ଭଗ୍ନ ନିହାରିକା... ଭୟଙ୍କର ବ୍ୟାଧ
ଭଗ୍ନ ନିହାରିକା... ଭୟଙ୍କର ବ୍ୟାଧ
ଜୀବନର ସଂଜ୍ଞା ବୋଧହୁଏ ଜନ୍ମ ଆଉ ମୃତ୍ୟୁ ମଧ୍ୟରେ ଅହରହ ଚାଲୁଥିବା କେତେଟା ନିରବ ନିଃଶ୍ୱାସ... ଏଟା ମୁଁ ଭାବେ l ଏଠି ଜୀବନଟା ସମସ୍ତଙ୍କର ସମାନ ହୋଇ ନ ଥାଏ l କାହାପାଇଁ ଏ ଗୋଲାପର ଶେଜ ତ ପୁଣି କାହା ପାଇଁ ଅସରନ୍ତି କଣ୍ଟକିତ ରାସ୍ତାର ଦୁର୍ଗମ ପଥ ପୁଣି କାହାପାଇଁ ସେ ଅସହ୍ୟ ବହ୍ନିର ଶ୍ମଶାନ.... l
ଆଜି ମୃତ୍ୟୁ ସହିତ ସଂଗ୍ରାମ କରି ଜୀବନ ଯୁଦ୍ଧରେ କ୍ଲାନ୍ତ ହୋଇ ପଡ଼ିଥିବା ପଥିକ l ବଞ୍ଚିବାର ଇଚ୍ଛା ଥିଲେ ବି ସେ ଆଜି ନିସ୍ଵ ଅସହାୟ..
ହରିହର ହସ୍ପିଟାଲର ଏକ ବେଡ଼ରେ ଶୋଇ ଅନେକ କିଛି ଭାବୁଛି ଆଜି ସୁପ୍ରିତି l ଆଖିରେ ଅନେକ ସ୍ୱପ୍ନ କିନ୍ତୁ ଦେଖିବାକୁ ରାତି କାହିଁ... ଭଙ୍ଗା ହୃଦୟରେ ଅନେକ ଆଶା କିନ୍ତୁ ସାକାର କରିବାକୁ ସମୟ ନାହିଁ l କୋହ ଓ ଲୁହ ଭରା ହୃଦୟରେ ସେ ପାଞ୍ଚ ବର୍ଷର ଶିଶୁ କନ୍ୟା ମୁହଁକୁ ଥରେ ନିରେଖି ଟିକେ ଆଉଁସି ଦେବା ପାଇଁ ଚାହୁଁଛି ହେଲେ ବଳ ପାଉନି ତାର..
ନିରୀହ ଛୁଆଟା କିଛି ବୁଝି ପାରିଲାନି... କହୁଛି "ମମି ତୁମକୁ କଣ ହୋଉଛି ତୁମେ ମୋତେ ଛାଡି କେମିତି ରହି ପାରୁଛ ଏଠି???? ତୁମର କଣ ମନେପଡେନି ମୋତେ??? ମୁଁ ତୁମକୁ ଶୋଇବା ସମୟରେ ଖୁବ ମନେକରେ... ତୁମର ସେ ନିଦ ମାଉସୀ ଗୀତ ବାପା ଗାଇ ଜାଣନ୍ତିନି ଆଉ ସେଥିପାଇଁ ମୋତେ ନିଦ ହୁଏନି.. ପ୍ଲିଜ଼ ସେ ଡାକ୍ତର ଅଙ୍କଲକୁ କୁହ ନା ତୁମକୁ ଭଲ କରିଦେବେ..... ମୁଁ ମୋ ଗଣେଶlକୁ ବି କହି ଆସିଛି ସେ ଆସିବ ତୁମକୁ ଭଲ କରିଦେବ " ଛୁଆଟିର ଏପରି କଥା ଶୁଣି ସୁପ୍ରିତିର କୋହ ଆଉ ରୋକି ପାରିଲାନି... ଝିଅ ତାର କୁନି କୁନି ହାତରେ ଅତି