STORYMIRROR

Reeta aparajeeta Mohanty

Others

3  

Reeta aparajeeta Mohanty

Others

ଭଲ ଲୋକ

ଭଲ ଲୋକ

2 mins
496

ବାବୁ ସବୁବେଳେ ଘର ଠୁ ବାହାରେ ରୁହନ୍ତି। କେବେ ଦେଖେ ବାବୁ ବଡ଼ ବ୍ୟସ୍ତ ଲାଗନ୍ତି। କାନରେ ବଡ଼ ମୋବାଇଲରେ କୋଳରେ ଲ୍ୟାପଟପ। ମୋର ଯାହା ଦରକାର ମୁଁ ବାବୁଆଣୀ ଙ୍କୁ କୁହେ। ସେ ମା ବଡ଼ ଫୁଲେଇ ମୁହଁରେ ସବୁବେଳେ ମେକପ । ତାଙ୍କର ମୋର ସମ୍ପର୍କ ଏତିକି ସେମାନେ ମାଲିକ ମୁଁ ସାମାନ୍ୟ କାମବାଲୀ।


ମା କେବେ ବାସି ବଳକା ଖାଦ୍ୟ ବି ଦିଅନ୍ତି।କେବେ ପୁରୁଣା ଲୁଗା । ମା ଶାଢ଼ୀ ପିନ୍ଧନ୍ତି। ସେ ବହୁତ ଗହଣା ବି ଲଗାନ୍ତି। ଘରେ ବି ବହୁତ ବହୁତ ଦାମୀ ଶାଢ଼ୀ। ମୁଁ କାମକୁ ନ ଆସିଲେ ବଡ଼ ଗେହ୍ଲେଇ ହେଇ ଫୋନ କରନ୍ତି। ରଙ୍ଗ କାଲି କଣ ପାଇଁ ଆସିଲୁନି। ହଉ କାଲିକୁ ଆସିବୁ। ଆମ ଗାଁ ରେ ଜଲଦି ବାହାଘର ମୁଁ ମୋ ଝିଅ ବାହାଘର ବି କରିସାରିଲାଣି। ମତେ ଦେଖିଲେ ଲାଗୁନି ବହୁତ ଜଣ କୁହଁନ୍ତି। ଖଟି ଖଟି ତ ଦିନ ରାତି ଜଣାପଡ଼ୁନି। ତା କାଳିଆ ବା ଯାହା ରୋଜଗାର କରେ ତା ନିଶା ପାଣିରେ ଯାଏ।ଆହୁରି ଦି ଟା ଝିଅ ଦି ଟା ପୁଅ। ଝିଅ ବଡ଼ ପୁଅ ସାନ। ସେମାନେ ସ୍କୁଲରେ ପଢ଼ନ୍ତି। ଅନ୍ୟ ଲୋକଙ୍କ ପିଲାଙ୍କ ପରି ତା ଛୁଆଙ୍କୁ ହେବାକୁ ଦେବନି। ସେଥିପାଇଁ ତ ଦିହ ରକ୍ତକୁ ପାଣି କରି ଖଟୁଛି।୭ ଘର ଘର ଓଳା ପୋଛା ଆଉ ଦୁଇ ଘର ରୋଷେଇ। ତା ସବୁ ଘର ଠୁ ଏଇମାନେ ବେଶୀ ପଇସା ଵାଲା। ଦଶହରାରେ ଶାଡୀ ,ଵାକ୍ସସିସ ସହ ମିଠା ଦିଅନ୍ତି । ସବୁ ଠିକ ଚାଲିଥିଲା ହଟାତ ମୋ ସାନ ପୁଅର ପେଟ ଟାଣିଲା । ଡକ୍ଟର କହିଛନ୍ତି ପାଞ୍ଚହଜାର ଟଙ୍କା ଲାଗିବ। ସରକାରୀ ମେଡ଼ିକାଲରେ କିଛି କରନ୍ତିନି । ସେଠି କୁ ଗଲିନି । ସବୁ ଘରେ ମନା କରିଦେଲେଣି। ଏତେ ଟଙ୍କା ଦେଇପାରିବେନି। ସେଇ ମୋବାଇଲ ବାବୁଙ୍କର ଘରକୁ ଗଲି। ମା ମନା କରିଦେଲେ। ଆଉ କାନ୍ଦ ରୋକି ହେଲାନି। ମୋବାଇଲ ବାବୁ ଡାକିଲେଣି କଣହେଲା ରଙ୍ଗ ନାଇ ବାବୁ କିଛି ନାହିଁ। ମୁଁ ଡରି ଡରି କହିଲି।


ମୁଁ ପରା ତୋ ସାନ ଭାଇ ବୟସରେ ମତେ କହୁନୁ ଖୋଲିକି କଣ ହେଅଛି? ମୁଁ ଗୋଟେ ନିଶ୍ୱାସରେ ସବୁ କହିଗଲି।ବାବୁ କହିଲେ ଏଇ ଗୋଟିଏ କଥା ଚାଲ ମୋ ବାଟରେ ତୋ ପୁଅକୁ ନେଇଯିବା। ମା ସେତେବେଳେ ଦଉଡି ଆସିଲେ ତମେ ଏଇ ଭିକାରୁଣୀକୁ ଆମ ଗାଡୀରେ ନେଇକି ଯିବ। ତମେ ଏମିତି କଣ କହିଛ ହନି ଆମେ ଯେମିତି ମଣିଷ ସେ ବି ସେମିତି । ହେଲେ ପରିସ୍ଥିତି ଟିକେ ଅଲଗା। ମା ଗୋଡ଼ ଛାଟି ଛାଟି ଘରକୁ ଚାଲିଗଲେ। ବାବୁ ଆମକୁ ଭଲ ହସ୍ପିଟାଲରେ ରଖିଦେଲେ। ଗୋଟେ ଭଲ N GO ଆମକୁ ଯୋଗାଡ଼ କରିଦେଲେ।ସେ ଆମ ହସ୍ପିଟାଲ ଖର୍ଚ୍ଚ ସବୁ ବୁଝିଲେ। ସେଇ ବାବୁଙ୍କ ପାଇଁ ମୋ ପୁଅ ସୁସ୍ଥ ହେଇ ଘରକୁ ଫେରିଆସିଲା ମୁଁ ସେଇ ବାବୁଙ୍କ ନାଁ ବଦଳେଇ ଦେଇଛି। ଏବେଠୁ ସେ ବାବୁ ମୋ ପାଇଁ ଭଲ ଲୋକ । ଏମିତି ଏକ ସମ୍ପର୍କ ଯାହାର ପରିଭାଷା ମାପି ହେବନି। ସେ ତ ମୋ ପାଇଁ ଈଶ୍ୱର ପରି। ଯେତେ ଦିନ ବଞ୍ଚିବି ତାଙ୍କ ଋଣ ଶୁଝିଯିବାକୁ ଚେଷ୍ଟା କରିଛି।


Rate this content
Log in