ଭିକ୍ଷାଥାଳ
ଭିକ୍ଷାଥାଳ
ମଇ ମାସ ପ୍ରବଳ ଖରାସମୟ । ଏଥିରେ ପୁଣି ଲକଡାଉନ ଚାଲିଛି ।ବୋଉର କଡା ତାଗିଦ । ଆମେ ଭାଇ ଭଉଣୀମାନେ ଦିପହର ସମୟରେ ଇଚ୍ଛା ନଥିଲେବି ଖାଇ ପିଇ ଶୋଇବାକୁ ଗଲୁ । ନିଦତ ମାଡୁନି ଆଖିବୁଜି ସେମିତି ପଡି ରହିବା କଥା । ଏଇ ସମୟରେ ବାହାର ଗେଟ ପଟୁ ଭିକାରୀର ସ୍ବର ଶୁଭିଲା ଭିକ୍ଷା ଦବକି ଭିକ୍ଷା ଇଶ୍ବର ତୁମର ମଙ୍ଗଳ କରିବେ ।ସାନ ଭଉଣୀ ଆୟତକୁ ସମ୍ଭାଳେ କିଏ । ସେ ତ ବାହାରକୁ ଯିବାକୁ ଏମିତି ବାଗ ଖୋଜୁଥିଲା.....। ଗେଟ ବାହାରେ ତା'ରି ବୟସ ପିଲାଟେ ଭିକ୍ଷାଥାଳ ଧରି ଭିକ୍ଷା ମାଗିବା ଦେଖି ତାକୁ ଭାରି ଦୁଃଖ ଲାଗିଲା । ଖରାବେଳ ଗେଟ ଖୋଲିବାକୁ ତାକୁ ଭୟ ଲାଗୁଥାଏ । କିନ୍ତୁ ସେ ଦେଖିଲାକି ବାହାରେ ଗାଁର ମୁଖିଆଙ୍କ ସହ ତିନି ଜଣ ଲୋକ ବସିଛନ୍ତି ।ସେ ଗେଟ ଖୋଲି ବାହାରକୁ ଗଲା । ଦେଖିଲା ପିଲାଟି ସାଙ୍ଗରେ ତାର ବୋଉ ମଧ୍ୟ ଅଛି । ଆୟତ ତା' ବୋଉକୁ ପଚାରିଲା ମାଉସି ତୁମ ଘର କେଉଁଠି ? ଏ ପିଲାଟିକୁ ଧରି କାହିଁକି ଭିକ୍ଷା ମାଗୁଛ ? ସେମାନେ ଏଇ ଗାଁର ଶେଷ ମୁଁଣ୍ଡରେ ଥିବା ପଡିଆ ପାଖରେ ପଲିଥିନ୍ ଘେରା ଘରେ ରହୁଛନ୍ତି ବୋଲି ଗାଁ ମୁଖିଆ କହିଲେ । ଆୟତ କ'ଣ ଭାବିଲା କେଜାଣି ।ସେଇ ପିଲାଠୁ ଭିକ୍ଷାଥାଳ ନେଇ ଗାଁ ମୁଖିଆ ପାଖଙ୍କ ପାଖକୁ ଗଲା ।
ଆୟତର ବୟସ ସାତ । ସେ ଦ୍ବୀତୀୟ ଶ୍ରେଣୀରେ ପଢେ ।ଗାଁ ମୁଖିଆ ଆୟତର ବିଚକ୍ଷଣ ବୁଦ୍ଧି ବିଷୟରେ ଆଗରୁ ଜାଣିଥିଲେ ।ସେମିତିରେ ସାରା ଗାଁରେ ସେ "ସବୁ ତାଲାର ଚାବି ଋପେ "ଜଣାଶୁଣା ଥିଲା । ଥରେ ଗାଁ ମୁଖିଆଙ୍କ ଓପୋ ମୋବାଇଲର ଲକ୍ କି ଟା ଭାଙ୍ଗି ଯାଇଥିଲା । ସେ ଫୋନକୁ ଅନଲକ୍ କରି ପାରିଲେ ନାହିଁ ।ସହଜେ ଲକଡାଉନ ସମୟ ମୋବାଇଲ୍ ଦୋକାନବି ବନ୍ଦ । କ'ଣ କରିବେ ।ମନ ଦୁଃଖରେ ବସିଥାନ୍ତି । ଆୟତକୁ ଦେଖି ସେଇ କଥା ପଚାରି ବସିଲେ ।ଆୟତ ତାଙ୍କଠାରୁ ମୋବାଇଲ ନେଇ ଅନଲକ୍ ମୋବାଇଲକୁ ତିନିରୁ ପାଞ୍ଚଥର ଏମିତି ଚିପ କହି ନିଜେ ଚିପି ଦେଲା । ଆଶ୍ଚର୍ଯ୍ୟ ! ମୋବାଇଲ ଲକ୍ ଖୋଲିଗଲା ।