ଯତ୍ନରେ ପୋଛି ଦେଲା ଲୁହ ସବୁ l କେମିତି ବୁଝେବ ଏ ନିରୀହ ଛୁଆଟିକୁ ସେ.. ଆଉ କେତେ ଦିନର ଅତିଥି ସେ ତାକୁ କିଛି ଦିନ ପରେ ଏକା କରି ଚାଲି ଯିବ ସେ ଅଫେରା ରାଇଜକୁ..... ଆଜି ମନେପଡେ ସେ ଅତୀତ ସ୍ମୃତି ରାଜି ସେ ସୁନ୍ଦର ଜୀବନ କାହାଣୀ... ଯାହାକୁ ନେଇ ସେ କେତେ ସ୍ୱପ୍ନ ଦେଖିଥିଲା l କିନ୍ତୁ ସେ କଣ ଜାଣିଥିଲା ଏମିତି ଗୋଟେ ଦୂରାରୋଗ୍ୟ ତାକୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଦେବ.. ଆଉ ତାର ସୁନ୍ଦର ସଂସାରଟା ଛାର ଖାର କରିଦେବ?? ସୁପ୍ରିତି ଜଣେ ସରକାରୀ ଶିକ୍ଷୟତ୍ରୀ.. ସ୍ୱାମୀ ଜିଲ୍ଲାପାଳ ଅଫିସରେ କିରାଣୀ l ବାହାଘର ହୋଇଥିଲା ଛଅ ବର୍ଷ ତଳେ.. ସମ୍ପୂର୍ଣ୍ଣ ରୂପେ ଦୁଇ ପରିବାରଙ୍କ ସହମତିରେ... ସୁପ୍ରିତି ଦେଖିବାକୁ ଖୁବ ସୁନ୍ଦର.... ଡେଙ୍ଗା, ଗୋରା, ଲମ୍ବା କେଶ ରାଶି ତାକୁ ଠିକ ମାନୁଥିଲା ଦେଖିବାକୁ ଯେମିତି ସୁନ୍ଦର ତା ଚଳଣି ସଂସ୍କାର ବି ଠିକ ସେମିତି ସୁନ୍ଦର l ସେଥିପାଇଁ ତ ସେ ପରିବାରକୁ ବାନ୍ଧି ରଖିପାରିଥିଲା ତା ସ୍ନେହ ବନ୍ଦନରେ
ଏ ଘରଟା ତାପାଇଁ ଥିଲା କର୍ମ କ୍ଷେତ୍ର ଠିକ ସେ ଅର୍ଜୁନ ପରି... ରନ୍ଧା ବଢ଼ାଠୁ ଆରମ୍ଭ କରି ଶାଶୁ ଶଶୁରଙ୍କ ସେବା କେତେ ସୁନ୍ଦର ତୁଲେଇ ଦିଏ ସବୁ କାମ ଜଣେ ସୁ ଗୃହିଣୀ ହୋଇ l କେବେ କାହାର ଅସୁବିଧା କରିନି ଦିନେ l
କିନ୍ତୁ ଏବେ ଠିକ ତାର ଓଲଟା.... ତା ପାଇଁ ସମସ୍ତେ ଚିନ୍ତିତ l ଆଉ ସେ ଚିନ୍ତା ତାକୁ ଦିନ ରାତି ଖାଉଛି l ସେ ଏ ପୃଥିବୀର ଅଳ୍ପ ଦିନର ଅତିଥି l
