Dr Jharana Satapathy

Others

3  

Dr Jharana Satapathy

Others

ଭାଗ୍ୟର ବିଡମ୍ବନା

ଭାଗ୍ୟର ବିଡମ୍ବନା

3 mins
957


ଶଙ୍କରା ଭାଗ୍ୟକୁ ଆଦରି ମୁଣ୍ଡରେ ହାତ ଦେଇ ଖାଲି ମନେ ମନେ ଆତ୍ମହତ୍ୟାର ପନ୍ଥା ଖୋଜୁଥାଏ। ଭାଗ୍ୟକୁ ଖାଲି ଦୋଷ ଦେଉଥାଏ ।

ପରିଶ୍ରମର ମୂଲ୍ୟ ତା ପାଇଁ ବେକାର ହୋଇଗଲା। ଆଉ ବଞ୍ଚି ଲାଭ କ'ଣ ମନେ ମନେ ଭାବୁଥାଏ ଏବଂ ଚିନ୍ତା କରୁଥାଏ ବଞ୍ଚିବା ଅପେକ୍ଷା ମରିଯିବାଟା ଭଲ । ପିଲାଙ୍କୁ ମଣିଷ କରିବା ପାଇଁ କେତେ ଆଶା କରିଥିଲା ପରିଶ୍ରମର ଫଳ ସବୁ ବୃଥା ହୋଇଗଲା ।ଖାଲି ଭାଗ୍ୟକୁ ହିଁ ନିନ୍ଦା କରୁଥାଏ ।

ଝାଟିମାଟିର ଘରଟିଏ । ଶଙ୍କରା ଏବଂ ତାର ପାଞ୍ଚ କୁଟୁମ୍ବକୁ ନେଇ ତାର ପରିବାର ।ଶଙ୍କରା ଚାଷ କାମ କରି ତାର ପରିବାରର ଭରଣପୋଷଣ କରେ ।ଘରର ସବୁ ଦାୟିତ୍ବ ତା ଉପରେ ।ଘରେ ଦୁଇ ଦୁଇଟି ଝିଅ, ବୁଢା ବାପା ମାଆ ଆଉ ତାର ଋଗୁଣା ସ୍ତ୍ରୀ ।ସୁଖ ଦୁଃଖରେ ତାର ସଂସାର ଚାଲୁଥିଲା ।ତାର ସ୍ତ୍ରୀ ବାରଦ୍ବାରେ ବାସନ ମାଜେ ଆଉ ଚାଷ ଜମିକୁ ଯାଇ ଶଙ୍କରାକୁ ସାହାର୍ଯ୍ୟ କରେ।

ଏମିତିରେ ଯାହାକିଛିମିଳେ ଭାଗ୍ୟକୁ ଆଦରି ସୁଖ ଦୁଃଖରେ ଚଳୁଥାନ୍ତି କିନ୍ତୁ ଅଚାନକ ତା ସ୍ତ୍ରୀକୁ ଏକ ରୋଗ ମାଡି ଆସିଲା ଫଳରେ ସେଜରେ ଶୋଇ ରହିଗଲା ସବୁଦିନ ପାଈଁ । ସବୁ ସେହି ଭାଗ୍ୟ ହାତରେ ଖେଳ। କପାଳ ଲେଖନ କେ କରିବ ଆନ! ଦୁଃଖୀକୁ ଆହୁରି ଦୁଃଖ ।ଏଥିପାଇଁ ଶଙ୍କରା ନିଜେ ନିଜ ଭାଗ୍ୟକୁ ହିଁ ନିନ୍ଦା କରୁଥିଲା ।

