବହୁତ ବିରକ୍ତ ହେଉଥାନ୍ତି।ଏ କଥା ବି ଗୁରୁଙ୍କୁ ଜଣାଇଲେ।

ଗୁରୁ ଖୁବ ସୁନ୍ଦର ଭାବରେ ଏ କଥାର ସମାଧାନ କରି କହିଲେ, ତୁମେ ସେ ବେଙ୍ଗ ବିଷୟରେ ଚିନ୍ତା ନ କରି ପଢାପଢି ପ୍ରତି ଧ୍ୟାନ ଦିଅ।

ଏମିତି କିଛି ଦିନ ଚାଲିଗଲା।ସବୁଦିନ ବେଙ୍ଗକୁ ଦେଖି ଦେଖି ଛାତ୍ରଜଣକ ବହୁତ ରାଗି ଗଲା।

ଦିନେ ନଦୀ ପାର ହେବା ସମୟରେ ବିରକ୍ତ ହୋଇ,କ୍ରୋଧ ସମ୍ବରଣ ନ କରି ପାରି ବେଙ୍ଗଟିକୁ ନିଜ ହାତରେ ପାଣିକୁ ଫିଙ୍ଗି ଦେଲା।

ଏକ ଅଦ୍ଭୁତ ପ୍ରକାର ଘଟଣା ଘଟିଲା, ଯାହା କେବେ କଳ୍ପନା ବି କରି ନ ଥିଲା ଛାତ୍ର ଟି।କିଛି ବାଟ ଅତିକ୍ରମ କରିବା ପରେ ଡ଼ଙ୍ଗା ଟି ବୁଡିଯାଇଥିଲା।ପହଁରା ଜାଣି ନ ଥିବା ଛାତ୍ର ଜଣକ ପାଣିରେ ବୁଡିଗଲା।

ହେଲେ କେହି ଜଣେ ଆସନ୍ନ ମୃତ୍ୟୁ ମୁଖରୁ ତାକୁ ଉଦ୍ଧାର କଲେ।ଆଉ ଭବିଷ୍ୟ ବାଣୀ କଲାପରି କହିଲେ ଯେ,ନିଜେ କେବେ ନିଜର ବିନାଶ ର କାରଣ ହୁଅ ନାହିଁ।

ପ୍ରଣତି ମହାପାତ୍ର

ବାଲେଶ୍ଵର


Rate this content
Log in