ସବୁ Gpf, ବ୍ୟାଙ୍କ ବାଲାନ୍ସ ଆଉ ସୁନା ଗହଣା ଏଇ ବେମାରୀ ଖାଇଲା ହେଲେ ତଥାପି ତାର ମନ ଶାନ୍ତି ହେଲାନି ଯେ ସୁପ୍ରିତିର ଏ ସୁନ୍ଦର ଶରୀର ଉପରେ ତାର ଲୋଭ l ଝିଅ ଜନ୍ମ ହେବା ପର୍ଯ୍ୟନ୍ତ ଶାରୀରିକ ଗତିବିଧି ଠିକ ଥିଲା ହେଲେ ହଠାତ ତଳି ପେଟ ଯନ୍ତ୍ରଣା ହେବାରୁ ଡାକ୍ତରଙ୍କ ପରାମର୍ଶରେ ସେ ଜାଣିବାକୁ ପାଇଲା ଯେ ତାର ୟୁଟେରସରେ କୁଆଡେ ଟ୍ୟୁମର ଅଛି l ଆଉ ଅପରେସନ ସାଙ୍ଗେ ସାଙ୍ଗେ ଦରକାର l ସେଥିପାଇଁ ସେ ଅପରେସନ ବି କଲା l କିନ୍ତୁ ପରେ ପୁଣି ସେ ସମସ୍ୟା ଦେଖାଦେଲା l ଆଉ ବାୟୋପସି ଟେଷ୍ଟ ପରେ ଜଣାଗଲା ଯେ ସେ କ୍ୟାନସରରେ ପୀଡିତା l ଆଉ ଏଟା ତାର ଲାଷ୍ଟ ଷ୍ଟେଜ.... ସେ ଦିନରୁ ଆଜି ଯାଏ ଚିକିତ୍ସା ଚାଲିଛି.... ସେ ଘନ ଚୁଟି ଉପୁଡି ଯାଇଛି ସମ୍ପୂର୍ଣ୍ଣ ଭାବେ... ତା ଶରୀର ସୁଖୀ କଙ୍କାଳ ହୋଇ ଗଲାଣି ଖାଲି ଆସନ୍ନ ମୃତ୍ୟୁର ଅପେକ୍ଷା.. ଆଜି ସେ... ଚାହେଁ ଏ ଅସହ୍ୟ ଯନ୍ତ୍ରଣାରୁ ସମ୍ପୂର୍ଣ୍ଣ ମୁକ୍ତି................
ଗତ ସାବିତ୍ରୀରେ କେତେ ଖୁସିରେ ସ୍ୱାମୀଙ୍କୁ ଏକ ବମକେଇ ପାଟ ଆଣିବାକୁ କହିଲା ହେଲେ ପିନ୍ଧି ପାରିଲାନି... କେତେ ଇଚ୍ଛା ତାର. ଅହ୍ୟ ସୁଲକ୍ଷଣି ହୋଇ ସ୍ୱାମୀ କୋଳରେ ମରିବାକୁ l ଭଗବାନ ଏତେ ଜଲଦି ତା ଡାକ ଶୁଣିବେ..... ସେ କେବେ ସ୍ୱପ୍ନରେ ବି ଭାବି ନ ଥିଲା.. ସେ ଆଶ୍ୱସ୍ତ ମୂଳ, ସେ ନାଲି ଶଙ୍ଖା, ସେ ନାଲି ସିନ୍ଦୂର ସବୁ ଆଜି ମନେ ପଡୁଛି l ଏମିତି କେତେ ଭାବନା ଭଙ୍ଗା ହୃଦୟରେ ତାର... ଆଉ ସେ ଶେଷ ଜୀବନର ଦୃଶ୍ୟ ଦେଖିବାକୁ ବୋଧହୁଏ ସେ ନ ଥିବ ଏ ଧରାରେ..... ଶାଶୁ କହୁଥିଲେ କୁଆଡେ ସେ ବହୁତ ସୁନ୍ଦର ସେଥିପାଇଁ ତୁଳସୀ ମାଟି କପାଳେ ଲଗେଇ ଯିବାକୁ ସେ ବ୍ରତ କରି.... ହେଲେ ସେ ଏକଥା ବିଶ୍ୱାସ କରେନି କେବେ..... ଆଜି କିନ୍ତୁ ମନେ ହେଉଛି ସେ କ୍ୟାନସରର ନଜର ଲାଗିଲା ତା ସୁନ୍ଦର ଦେହ ଉପରେ....