ହଁ ଗାଁ ମୁଖିଆ ତାଙ୍କ ସହ ବସିଥିବା ଅନ୍ୟ ବନ୍ଧୁଙ୍କୁ ଆୟତର ପରିଚୟ କରାଇ ଦେଲେ । ସେମାନେ ଯେ ଏଇ ପାଖ ଗାଁଗୁଡିକର ମୁଖିଆ ଏକଥା ଆୟତ ଜାଣି ଖୁସି ହେଲା । କିନ୍ତୁ ଆୟତ ସେ ଭିକାରି ମା ଝିଅଙ୍କୁ କେମିତି ସାହାଯ୍ୟ କରିବ ସେ କଥା ତା ମନରେ ରହିଥାଏ । ଏଥର ଆୟତ ଗାଁ ମୁଖିଆମାନଙ୍କୁ ପଚାରିଲା ଧନୀ ଲୋକମାନେ ଅପାତ୍ରରେ ବେଶି ଦାନ କରନ୍ତି । ଏ କଥା ଠିକ ନା ଭୁଲ୍ ! ଆୟତର ପ୍ରଶ୍ନର ଅର୍ଥ ଏମାନେ ବୁଝି ପାରିଲେ ନାହିଁ । ଆୟତ ପୁଣି କହିଲା ସେମାନେ ଅପାତ୍ରରେ ଦାନ କରି କେବଳ ପାପହିଁ କିଣି ଥା'ନ୍ତି ।ଯଦି ଆପଣମାନେ ପ୍ରକୃତ ଧନୀ ,ତେବେ ଏଇ ଭିକ୍ଷାଥାଳର ନିଲାମରେ ଭାଗନେଇ ନିଜକୁ ପ୍ରକୃତ ଧନୀ ବୋଲି ସାବ୍ୟସ୍ତ କରନ୍ତୁ ।
ଆୟତର କଥା ଶୁଣିବାକୁ ପାଖରେ ଖେଳୁଥିବା ପିଲାମାନେ ଆସି ମୋବାଇଲରେ ଭିଡିଓ ବନାଇ ଗାଁରେ ଭାଇରାଲ କରୁଥାନ୍ତି । ।ମୁଖିଆମାନେ ପଚାରିଲେ କ'ଣ ରହିବାକୁ ଚାହୁଛୁଲୋ ମାଆ, ଖୋଲିକରି କହ । ଆୟତ କହିଲା ଏଇ ଗାଁରେ ରହୁଥିବା କୌଣସି ଲୋକ ଆଉ ଭିକ୍ଷା ମାଗିବେ ନାହିଁ । ସେମାନେ କହିଲେ ଏଇ ଗାଁରେ ତ' କେହି ଭିକ୍ଷା ମାଗନ୍ତି ନାହିଁ । କିଛି ବାହାର ରାଜ୍ୟର ଲୋକ ଏଠି ଦାଦନ ଖଟିବକୁ ଆସିଥିବା ଗରିବ ପରିବାରର ପିଲା ଓ ମଜୁରିଆଙ୍କ ପିଲା ଭିକ୍ଷା ମାଗନ୍ତି । ଆୟତ ପୁଣି କହିଲା,ଏଇ ଗାଁରେ ଯିଏବି ରହିବେ କେହିବି ଯେପରି ଭିକ୍ଷା ମାଗିବେ ନାହିଁ , ସମସ୍ତେ ପାଠ ପଢିବେ, ଏକଥା ପ୍ରଥମେ ଆପଣମାନେ ପ୍ରତିଜ୍ଞା କରନ୍ତୁ ।ତା'ପରେ ଗାଁ ଲୋକେ ତୁମକୁ ଅନୁସରଣ କରିବେ । ମୁଁ ଏଇ ଭିକ୍ଷାଥାଳର ନିଲାମ ଡାକୁଛି । ଦେଖୁଛି ଆପଣମାନଙ୍କ ଭିତରୁ କିଏ ଜିତୁଛନ୍ତି ।
ଶୁଣ ଶୁଣ...... ସମସ୍ତେ... ଏଇ ଭିକ୍ଷାଥାଳର ଦାମ ଶହେ ଟଙ୍କା । ଗାଁ ମୁଖିଆ କହିଲେ ହଁ , ହଁ ମୁଁ ନେବି ଶହେ ଟଙ୍କାରେ । ଏକଥା ଶୁଣି ଆୟତ ଦ୍ବିତୀୟ ମୁଖିଆଙ୍କୁ କହିଲା ,ଆପଣମାନଙ୍କ ନାକ କଟିଲା, ଆପଣମାନେ କୃପଣ କେବଳ ଅପାତ୍ରରେ ଦାନ କରିବା ଜାଣନ୍ତି ।ଦ୍ବିତୀୟ ମୁଖିଆ ପର ଗାଁରେ ନିଜର ଇଜ୍ଜତ ରଖିବା ପାଇଁ କହିଲେ ନା , ନା ମୁଁ ନେବି ଏଇ ଭିକ୍ଷାଥାଳ ।ଏଇ ଦେଖ ମୋର ଫୋନ ପେ ଅଛି । ଏହାର ଦାମ୍ ଏକ ହଜାର ଟଙ୍କା ବଢିଲି । ଆୟତ ତୃତୀୟ ମୁଖିଆଙ୍କ ଆଡକୁ ଚାହିଁଲା କ୍ଷଣି ନିଜ ସେ ନିଜ ନିଷକୁ ମୋଡି କହିଲେ ....ଆରେ ମୁଁ ଥାଉ ଥାଉ ଏ ଭିକ୍ଷାଥାଳକୁ କେହି ନେଇ ପାରିବେ ନାହିଁ । ଏଇ ଦେଖ ଗୁଗୁଲ ପେ । ମୁଁ ଏଇନେ ଦଶ ହଜାର ଟଙ୍କା ପଠଉଛି । ମୋତେ କାହାର ଗୁଗୁଲ ପେ ନମ୍ବର ଦିଅ ।
