The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Shaktiprava Mishra

Others

5.0  

Shaktiprava Mishra

Others

ଭୋକ

ଭୋକ

2 mins
420


ଦେଖନ୍ତୁ ଏଇଟା ଗୋଟେ ଝିଅର ପାଦ,like-405,Love -300,reaction-wow-92,comment-ରାଧାପାଦ,ଚମତ୍କାର...so lovely ପାଦ ଯାହାର ଏତେ ସୁନ୍ଦର ସେ କେତେ ସୁନ୍ଦର ନହୋଇଥିବ । ପାଦକହିଥାଏ ନାରୀର ମନକଥା । ଯତ୍ନ ନେଇଥିବା ପାଦ,ପାଦରେ ପାଉଁଜି ପୋଖରୀ ତୁଠରେ ମଜା ହେଇଥିବା ଷୋଡ଼ଶୀର ପାଦ..ରୂପସୀର ପାଦ...।


ଏବେ ବକ୍ଷୋଜ ଯାଏଁ....

Like-1.5 k,Love-1k, reaction-wow-500,comment-beautiful,speechless,ସୁଢୋଲ...sexy..so sexy. ।


ଆକର୍ଷଣୀୟ...,wow-କଣ ହେଇଛି ମ..ଆଖି ହଟୁନି,ଆଉ ରହିହେଉନି । କେତେ ଆଉ ନଚେଇବ, ମୁଁ ଚାଲିଲି ତା ପାଖକୁ ।

ଏଥର ଓଠ....like-2.5k,Love-1.5 k,reaction-wow-1k, comment-ପଦ୍ମପାଖୁଡା, ମହୁଝରୁଛି,ଖାଲିମିଠା...kiss, kiss,kiss...muhaaaa ।

ଏଥର ଆଖିଯାଏଁ....like-3.5k, Love-2k,reaction-wow-1.5 k, comment ଟଣାଆଖି,କଜଳର ଧାର, ଆଙ୍କିଦେଲାପରି ଭୃଲତା,ଓଠରମଦିରା ପିଇଗଲି, ନିଶାରେ ମାତାଲ । ମୁଁ ପାଗଳ ହୋଇଯିବି, ପାଗଳ ହେଇ ସାରିଲିଣି । ମୋତେ ଏଇ ଝିଅଟା ଦରକାର, ମୋତେ ଏଇ ଝିଅ ଦରକାର । ତା ଠିକଣାଟା ଦରକାର ମୋର, ନଚେତ ମୋ ମୃତ୍ୟୁର କାରଣ ହେବେ ଆପଣ । she is so beautiful, so sexy...

ଏବେ ଝିଅଟିର ସମ୍ପୂର୍ଣ୍ଣ ଫଟୋ .....Like-5k,Love-4k,Reaction-wow-2k, Comment ଆଉ ଜଳାନ୍ତୁନି । ହୃଦୟ ଚିରି ହୋଇଯାଉଛି । my heart is breaking .

   ****** 

ଗତକାଲି ରାତିରେ ଏ ଝିଅଟିକୁ ଚାରି ୫ଜଣ ଧର୍ଷଣ କରି ନଦୀ ବନ୍ଧ କଡରେ ଫିଙ୍ଗିଦେଇଛନ୍ତି । ପୋଲିସ ତା ଶବକୁ ଉଦ୍ଧାର କରି ଦୋଷୀଙ୍କୁ ଖୋଜୁଛି ।

Like…,Reaction.., Comment...ଓହୋ....sorry ...so sad......RIP,ଶ୍ରଦ୍ଧାଞ୍ଜଳି...rest in peace. ଝିଅର ଅମର ଆତ୍ମାକୁ ଶାନ୍ତି ମିଳୁ .... ।

   **** 

ଝିଅର ମା ମୁଣ୍ଡ ବାଡେଇ ବହୁତ କାନ୍ଦିଲା ।କହୁଲା ବଢିଲା ଝିଅ ତ ରାସ୍ତାକଡ ଗଛର ମିଠା ଫଳ ପରି । ଯିଏ ଦେଖିଲା ଲୋଭେଇଲା ତାକୁ ତୋଳି ନେବାପାଇଁ । ତା ସୁରକ୍ଷା ଚିନ୍ତାରେ ଆଖିରୁ ନିଦ ହଜିଯାଉଥିଲା ଆମର । ଏକାବେଳକେ ଚାରି ପାଞ୍ଚଜଣ ମିଶି ଲୁଟିନେଲେ ତାର ଇଜ୍ଜତ । ଭାଙ୍ଗିଦେଲେ ସବୁ ସ୍ବପ୍ନ । 

Like..

Reaction….

Comment... ଓହୋ... ଆଉ ସହିହେଉନି, ବାରମ୍ବାର ଏମିତି ଆମ ରାଜ୍ୟର ଝିଅ ବୋହୁଙ୍କ ଇଜ୍ଜତ ସହିତ ଖେଳ ଖେଳିବାକୁ ଆଉ ଆଦୌ ପ୍ରଶ୍ରୟ ଦିଆଯିବନି । ଆମ ଝିଅକୁ ନ୍ୟାୟ ମିଳୁ । ଝିଅଙ୍କ ସୁରକ୍ଷା ଆଗ, ସରକାରକୁ ଚୁପ ବସିବାକୁ ଦିଆନଯାଉ । ଦୋଷୀକୁ ଧରାଯାଉ । କଡା ଦଣ୍ଡ ଦିଆଯାଉ । ଫାଶୀଦଣ୍ଡ ଦିଆଯାଉ ସେମାନଙ୍କୁ ।

   **** 

ଆଉ ତୁମମାନଙ୍କ ପାଇଁ ?

ଯେଉଁମାନେ ଟିକିଏ ସମୟ ତଳେ ଝିଅଟିର ଫଟୋ ଦେଖି ନିଜର ଆଦିମ ଭୋକକୁ ପ୍ରଶମିତ କରିବାକୁ ସୀମା ବାହାରକୁ ଚାଲିଆସିଥିଲ। ସମାଜରେ ଗୋଟିଏ ନିର୍ଭୟା ସୃଷ୍ଟି ହେବା ପଛରେ ତୁମମାନଙ୍କ ଭଳି ଶହ ଶହ ଲୋକମାନଙ୍କ ପରୋକ୍ଷ ଅବଦାନ କଣ ପ୍ରକୃତରେ ଦଣ୍ଡର ଅପେକ୍ଷା ରଖେନି ?

Like- nil

Reaction- nil

Comment- nil

   


Rate this content
Log in