Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Parameswar Ojha

Others

2.5  

Parameswar Ojha

Others

ଭାଗ ମାପ

ଭାଗ ମାପ

3 mins
24K



" ହେସ୍ ଏ ଦିନ ଗୁଡା ଜମା ଭଲ ଲାଗୁନି ମ "

" କି ଲକ୍ ଡାଉନ୍ ହେଲା କେଜାଣି, ଭାରି ବୋରିଂ ଲାଗୁଛି ସବୁକିଛି "

" ଟିକେ ବି ମନ ଲାଗୁନି କୋଉଥିରେ , କେତେ ଟିଭି ଦେଖିବ ? କେତେ ମୋବାଇଲ ଟିପିବ ? କେତେ ଶୋଇବ ?..."

ପ୍ରିୟାଲୀ ସବୁବେଳେ ଏମିତି କଥା ଶୁଣି ଶୁଣି ଅମନ୍ ଙ୍କୁ କିଛି ଉତ୍ତର ଦେଇ ପାରନ୍ତିନି । କଣ ବା ସେ ଯୁକ୍ତି ବାଢିବେ , ସତ ତ ସେ କହୁଛନ୍ତି । ସବୁଦିନ ଗୋଟେ ପ୍ରକାର ବୋରିଂ ରେ ସମୟ ଗୁଡା ବିତିଲେ କାହାକୁ ବା ଭଲ ଲାଗିବ ? ମୁହୂର୍ତ୍ତ ମାନଙ୍କରେ କିଛି ତ ରୋଚକ ରହିବା ଦରକାର ନାଁ ?

ପ୍ରିୟାଲୀ ଏଥର ପତିଦେବ ଙ୍କୁ କହିଲେ -" ଭାରି ତ ବୋରିଂ ବୋରିଂ ହେଉଛ , ଆଜି ଠୁ ସବୁଦିନ ରୋଷେଇ ପାଳି ତମର , ହେଲା ।"


ଅମନ୍ କହିଲେ -" ଭାରି ଚାଲାକ୍ ତମେ ତ , ସବୁ ରୋଷେଇ ମୁଁ କରିବି ଆଉ ତମେ ? ତମ ସାନ ଭଉଣୀ ସହ ବସି ଲୁଡୋ ଖେଳିବ ନାହିଁ ?"

- " ମୁଁ ସାନ ଭଉଣୀ ସହ ଲୁଡୁ ଖେଳିଲେ ତମ ଦେହ କାହିଁକି ସହୁନି କି ? ତମେ ଯେତେ ବେଳେ ତମ ସେକ୍ରେଟାରୀ ଅନିତା ସହ ଫ୍ରି ଫାୟାର ଖେଳୁଛ ମୁଁ କିଛି କହୁଛି ? ଭଲ କହିଲା ବାଲା  ହୋଇଛନ୍ତି । ତା ଛଡା ମୁଁ କେତେବେଳେ କହିଲି ତମେ ସବୁ ରୋଷେଇ କରିବ ବୋଲି ? ତମେ ଗୋଟେ ଥର ରୋଷେଇ କରି ତ ଦେଖ ତା'ପରେ ଛାଏଁ ହାରି ଯାଇ କି କହିବ , " ୟାଲୀ ସରି ସରି ମୁଁ ଯେମିତି ରୋଷେଇ କୁ ମୋ ଡ଼ିଜାଇନିଂ କାମ ପରି ସହଜ ଭାବୁଥିଲି ସେ ଏତେ ସହଜ ନୁହେଁ ।"

ତାପରେ ଅମନ୍ ଉତ୍ତର ଦେଲେ - " ଥାଉ ଥାଉ , ଆଉ ଅଧିକ ଗପ ନି , ତମେ କଣ ଭାବୁଛ ମୁଁ ରୋଷେଇ ଶିଖିନି , ହେଇଟି ଆପଣେ ଆମ ଜୀବନେ ଆସିବା ପୂର୍ବରୁ ଆମେ ବି ଗ୍ୟାସ୍ କଢେଇ ଖରିକା ବେଲଣା କାଠି ରୁଟି ତର୍କାରି ସହ ପରିଚିତ ବା , ଭାବନି ଏତେ ଢିଲା ଆମକୁ । ଥରେ ଆମ ହାତ ପରଷା ମୁହଁ ରେ ବାଜିଲେ ନାଁ ହାତ ଚାଟି ଚାଟି ଖାଇବ, ଆଉ କହିବ ବାଃ ଅମୁ ତମେ ଏତେ ଭଲ ରୋଷେଇ ଜାଣ ଆଗରୁ କାହିଁକି ଏତେ ସ୍ବାଦିଷ୍ଟ ଖାଇବା ମୁଁ ଖାଇ ନଥିଲି ?"

ତାପରେ ପ୍ରିୟାଲୀ ର ମୁହଁ ମୋଡା ପରେ -" ହଉ ଜଣା ପଡ଼ିବନି କି , ରୋଷେଇ ସରିଲା ପରେ । ତରକାରୀ କେତେ ସୁଆଦ ?"