ଘରେ ପୁଣି ଦୁଇ ଦୁଇଟି ବଢିଲା ଝିଅ । ପୁଅଟିଏ ନାହିଁ ବୋଲି ଶଙ୍କରାର ମନ କେବେ ଦୁଃଖ ନ ଥାଏ ।ସେ ଦୁଇ ଝିଅକୁ ନିଜର ଦୁଇ ପୁଅ ବୋଲି ଭାବେ । ଭାଗ୍ୟକୁ ଆଦରି ବହୁତ କଷ୍ଟରେ ପିଲାଙ୍କୁ ପାଠପଢିବାପାଇଁ ପଠାଏ ।ଶଙ୍କରା ସିନା ପଢିପାରିଲା ନାହିଁ ଦାରିଦ୍ରର ସୀମାରେଖାରେ ରହି ।କିନ୍ତୁ ପିଲାଏ ପଢନ୍ତୁ ତାର ଭାରି ଇଛା । ଶଙ୍କରାର ବଡ ଝିଅ ସ୍କୁଲରୁ ଫେରିଲା ପରେ ତା ବାପାକୁ ଚାଷ କାମରେ ସାହାର୍ଯ୍ୟ କରେ ।ବହୁତ କଷ୍ଟମଷ୍ଟେ ପରିବାରକୁ ଚଳେଇ ନିଏ ଶଙ୍କରା ।ଏପଟେ ବୁଢା ବାପା ମାଆଙ୍କ ସବୁ ଦାୟିତ୍ବ ତା ଉପରେ ।ଯାହା କିଛି ଚାଷ ଜମିରୁ ପଇସା ମିଳେ ଔଷଧ ପତ୍ରରେ ସବୁ ଖର୍ଚ ହୋଇଯାଏ ।ସବୁବେଳେ ଲାଗିରହେ ଖାଲି ଅଭାବ ଅନଟନ ! ଭଗବାନଙ୍କ ଉପରେ ସେ ସବୁ ଛାଡିଦିଏ ।

ଋଣ କରଜ କରି ଦୁଇ ଝିଅକୁ ଶିକ୍ଷିତ କରିବା ପାଇଁ ଶଙ୍କରାର ଭାରି ଇଛା ! ଯାହା କିଛି ଧାର କରଜ କରିଥାଏ ସାହି ପଡିଶା ଠାରୁ ଆଣେ ତା ସ୍ତ୍ରୀର ଦେହ ମୂଳେ ସବୁ ପଇସା ଖର୍ଚ ହୋଇଯାଏ । ଚାଷ ଜମିଉପରେ ଯାହା ଋଣ ଆଣିଥାଏ ତାହାର ମୂଳ ସୁଧ ପରିଶୋଧ ପାଇଁ ସେ ସର୍ବଦା ଚିନ୍ତାରେ ରହିଥାଏ ।

ବଡି ଭୋରରୁ ଉଠି ନିଜ ନିତ୍ୟକର୍ମ ସାରି ନିଜ ବୃଦ୍ଧ ବାପାମାଆ ଋଗୁଣା ସ୍ତ୍ରୀର କଥା ବୁଝି ଖେତକୁ ବାହାରିପଡେ।ଟିଫିନ ଗିନାରେ ଧରିଥାଏ କିଛି ମାଣ୍ଡିଆ ଜାଉ ।ଦିପହର ସମୟରେ ଭୋକ ଲାଗିଲେ ମାଣ୍ଡିଆ ତକ ପିଇଦିଏ । ସେଥିରେ ତାର ଭୋକ ମେଣ୍ଟିଯାଏ ।

ମୁଣ୍ଡର ଝାଳ ତୁଣ୍ଡରେ ମାରି ତା ଚାଷ କାମରେ ଲାଗିପଡେ।

ଖରା ବର୍ଷାକୁ ତାର ଖାତିରି ନଥାଏ। ଶଙ୍କରା ୪୦ ହଜାର ଟଙ୍କା ଋଣ କରଜ କରି କିଛି ଚାଷ ଜମି ଅନ୍ୟଠାରୁ ଭାଗଚାଷ ରୂପେ ଆଣି ପାଞ୍ଚ ଏକର ଜମିରେ ଟମାଟ ଚାଷ କରିଥିଲା ।ତାହା ମଧ୍ୟ ବୃଥା ଅକାରଣ ହୋଇଗଲା ।ଅଦିନିଆ ବର୍ଷା ସର୍ତେ ଫସଲ ବହୁତ ଭଲ ହୋଇଥିଲା ।ତାର ବିଶ୍ବାସ ଥିଲା ଏ ବର୍ଷ ଭଲ ଫସଲ ବିକ୍ରି ହେବ ।ତାର ଦୁଇଗୁଣା ପଇସା ରୋଜଗାର କରିବ ଭଲରେ ପରିବାରର ଭରଷପୋଷଣ କରିପାରିବ ଆଉ ତାର ଦୁଇ ଝିଅକୁ ଭଲରେ ରଖିପାରିବ ।ଖାଇବାକୁ ଭଲ ଦେବ ।ସ୍ତ୍ରୀକୁ ନେଇ ବଡ ଡାକ୍ତର ପାଖରେ ଦେଖାଇବ ।

