STORYMIRROR

Bidulata Sahoo

Others

3  

Bidulata Sahoo

Others

ଭାର

ଭାର

1 min
139

ଆମ ବାଡିରେ ଗୋଟିଏ ବଡ ପଣସ ଗଛ ଅଛି |ପଣସ କଷି ଥିଲାବେଳେ ମୁଁ ପ୍ରାୟ ତୋଳିଦେଇ ଘରେ ଖାଇବାସହ ସାଇପଡିଶାରେ ବାଣ୍ଟି ଦିଏ |


ଘରେ ପାଚିଲା ପଣସ ଖାଇବାକୁ କେହି ଭଲ ପାଆନ୍ତି ନାହିଁ |ତୋଳିବାକୁ ବି କେହି ନାହାନ୍ତି |ତେଣୁ ଉପରେ ଥିବା ପଣସଗୁଡିକ ପ୍ରାୟ ଆପେ ଆପେ ପାଚି ଖସିପଡେ |


ମୁଁ କାଲି ବଜାରକୁ ଯାଇଥିଲି |ଦେଖିଲି ଗୋଟିଏ ଜାଗାରେ ଗୁଡାଏ ପଣସ ଗଦାହୋଇଛି |ଜଣେ ସ୍ତ୍ରୀଲୋକ ସେ ଦୋକାନୀକୁ ଏଇଟା କେତେ,ସେଇଟାକେତେ ବାରମ୍ବରପଚାରୁଛି |ଦୋକାନୀ ଟିକିଏ ବିରକ୍ତ ହୋଇ କହିଲା କୋଉଟା ନବ କହୁନ,ସବୁର ଦାମ୍ କଣ ପଚାରୁଛ ?

              ସ୍ତ୍ରୀ ଲୋକଟି ଲାଜରା ହୋଇ ଫେରିଗଲା |ମୁଁ ତାକୁ ପଚାରିଲି ତମେ ଏତେ ପଣସର ଦାମ୍ କାହିଁକି ପଚାରୁଥିଲ |ସେ କହିଲା ମାଆ ମୋ ଝିଅ ଗଲାବର୍ଷ ବାହାହୋଇଛି ଏବର୍ଷ ତାର ପ୍ରଥମ ସାବିତ୍ରୀ ଓ ରଜ ଭାର ଯିବ |ମୋ ସ୍ୱାମୀବାଲିସିମେଣ୍ଟ କାମ କରନ୍ତି |ଏବର୍ଷ ଲକ୍ ଡାଉନ ଯୋଗୁକାମ ମିଳୁନି |ଭାରି ଅସୁବିଧାରେ ଚଳୁଛୁ |

     ସେଥିପାଇଁ ମୁଁ ପଚାରୁଥିଲି କୋଉଟା ଟିକିଏ କମ୍ ପଇସା ପଡିଲେ ନେଇଥାନ୍ତି |ମୁଁ କହିଲି ଆମ ବାଡିରେ ପଣସ ଅଛି, ହେଲେ ପାରିବାକୁ କେହି ନାହାନ୍ତି |ତମେ ପାରି ପାରିବ,ସେ ଅତି ଖୁସିରେ କହିଲା ମୋ ସ୍ୱାମୀ ଗଛ ଚଢ଼ା ଜାଣିଛନ୍ତି |

ମୁଁ ତାକୁ ଆମ ଘର ଦେଖାଇଦେଲି |କିଛି ସମୟପରେ ସେ ଦୁଇଜଣଜାକ ଆସି ପହଞ୍ଚିଲେ |ତା ସ୍ୱାମୀ ଗଛରେ ଚଢି ସବୁତକ ପଣସ ତୋଳିଦେଲେ |ଗଛରେ ଏଗାରଟା ପଣସ ଥିଲା |ମୁଁ କହିଲି ତୋର ଭାରପାଇଁ କେତେଟା ଦରକାର,ସେ ସେଥିରୁ ବାଛିବାଛି ପାଞ୍ଚୋଟି ରଖିଲା |ମୁଁ ତାକୁ ଆଉଗୋଟେ ଦେଲି କହିଲି ଏଇଟା ତୁ ଘରେ ରଖିବୁ |

           ତାପରେ ମୁଁ ଗୋଟିଏ ଘର ପୂଜା ପାଇଁ ରଖିବାକିତକ ପଡିଶାଘରେ ଦେଇଦେଲି |

ଭାର ପାଇଁ ପଣସ ପାଇ ସେ ଯେତିକି ଖୁସି ହେଉଥାଏ ମୋର ପଣସତକ କାମରେ ଲାଗିଗଲା ଭାବି ମୁଁ ତାଠୁ ଅଧିକ ଖୁସି ଅନୁଭବ କରୁଥାଏ |


Rate this content
Log in