- " ଜାଣିଛି ଜାଣିଛି ତୁମ ହାତ ସୁଆଦ , ଆଉ ଅନ୍ୟ କୁ କୁହନି ହେଲା ? କେତେ ବେଳେ ଲୁଣି ତ କେତେବେଳେ ଅଲଣା କେତେବେଳେ ରାଗ ତ କେତେବେଳେ ପୋଡ଼ା , ହଁ ଆଉ କେତେବେଳେ କେମିତି ଭୁଲ୍ ରେ ଠିକ୍ ଠାକ୍ ହୋଇଯାଏ ଯାହା । "

-" ମାରି ଦେବି ତମକୁ , ମୋ ନାଁ ରେ ଏମିତି କହୁଛ ।"

 ପ୍ରିୟାଲି ଅମନ୍ ଗଳାକୁ ଧରି ପଛକୁ ଟାଣି ଆଣି ଖଟ ଉପରେ ପକାଇ ଦେଇ ଏତକ କଥା କହିଗଲେ ।

ତା'ପରେ ଅମନ୍ ପୁଣି ଛିଗୁଲେଇଲେ -" ସତ କଥା ୟାଲି ତମକୁ ଆଜି ପର୍ଯ୍ୟନ୍ତ ମସଲା ପକେଇବା ର ଭାଗ ମାପ ଠିକ୍ ସେ ଆସିଲାନି , ଯୋଉଥିପାଇଁ ଏମିତି ସବୁ ଅସୁବିଧା "

- " ଆଛା ଠିକ୍ ଅଛି , ରୋଷେଇ ର ଇଞ୍ଜିନିୟର ମହାଶୟ ଆଜି ଜଣା ପଡ଼ିଯିବ ତୁମର ଦକ୍ଷତା , ମସଲା ର ଭାଗ ମାପ ରେ କେତେ ଆଗୁଆ ? ରୋଷେଇ କାମ ସରି ପାଟିରେ ବାଜିଲା ପରେ ଯାଇ   "

- " ଠିକ୍ ଅଛି ରାତିରେ ମୁଁ କରିବି ରୋଷେଇ ଦେଖିବ "

-" ହଉ ହେଲା "

ରାତି ରୋଷେଇ ପୂର୍ବରୁ ବାସନ ପଟା ମାଜି ଧୋଇ ସାରି ପ୍ରିୟାଲୀ ବସିଗଲା ସାନ ସହ ଅନଲାଇନ ଲୁଡୁ ଖେଳିବାରେ ।

କିଚେନ୍ ରେ ପସିଲେ ଅମନ୍ । ଆଠଟା ଭିତରେ ସରିବା ରୋଷେଇ ଟା ସେଦିନ ନଅଟା ପଞ୍ଚାବନ ହୋଇଗଲା । କିଚେନ୍ ରୁମ୍ ରୁ ଝାଳ ନାଳ ହୋଇ ଏମିତି ବାହାରିଲେ ଅମନ୍ ଯେମିତି ପ୍ରିୟାଲୀ କୁ ଲାଗିଲା ଏଇ ଏବେ ଏବେ ଗୋଟେ ରାଜ୍ୟ ଜିତି ଆସିଛନ୍ତି ।

ସେଦିନ ଆଇଟମ୍ ହୋଇଥିଲା ପୋଟଳ ରସା । ବାଃ ଆଉ କ'ଣ ଥାଏ କି ? ପ୍ରିୟାଲୀ ତର୍କାରୀ ର ରୂପ ଭେକ ଦେଖୁ ଦେଖୁ ହିଁ ଅଧଘଣ୍ଟା ତକ ତା ହସକୁ ରୋକି ପାରିଲାନି ।

ଆଳୁ ପୋଟଳ ଯେମିତି ହଳଦୀ ପାଣିରେ ପହଁରୁଛନ୍ତି ସେଇଭଳି ଲାଗିଲା ତାଙ୍କୁ । ପାଟିରେ ମାରୁ ମାରୁ ପୁଣି ହସି ହସି ବେଦମ୍ ହେଲେ -" ଲୁଣ ଏଥିରେ କଣ ତମ ଶାଳୀ ପକେଇବ ନାଁ ତମ ସେକ୍ରେଟାରୀ ଅନିତା ଆସିବ ? ଇଏ ପୋଟଳ ରସା କରିଛ ନା ଆଳୁ ପୋଟଳ ......? ଆଛା ୟା ନାଁ କଣ ହେବ ? "

ସେତେବେଳେ କୁ ଅମନ୍ ଙ୍କ ମୁହଁ ଲାଜରେ ବୁଡି ଗଲାଣି ଗୋଟା ସୁଦ୍ଧା -" ସରି ସରି ଲୁଣ ପକାଇବାକୁ ଭୁଲି ଯାଇଛି ତେବେ । ଆରେ ୟାମୀ ତମେ ବୁଝି ପାରୁନ ରୋଷେଇ କେତେଦିନ ହେଲା ଛାଡିଲିଣି  ହାତ ସେଟ୍ ହେବାକୁ ପୁଣି ସମୟ ଦରକାର ନାଁ ନାହିଁ ?"

-" ହଁ ହଁ ଥାଉ ତମ ପ୍ରବଚନ , ଭୁଲ୍ ସ୍ବୀକାର କର ଏଥର ।"

- " କି , ଭୁଲ୍ ?"

-" ଏଇ ଯେ ତମକୁ ରୋଷେଇ ଆସେନା '"

-" କାହିଁକି ? ଆଉ ଦୁଇ ଚାରି ଦିନ କଲେ ବଳେ ସଠିକ୍ ଢାଞ୍ଚାରେ ପଡି ଯିବନି କି ?

-" ଆଛା , ଭୁଲ୍ ସ୍ବୀକାର କର ନହେଲେ ତୁମ ସ୍ପେସାଲ ଆଇଟମ୍ ଆଜି ମିଳିବନି ଯେ "

-" ଠିକ୍ ଅଛି ବାବା ସରି , ମୋତେ ରୋଷେଇ ଠିକ୍ ସେ ଜଣା ନାହିଁ , ଆଉ ମସଲା ର ଭାଗ ମାପ ବି , ହେଲାତ ଏଥର ଖୁସି ?"

- " ହଁ ଖୁସି "




Rate this content
Log in