STORYMIRROR

Suresh chandra Padhy

Others

3  

Suresh chandra Padhy

Others

ଭକ୍ତ ଦାସିଆ ବାଉରୀ

ଭକ୍ତ ଦାସିଆ ବାଉରୀ

2 mins
199

ଲୀଳାମୟଙ୍କ ଲୀଳା ସତେ କିଏ କହି ପାରିବ। 

ଯୁଗେ ଯୁଗେ ଅବତାରି

ଲୀଳା କରନ୍ତି ଭକ୍ତ ପାଇଁ।

ଜଗନ୍ନାଥଙ୍କୁ ଯିଏ ଭଲ ପାଏ ସେ

 ତାକୁ ଆପଣାର କରିନିଅନ୍ତି ସବୁ ଦିନ ପାଇଁ।

ସୁଦୂର ବାଲି ଗାଆଁରେ ଭକ୍ତ ଦାସିଆଙ୍କ ଘର। 

ସୁଖ ଦୁଃଖରେ ତାଙ୍କର ସଂସାର ଚାଲେ। 

ଦିନେ ସେ ଗାଆଁର ମନ୍ଦିର 

ପୂଜକ ବାହାରିଲେ ଶ୍ରୀକ୍ଷେତ୍ରକୁ

ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଦେଖିବାକୁ।

ଏ କଥା ଶୁଣି ଦାସିଆ ମନ କରିଲେ ସେ ବି ଠାକୁରଙ୍କୁ ଦେଖିବାକୁ ଯିବେ।

ଘରେ ସ୍ତ୍ରୀଙ୍କୁ କହିଲେ ଏହି କଥାକୁ,

ସ୍ତ୍ରୀ ବି ଭାରି ମନ କରିଲେ ସେବି ଯିବେ।

ହେଲେ ଦାସିଆ ପ୍ରଥମ ଥର ଯାଉ ଥିବାରୁ ସେ ଏକା ଏକା ଯିବାକୁ ବାହାରିଲେ।

ବାଟ ସାରା ଖାଲି ପ୍ରଭୁଙ୍କ ନାମ ଗାଇ ଗାଇ ଯାଉଥାନ୍ତି।

ଶ୍ରୀକ୍ଷେତ୍ରରେ ଦୁହେଁ ପହଞ୍ଚି ପ୍ରଭୁଙ୍କ

ଦିବ୍ୟ ରଥ ଯାତ୍ରା ଦେଖିଲେ।

ରାତି ହୋଇ ଯିବାରୁ ଉଭୟ ଏକ

ମଠରେ ବିଶ୍ରାମ କଲେ।

ପ୍ରଭୁଙ୍କ ପ୍ରେମ ଏମିତି ଲାଗିଲା ଯେ 

ଦାସିଆ ରାତି ସାରା ନ ଖାଇ ନ ପିଇ

ପ୍ରଭୁଙ୍କୁ ଭାବରେ ଡାକୁଛନ୍ତି।

ପ୍ରଭୁ ଭକ୍ତ ଭାବନାକୁ ଜାଣି ପାରି

ରାତିରେ ସ୍ୱପ୍ନ ଦେଲେ, ଦାସିଆ ଉଠ

ମୁଁ ତୁମ ଭକ୍ତିରେ ସନ୍ତୁଷ୍ଟ ।

ମାଗ କଣ ମାଗିବ।

ଦାସିଆ ପ୍ରଭୁଙ୍କୁ ନିବେଦନ କଲେ

ମଣିମା ମୋ ଆପଣ ଏତିକି କୃପା କରନ୍ତୁ ମୁଁ ଯାହା ଖୁସିରେ ଦେବି

ଆପଣ ସ୍ୱୀକାର କରିବେ।

ଭଗବାନ ଭକ୍ତ ଦାସିଆକୁ ତଥାସ୍ତୁ କହି ଚାଲି ଗଲେ।

ଘରେ ପହଞ୍ଚିବାରୁ ସ୍ତ୍ରୀ ଅନ୍ନ ମଝିରେ

ଶାଗକୁ ରଖି ଖାଇବାକୁ ଦେଲେ।

