pratap nayak

3  

pratap nayak

ଭିନ୍ନ ଏକ କୃଷ୍ଣ ଅନ୍ୟଏକ ରାଧା

ଭିନ୍ନ ଏକ କୃଷ୍ଣ ଅନ୍ୟଏକ ରାଧା

3 mins
7.6K


କଣ ହେଲା କେଯାଣି ,ଆଜି ଯାହା ଧରି ଘରୁ ବାହାରିଲି ଖାଲି ହାତରୁ ପଡିଲା,ମଟର ସାଇକେଲ ଚାବି, ଚଷମା ,ମୋବାଇଲ,ଡଟ୍ ପେନ,ମନିପର୍ସ ଏମିତିକି ମୋ,ପ୍ରିୟ ରୁମାଲ....।

ଗତ ତିନିଦିନ ହେବ ଭାଇରାଲ ଫିଭର,ଭାବିଲି ବୋଧହୁଏ ଏହା ଔଷଧର କରୁଣ ପରିଣତି,ନର୍ଭ ଉଇକ୍।ଇଚ୍ଛା ବିରୁଦ୍ଧରେ ବି ତା ସହ ଭେଟ ହେଲା ,ଆପେ ଆପେ ଆସି କିଛି ସମୟ ସ୍ପେୟାର କରିବାକୁ ବି କହିଲା ,ମୁଁ ତାର ସାନିଧ୍ୟ ଆଶାରେ ମନା କରି ପାରିଲି କି?

ହଁ କହିଲି ।

ବସିଗଲା ଗାଡି ପଛରେ , ଛିଗୁଲେଇ ହେଲା ।

ତାର ସବୁ ପ୍ରଶ୍ନର ଉତ୍ତର ଦବାକୁ ଠିକ୍ ମନେ କଲିନି ।ବାରମ୍ବାର ସେହି ପ୍ରଶ୍ନ ..।

ଆଉ ଆଗଭଳି ଭଲପାଉନାହଁ ।କୌଣସି ପର୍ସନାଲ କଥା ସେୟାର କରୁନାହଁ। ଦଶପଦରେ ଗୋଟିଏ ଉତ୍ତର ।କିଛି ମୋ,ବ୍ୟକ୍ତିଗତ କଥା କହିଲେ ନଶୁଣିଲା ପରି ବ୍ୟବହାର କରି କଥାକୁ ଅନ୍ୟ ଆଡେ ଟାଳି ଦଉଛ କଣ ହେଇଛି ତୁମର....।

ଇପ୍ସିତ ଯାଗା ଆପେ ଆପେ ଆସିଗଲା ।ପଇସା ଦବା ନବା ଆରମ୍ଭର ବେଳ ।ଉଭୟେ ରେଡି ..ଖେଳିଯିବେ ଆଦିମ ନରପିଶାଚ ଖେଳ ଦୁହିଁକ ମଧ୍ୟରେ.. ପୋଷାକ ଖୋଲିଲା ପରେ ....

ତୋ ଦେହ ଖରାପ ବେଳେ ମୁଁ ନେବି ଡାକ୍ତର ଖାନା ଆଉ ତା ଦେହ ଖରାପ ବେଳେ ତୁ। ତାର କଣ କେହି ନାହାଁନ୍ତି ,ଭାଇ ପୁତୁରା ପରିବାର ବନ୍ଧୁବାନ୍ଧବ,କେବଳ ତୁ ଆଉ ତୋ,ଦେହ ଖରାପ ବେଳେ ତା ସାହାଯ୍ୟ ନେଉନୁ ।

ତୁମେ ତ ମୋ କଥା କେବେ ଶୁଣିବାକୁ ଈଚ୍ଛା ବା ଆଗ୍ରହ ପ୍ରକାଶ କରିଛକି?

ତୁତ ସେ ଆଗ୍ରହକୁ ମାରି ଚାଲିଛୁ ଅହରହ।

ମୁଁ ଯାଣିଛି ମୁଁ କାହାର ଯଣକର ନୁହେଁ ।ମୁଁ ସମସ୍ତଙ୍କୁ ନିଜର କରିବାକୁ ଚେଷ୍ଟା କରୁଛି ଆଉ କରିବି ମଧ୍ୟ ।

ମୁଁ କିନ୍ତୁ ମୋ ଇପ୍ସିତକୁ କାହାକୁ ସେୟାର କରିବାକୁ ରାଜି ନୁହଁ ଦବାତ ଦୂରର କଥା.....।

ହଁ ତତେ ପାଇ ହବନି କିନ୍ତୁ ଦୂରରୁ ଥାଇ ତ ଭଲ ପାଇହବ ।ହୁଏତ ଚନ୍ଦ୍ର କଇଁର କି ସୂର୍ଯ୍ୟ ପଦ୍ମର ସମ୍ପର୍କ ହେଇପାରେ ।ଦୂରରେ ତ ଅଛନ୍ତି ପାଖିପାଖି ହବାର ତ ସମ୍ଭାବନା ନାହିଁ ,ଭଭୟ ଭଭୟଙ୍କୁ ତ ଭଲ ପାଇବା ଡୋରିରେ ବାନ୍ଧିଛନ୍ତି ଓ ଏକାଠି ନହୋଇ ପାରନ୍ତୁ ପଛେ.।

ହଁ ଏଠି କେବଳ ପଲପାଇବାଟା ନିଆରା ଏକ ପାଖିଆ ମୁଁ ଭଲପାଉଛି ତତେ..ତୁ ଭଲ ପାଉଛୁ ତାକୁ ..