କିନ୍ତୁ ଦୁଃଖର ବିଷୟ ଅଭାବି ବିକ୍ରି ଏବଂ ଫସଲ ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ଅଭାବ ଯୋଗୁଁ ଫସଲ ବଜାରରେ ବିକ୍ରି କରିବାକୁ ଗଲେ ତୋଳିବା ମୂଲ୍ୟ ମଧ୍ୟ ମିଳିଲାନାହିଁ ।ଫଳରେ କ୍ଷେତରେ ଟମାଟ ଗୁଡାକ ଖାଲି ପଡିରହିଲା ।

ସେ ତାର ଭାଗ୍ୟକୁ ହିଁ ନିନ୍ଦା କଲା ।ସବୁ ସେହି ଭାଗ୍ୟର ବିଡମ୍ବନା । ଏହା କି ପ୍ରକାର ବିଶ୍ବାସଘାତକତା ସରକାରଙ୍କର ।ଗତ କିଛି ବର୍ଷ ମଧ୍ୟରେ ରାଜ୍ୟର ଆଧିକାଶଂ ଶୀତଳ ଭଣ୍ଡାର ବନ୍ଦ ହେବାକୁ ବସିଲାଣି ।ଆଉ ଶୀତଳ ଭଣ୍ଡାର ନଥିବା ଯୋଗୁଁ ଆତ୍ମହତ୍ୟା କରିବା ପାଈଁ ସ୍ଥିର କରିଥିଲା ।ବଜାରକୁ ବିକ୍ରିପାଇଁ ଆଣିଲେ ଗ୍ରାହକ ମିଳୁନାହାନ୍ତି ।ପରିଶ୍ରମ କଲେ କଣ ହେବ ଭାଗ୍ୟରେ ଯାହା ହେବାକୁ ଥିବ ତାହାହିଁ ହୋଇବ ।ଏହା ଭାବି ଭାବି ଲୁହ ଗଡାଇ ନିଜ ଭାଗ୍ୟକୁ ନିନ୍ଦା କରିବାକୁ ଲାଗିଲା ଶଙ୍କରା ।

କାଳିଆ ଯୋଜନାର ପାଞ୍ଚ ହଜାର ଟଙ୍କା ମିଳିବାପାଇଁ ବହୁତ ସ୍ବପ୍ନ ଦେଖିଥିଲା । କିନ୍ତୁ ପୂର୍ବରୁ ଥିବା ଋଣକୁ ବ୍ୟାଙ୍କ ପରିଶୋଧ କରିଦେଲା ଫଳରେ ସେଥିରୁ ଟଙ୍କାଟିଏ ପାଇଲା ନାହିଁ ଶଙ୍କରା।

ଭାଗ୍ୟକୁ ଆଦରି ଏମିତି ପଡିରହିଥିଲା ଦିନେ ନା ଦିନେ ସରକାର ତାର ଗୁହାରି ଶୁଣିବେ ଏଵଂ ପରିଶ୍ରମର ଫଳ ନିଶ୍ଚୟ ପାଇବ ବୋଲି ।କିନ୍ତୁ ଅପେକ୍ଷା କରି କରି ଶେଷରେ ଋଣ ବୋଝ ସହିନପାରି କିଟନାଶକ ପିଇ ଶଙ୍କରା ଆତ୍ମହତ୍ୟା କରିଦେଲା ।

ଚାଷୀଙ୍କ ଉତ୍ପାଦିତ ସାମଗ୍ରୀକୁ ଗଚ୍ଛିତ କରି ରଖିବା ପାଇଁ ଶୀତଳ ଭଣ୍ଡାର ନଥିବା ଏବଂ ଉତ୍ପାଦିତ ସାମଗ୍ରୀକୁ ଉଚିତ୍ ମୂଲ୍ୟରେ କ୍ରୟ କରିବା ପାଇଁ ସରକାରଙ୍କ ପକ୍ଷରୁ ବଜାର ବ୍ୟବସ୍ଥା କରାଯାଉ ନଥିବାରୁ ଶଙ୍କରା ଭଳି ବିଭିନ୍ନ ଚାଷୀ ଏଭଳି ସମସ୍ୟା ଭୋଗୁଛନ୍ତି ।

ଡକ୍ଟର ଝରଣା ଶତପଥୀ

ଭୁବନେଶ୍ବର


Rate this content
Log in