ହେଲେ ସର୍ବତ୍ର ଜଗନ୍ନାଥଙ୍କୁ ଦର୍ଶନ 

କରୁଥିବା ଭକ୍ତ ଦାସିଆକୁ ଖାଦ୍ୟ ବି ପ୍ରଭୁ ଦୃଶ୍ୟ ହେଲେ।

ସେ ଖାଇ ପାରିଲେନି।

ସାଥିରେ ଯାଇଥିବା ପୂଜକ ମହାଶୟ

ଭକ୍ତ ଭାବକୁ ବୁଝି ଅନ୍ନ ଓ ଶାଗକୁ

ଅଲଗା ଦେବାକୁ କହିଲେ।

କିଛି ଦିନ ବିତି ଗଲା ଥରେ ସେ ଗାଆଁର ଜଣେ ଗୋସେଇଁଙ୍କ ପାଇଁ ଏକ 

ତନ୍ତ ବସ୍ତ୍ର ବୁଣି ଦେବାରୁ ସେ କେତେ ପଇସା ନେବାକୁ କହିଲେ ହେଲେ 

ଦାସିଆ ମନା କଲେ।

ଦାସିଆ କହିଲେ ଗୋସେଇଁ ମୁ ଶୁଣିଲି ଆପଣ ଶ୍ରୀ କ୍ଷେତ୍ର ଯିବେ।

ମୋତେ ଆପଣଙ୍କ ଗଛର ପ୍ରଥମ

ନଡ଼ିଆକୁ ଦେଇ ପାରିବେ।

ଗୋସେଇଁ ଏହାର କାରଣ ପଚାରିଲେ, ଦାସିଆ କହିଲେ ଆପଣ

ମୋ ପାଇଁ ଗୋଟେ କାମ କରି ପାରିବେ ।

ପ୍ରଭୁଙ୍କ ଗରୁଡ଼ ସମ୍ଭ ନିକଟରେ ଠିଆ ହୋଇ ଦୁଇ ହାତ ଟେକି କହିବେ ମଣିମା ବାଲି ଗାଆଁ ଦାସିଆ ନଡ଼ିଆ ଦେଇଛି ନିଅନ୍ତୁ ।

ଯଦି ପ୍ରଭୁ ନେବେନି ନଡ଼ିଆ ଧରି

ଫେରି ଆସିବ।

ଭକ୍ତର ଭାବ ବୁଝି ଗୋସେଇଁ

ଶ୍ରୀମନ୍ଦିର ବୁଲି ସାରି ଫେରିଲା ବେଳକୁ ଗରୁଡ଼ ସମ୍ଭ ନିକଟରେ କହିଲେ,

ହେ ବଳିଆର ଭୁଜ ହେ ଭକ୍ତ ବାଞ୍ଛା କଲ୍ପତରୁ, ହେ ଶରଣ ରକ୍ଷଣ

ମହାବାହୁ ବାଲି ଗାଆଁର ଦାସିଆ ନଡ଼ିଆ ଦେଇଛି ତୁମେ ଗ୍ରହଣ କର ପ୍ରଭୁ।

ଭଗବାନ ଭକ୍ତର ଭକ୍ତି ଦେଖି ନଡ଼ିଆ

ଗ୍ରହଣ କଲେ। ଆଉ ଥରେ ଦାସିଆ 

ଆମ୍ବ ପଠେଇ ଥିଲେ ପୁଣି ପ୍ରଭୁ ଗ୍ରହଣ କଲେ।

ଦାସିଆ ତାର ଭକ୍ତି ପାଇଁ ସବୁ ଆଡ଼େ 

ପରିଚିତ ହେଲେ।

ଏ କଥା ଶୁଣି ପଞ୍ଚସଖା ଦାସିଆର

ଭକ୍ତିର ପରୀକ୍ଷା ନେଲେ ଓ ଜାଣି

ପାରିଲେ ସେ ପ୍ରକୃତ ଭକ୍ତ।

ଜଗନ୍ନାଥ ଭାବରେ ବନ୍ଧା ଭାବରେ ସବୁ ନିଅନ୍ତି।

ସେଇ ବିଶ୍ୱ ବିହାରୀ ଭକ୍ତ ପାଇଁ

ଆସନ୍ତି ବଡ଼ ଦାଣ୍ଡକୁ ।

ଛୁଆଁ ଅଛୁଆଁ ନ ଦେଖି ଭକ୍ତଙ୍କୁ ନିଜର କରନ୍ତି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