ଏତିକି ପ୍ରଭେଦ ।ଲାଗୁଛି ଏମିତି ଲୁଚାଲୁଚି ଭଲ ନୁହେଁ ମୋ ଇପ୍ସିତ ପଛେ,ବନ୍ଧା ପଡୁ ତୁ ତୋ ଭଲ ପାଇବା ହାସଲ କରିନେ...

ଅଭିଶାପ ତ ନୁହେଁ କିନ୍ତୁ ବାପା ବୋଉ ପରେ ତୁ ତୋର ଏକ ପ୍ରିୟ ଜନକୁ ବୁଝି ପାରିଲୁନି ଡେରିରେ ବୁଝିବୁ,ହୁଏତ ସେତେବେଳକୁ ଅନେକ ଡେରି ହୋଇସାରିଥିବ ।ହୁଏତ ମୁଁ ନଥାଇ ପାରେ।

ଆରେ ନା ନା ଆତ୍ମହତ୍ୟା ଇମ୍ପସିବୁଲ୍। ଯିଏ ମତେ,ଭଲ ପାଉନି ତା ପାଇଁ ଆତ୍ମହତ୍ୟା ଏକଦମ୍ ଅସମ୍ଭବ...।

ତୁ କହୁନା ତମ ଭଳି ବନ୍ଧୁ ପାଇଁ ମୁଁ ମୋ ଜୀବନର ସବୁକିଛି ସେୟାର କରିପାରୁଛି ଆଉ କୋଉଠି ନୁହେଁ ତୁମ ଛଡା ।ହୁଏତ ମୁଁ ଡେରିରେ ବିଝିଲି ତୋ ହିସାବରେ ତୋ ହେହଟାକୁ ମୁଁ ପାଇଗଲେ ସବୁ ପାଇଗଲି ବୋଲି ,ଦେହଟା ସାମାନ୍ୟ ଆକର୍ଷଣ ଛଡା ଆଉ କଣ ହୋଇ ପାରେ ଯେ।

ଅନେକ ଥର ତୋ ଇପ୍ସିତ ପ୍ରେମିକ ତତେ ଧୋକା ଦେଇଛି,ଅବହେଳା କରିଛି ,ତୁ କିନ୍ତୁ ନିଆଁକୁ ଝରିପୋକ ପରି ମାଡି ଚାଲିଛୁ ଯେ ମାଡି ଚାଲିଛୁ... କେବଳ ତା ସାନିଧ୍ୟ ପାଇବା ଆଶାରେ... ରଖିତା ହେଉ ପଛେ ...

ପରବାୟ ନାହିଁ ତୋର.

ଏବେ କିନ୍ତୁ ତା ସ୍ତ୍ରୀ ମଲା ପରେ କଣ୍ଟକ ଶୁନ୍ୟ,ତୁମେ ଦୁହେଁ.ଝିଅମାନେ ତାର ବିବାହିତ..ପୁଅ ବି ପଦାରେ ଚାକିରି .ଏକମାତ୍ର ସାହା ଭରସା ତୁ ତାର ହଉ ଯେତେ ବର୍ଷା ହଉ ଯେତେ ଖରା ଅବା ଶୀତ ପରବାୟ ନାହିଁ ତୋର..ସିଏ ବୁଝିଲାଣି ତୁ ତାକୁ କେତେ ଭଲପାଉ....କିନ୍ତୁ ସିଏ,ତତେ କେବେବି ସେ ଯାଗାକୁ ନବନି ତୁ ଯୋଉଠିକି ଯିବା ତୋର ଇଚ୍ଛା ।

ହଉଚାଲ ଯିବା ସମୟ ହେଇଗଲା ତୋର ଅନ୍ୟରୋଲ ବାଲା ଖୋଜିବେଣି, ଆଉ ଆଗକୁ ଯିବାନି?ସବୁ ସରିଗଲା ପରେ ଉଷୁମ ସୁଇଟର ଚିପା ଟୋପି ଭିତରେ ଫଣଫଣ ଶୀତ ମୋତେ ତୁ କିନ୍ତୁ ନିର୍ବିକାର ତୋ ପ୍ରେମ ଭିତରେ ବିନା ଶୀତ ପୋଷାକରେ.।

ଆଜି ଆସିଲା ବେଳୁ ଘରୁ ହାତରୁ ସବୁ ଖସି ପଡୁଥିବା ଚିଜଗୁଡିକ ଅନ୍ଧବିଶ୍ଵାସକୁ ବିଶ୍ୱାସ ପରିକା ନୁହେଁ କି???

ପାଠକେ ରାଗିଯିବେଣି ଆପଣ ,ଏଠି ଚରିତ୍ର ଆଉ କିଏ କି ? ଆପଣ ତ ନିଜେ!!

ଏଠି ତୁ କହୁଥିବା ବ୍ୟକ୍ତି ଯାଗାରେ ନିଜକୁ ବସେଇ ନିଜ ପ୍ରେମିକା କୁ ତୁମେ କହୁଥିବା ବ୍ୟକ୍ତି ପାଖରେ ନହେଲେ ଟିକେ,ଲେଉଟେଇ ନିଜକୁ ତୁମେ ପାଖରେ ଓ ତୁମ ନିଜ ଲୋକକୁ ତୁ ପାଖରେ ବସେଇ ନିଜକୁ ପଚାରନ୍ତୁନା...??

ଠିକ୍ ନା ଏବକାର ପ୍ରେମ କାହାଣୀ..ମିଛ କହଲିକି??

ବିଲକୁଲ୍ ବିନଦାସରେ ଉତ୍ତର ରଖିପାରିବେ ବେଧଡକ୍ ଭାବେ ନୂଆ ଟାଇପର.।


Rate this content
Log in