STORYMIRROR

Kumar Mrutyunjay

Children Stories

4  

Kumar Mrutyunjay

Children Stories

ଭକ୍ତ ଓ ଜଗନ୍ନାଥ

ଭକ୍ତ ଓ ଜଗନ୍ନାଥ

2 mins
54

ନୋ ୱେ, ଏବେ ଅଫିସ ରୁ ଜମା ଛୁଟି ମିଳିବାର ଚାନ୍ସ ନାହିଁ.... ତେଣୁ ଏ ବିଷୟ ଆଜିଠୁ ଷ୍ଟପ... 


କିନ୍ତୁ ପାପା"" ପ୍ଲିଜ଼... ଦାଦୁ କୁହନା ପାପା ଙ୍କୁ.. 


ଆଶୁ !!! ଦେଖ ବାବା ବେଶି ଜିଦ୍ଦି କଲେ ମୁଁ ରାଗିବି... 

ଏପରି ନିଜ ପୁଅ ଆଶୁ ର ଜିଦ୍ଦି କୁ ଦବେଇ ଦେଲେ ରମେଶ ବାବୁ.. 


ସବୁ ବାପା ଙ୍କ କାମ, ଏବେ ଭେକେସନ ଅଛି ବୋଲି ଦିନ ରାତି ପିଲାଟାକୁ ଜଗନ୍ନାଥ ଜଗନ୍ନାଥ ବୋଲି କହିଲେ.. ଏବେ ସମ୍ଭାଳ !! ବାପା ବି ପିଲା ସହ ପିଲା ହେଇଗଲେ, ସେ ବୁଝୁନାହାନ୍ତି ପୁରୀ ତ ପାଖ ଆଖ ନୁହେଁ, ଆମେ ଆମେରିକା ରେ ଅଛେ.. ଆଉ ଏବେ କମ୍ପାନୀ ରୁ ଅଫ ମିଳିବନି, ପତ୍ନୀ ଙ୍କ ଏପରି କଡା କଥା କୁ ଆଖି ଠାରି ଦବେଇ ଦେଲେ ରମେଶ ବାବୁ. 


ଓହୋ!"କଥା ତ ସରିଲା ନା, କଣ ପାଇଁ ଆଉ ଏବିଷୟରେ ଚର୍ଚ୍ଚା ""ଏତକ କହି ଅଫିସ ଚାଲିଗଲେ ରମେଶ ବାବୁ.. 


ଏପଟେ ଜେଜେ ନାତି ଙ୍କର ଜଗନ୍ନାଥ ମହାପ୍ରଭୁ ଙ୍କୁ ନେଇ ଚାଲିଥାଏ ଅନେକ କଥା, ଇତିହାସ, କିମ୍ବଦନ୍ତୀ ଓ ପ୍ରଭୁଙ୍କ ଲୀଳା ଖେଳା.. ଏସବୁ ଛୋଟ ଆଶୁ ମନରେ ଗଭୀର ରେଖାପାତ କରୁଥାଏ.. ପିଲାଟି ମନେ ମନେ ଖାଲି ଅପେକ୍ଷା କରିଥାଏ ପୁରୀ ବଡଦାଣ୍ଡ କୁ ବାଇଶି ପାହାଚ କୁ ପତିତ ପାବନ ବାନାକୁ ଆଉ ଶରଧା ବାଲିକୁ. 


ମମି ଭୟରେ ଏବେ ଆଉ କିଛି କହୁନଥାଏ, ଜେଜେ କହିଛନ୍ତି ତୁ ସେଇ କାଳିଆ କୁ ଡାକେ, ଦେଖିବୁ ତୋ ଡାକ ନିଶ୍ଚେ ଶୁଣିବେ. 


ଏଇ ଭରସା ନେଇ କାହାକୁ କିଛି ନକହି ଯେତେବେଳେ ନିଜର ସବୁ ପ୍ରୟାସ ବିଫଳ ହେଲା, ଲୁଚି ଲୁଚି ଠାକୁର ଘରେ ଦୁଇହାତ ଟେକି ଦେଇ ଅନେକ ଡାକିଲା.. ଏଇ ଖେଳିବା ବୁଲିବା ବୟସରେ କଣ ଏକ ଅଜଣା ଆକର୍ଷଣ ରେ ସେ ଟାଣି ହେଇଯାଉଥିଲା. କେତେ ନେହୁରା ହେଇ ଦୁଇ ଠୋପା ଲୁହ ବି ଗଡେଇଦେଇଛି. 


ଠିକ ସନ୍ଧ୍ୟା ରେ ଅଫିସ ଅଫ ହେଲା ପରେ, ରମେଶ ବାବୁ ଆସିଲେ... 


ଆଶୁ!! ବାବା କୁଆଡେ ଗଲ"


ସେ ତା ଦାଦୁ ଙ୍କ ସହ ରୁମ ରେ ଅଛି, ପାଣି ଦେଉଦେଉ ପତ୍ନୀ ନିତା କହିଲେ. 


ତାକୁ ଟିକେ ଡାକିଲ.. 


ଆଶୁ, ବାବା ଡାକୁଛନ୍ତି.. 


ଆସୁଛି!! 


ଆଜ୍ଞା ବାବା, ଆଶୁ ଜଲଦି ଜଲଦି ପ୍ୟାକ କର ଆମେ ଜଗନ୍ନାଥ ଙ୍କ ପାଖକୁ ଯିବା... 


କଣ!!! ସମସ୍ତେ ଆଶ୍ଚର୍ଯ୍ୟ !!


ହଁ ଆଜି କମ୍ପାନୀ ର ଏକ ବଡ ଡୀଲ ସାଇନ ହେଇଛି ଓ ମ୍ୟାନେଜେର ଦୃଷ୍ଟିରୁ ମୋତେ ଯିବାକୁ ଅର୍ଡର ହେଲା, ତା ସହ ଫ୍ଲାଇଟ ଟିକଟ କରି ଫାମିଲି ନେବାକୁ କୁହାଯାଇଛି.. 


ୟେ ୟେ ଆମେ ଯିବା.. କହି ଆଶୁ ଦୌଡ଼ିଗଲା ଭିତରକୁ 


ତା ଜେଜେ ଠିଆ ହେଇ ଭକ୍ତ ବାଞ୍ଛାକଳ୍ପତରୁ ଙ୍କ ଲୀଳା କୁ ଠିକ ଠଉରେଇ ଦୁଇହାତ ଯୋଡି ପ୍ରଣାମ ଟେ କଲେ. 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