ଅନ୍ୟ ମୁଖିଆମାନେ କିଛି ନ କହିବାରୁ ଆୟତ କହିଲା ଠିକ୍ ଅଛି..... ଦଶ ହଜାର ଟାଙ୍କା .... ଏକ୍......ସମସ୍ତେ ନିରବ । ଦଶ ହଜାାର ଟଙ୍କା..... ଦୁଇ........ତଥାପି ସମସ୍ତେ ନିରବ । ଦଶ ହଜାର ଟଙ୍କା ତିନି କହିବା ପୁର୍ବରୁ ଜଣେ ମହିଳା ଆସି କହିଲେ କୋଡିଏ ହଜାର୍ ଟଙ୍କା । ସେ ମହିଳାଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଗଲେ ।ସେ ଥିଲେ ମହିଳା ସ୍ବୟଂ ସହାୟିକା ସଂଘର ସଭାନେତ୍ରୀ । ସେ କହିଲେ ଆମେ ସମସ୍ତେ ଆୟତ ପାଇଁ ଆଜି ଗର୍ବିତ । ଆସ ଆମେ ସମସ୍ତେ ମିଶି ପ୍ରତିଜ୍ଞା କରିବା ଏ ଗାଁ ସହ ଆମ ଆଖପାଖ ଗାଁରୁ କେହି ବି ଅସହାୟ ରହିବେ ନାହିଁ ।କେହି ପିଲା ଭିକ୍ଷାବୃତ୍ତି କରିବେ ନାହିଁ ।ସମସ୍ତେ ପାଠ ପଢିବେ ।ଆମ ମହିଳାଗୋଷ୍ଠୀରେ ଏଇ ଗରିବ ମାଆଟି ରହିବେ । ତାଙ୍କୁ ବିନା ସୁଧରେ ଚିନି ବର୍ଷ ପାଇଁ କୋଡିଏ ହଜାର ଦିଆ ଯିବ।ସେ ଗାଁ ଭିତରେ ଏକ ଛେଟିଆ ସଉଦା ଦୋକାନ କରିବେ।ତାଙ୍କର ଏଇ ପିଲାଟି ଆମ ଗାଁ ସ୍କୁଲରେ ପାଠ ପଢିବ । ସମସ୍ତ ସରକାରି ସୁବିଧା ସୂଯୋଗର ତାଙ୍କ ପାଇଁ ଆମ ଗୋଷ୍ଠୀ ବ୍ୟବସ୍ଥା କରିବ । ଆମେ ଆୟତର ଏଇ ଭାଇରାଲ ଭିଡିଓ ଦେଖି ତା'ର ପ୍ରସଂଶା ନକରି ରହି ପାରୁନୁ ।ଏକଥା ନିଷ୍ପତି ନେଇ ମୁଁ ଏବେ ମିଟିଂରୁ ଫେରୁଛି । ସେ ମହିଳାଙ୍କ ଏପରି କଥା ଶୁଣି ସମସ୍ତେ ତାଳି ମାରିଲେ । ନିଷୁଆ ଗାଁ ମୁଖିଆ ନିଷକୁ ମୋଡି ଦେଲ ମହିଳାମାନଙ୍କ ପ୍ରସଂଶା କଲେ ।ଏହା ଦେଖି ଛୋଟ ଛୋଟ ପିଲା ହସି ହସି ଗଡିଗଲେ । ଏଇ ଗରିବ ମାଆ ଝିଅର ପରିବାରରେ ଖୁସିର ହସ ଖେଳିଗଲା ।ସେଇ ଭିକ୍ଷାଥାଳ ଯୋଗୁଁ ଏତେ କଥା ହୋଇଥିବାରୁ ସେଇଟି ଗାଁର ପ୍ରାର୍ଥନାସ୍ଥଳ ପାଖରେ ଟଙ୍ଗା ହେବ ଏବଂ ସବୁଦିନ ପାଇଁ ଅପାତ୍ରରେ ଦାନ ନକରିବାର ବାର୍ତା ବହନ କରୁଥିବ ବୋଲି ଗାଁ ମୁଖିଆ କହିଲେ ।
