STORYMIRROR

Samar Ballav Bhoi

Children Stories Inspirational Children

4  

Samar Ballav Bhoi

Children Stories Inspirational Children

ବେଳାଭୂମି

ବେଳାଭୂମି

3 mins
234

   

ସମୁଦ୍ର ପାଖରେ ଛୋଟ ଗାଁ ଟିଏ ହରିପୁର, ସେହି ଗାଁର ବିଭୁ ଓ ପ୍ରତୀକ ଦୁହେଁ ପିଲାଦିନରୁ ସାଙ୍ଗ, ପରସ୍ପର ଭିତରେ ଅନେକ ନିବିଡ଼ ସମ୍ପର୍କ। ପ୍ରତିଦିନ ସ୍କୁଲରୁ ଆସିଲା ପରେ ସମୁଦ୍ରର ବେଳାଭୂମି କୁ ବାହାରି ଯାଆନ୍ତି ଖେଳା ଖେଳି କରିବାକୁ, ଗାଁ ପାଖ ସମୁଦ୍ର, ସୁଲୁସୁଲିଆ ପବନ ସାଙ୍ଗକୁ ନୀଳ ଆକାଶର ବିସ୍ତୃତ ଛାତି ତଳେ ଖେଳର ମଜା ସତେ କେତେ ନିଆରା, ବିସ୍ତୃତ ବାଲୁକା ରାଶି, ହୃଦୟ ଖୋଲି ମନ ଆକାଶ ରେ ଖେଳିବୁଲନ୍ତି ବିଭୁ ଓ ପ୍ରତୀକ, ପ୍ରତିଦିନ ସ୍କୁଲ ଛୁଟି ପରେ , ଘରକୁ ଫେରି, ବହି ବସ୍ତାନି ରଖି ଦେଇ ଧାଇଁ ଯାଆନ୍ତି ସମୁଦ୍ର ବେଳାଭୂମି ଆଡ଼କୁ, ସବୁ ଋତୁରେ ସେମାନେ ବେଳାଭୂମିର ମଜା ଉଠାନ୍ତି, ଭରପୁର ଶାରୀରିକ ପରିଶ୍ରମ କରି ସନ୍ଧ୍ୟା ସୁଦ୍ଧା ଘରକୁ ଫେରି ଆସନ୍ତି, ତାପରେ ଗୋଡ଼ ହାତ ଧୋଇ ନିଜ ନିଜ ଘରେ ବସି ସେହିଦିନ ର ପାଠପଢ଼ା ସବୁ କରିଦିଅନ୍ତି, ଛାତ୍ର ଜୀବନର ଖେଳକୁଦ ସତେ ଯେମିତି ଶରୀରକୁ ସୁସ୍ଥ ରଖିବା ର ପ୍ରେରଣା ଦେଇଥାଏ, କିଛି ଦିନ ପରେ ସେହି ସମୁଦ୍ର ବେଳାଭୂମି ନିକଟରେ ଏକ ପର୍ଯ୍ୟଟନ ସ୍ଥଳୀ ର ବିକଶିତ କରାଗଲା, ସରକାର ଏହାକୁ ବିଧିବଦ୍ଧ ଭାବେ ଘୋଷଣା କଲେ, ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପରେ ବହୁତ ଦୂର ଜାଗାରୁ ଭ୍ରମଣକାରୀ ମାନେ ଭ୍ରମଣ କରିବାକୁ ଆସିଲେ, ସେହି ବେଳାଭୂମି ନିକଟରେ ଦୋକାନ ବଜାର ବହୁ ପରିମାଣରେ ଗଢ଼ି ଉଠିଲା, ଶୀତ ଦିନେ ପ୍ରବଳ ମାତ୍ରାରେ ଭ୍ରମଣକାରୀ ଙ୍କ ଭିଡ଼ ଜମିବାରେ ଲାଗିରହିଲା।


ସବୁଦିନ ପରି ବିଭୁ ଓ ପ୍ରତୀକ ସେହି ବେଳାଭୂମି ନିକଟକୁ ଯାଆନ୍ତି ଅଳ୍ପ ସମୟ ଖେଳା ଖେଳି କରି ପଳାଇ ଆସନ୍ତି, ଧିରେ ଧିରେ ବେଳାଭୂମି ର ବିସ୍ତୃତ ଶରୀର ଦୋକାନ ବଜାର ର କବଜାରେ ରହିଲା, ସେମାନେ ଯେମିତି ମନଖୋଲି ଅପରାହ୍ନ ର ସମୟକୁ ଖେଳି ଖେଳି ବିତାଇ ଦେଉଥିଲେ, ତାହା ସମୟ କ୍ରମେ କମିବାରେ ଲାଗିଲା, ସେମାନେ ଘରେ ଆସି ବାପା ମାଆଙ୍କୁ ଏ ସବୁ ବିଷୟରେ ଅବଗତ କରିଲେ, ହେଲେ ତମେ ମାନେ ଏତେ ବ୍ୟସ୍ତ ଓ ବିବ୍ରତ ହୋଇପଡୁଛ କାହିଁକି? ବେଳାଭୂମି ର ବିକାଶ ତ ସରକାର ଙ୍କ ନିଷ୍ପତ୍ତି, ଏଥିରେ ଆମର ତ କିଛି କ୍ଷତି ହେବନି? ବିଭୁ କହିଲା, ବାପା ତମେ ଜାଣି ନ, ଲୋକଙ୍କ ଆତଯାତ ବଢିଲେ ଆମ ବେଳାଭୂମି ର ସୁନ୍ଦରତା ଉପରେ ପ୍ରଶ୍ନବାଚୀର ଚିହ୍ନ ଲାଗିଯିବ, ଦିନକୁ ଦିନ ବେଳାଭୂମି ର ପରିବେଶ ନଷ୍ଟ ହେବ, ବଡ଼ ବଡ଼ କୋଠା ତିଆରି ଚାଲିବ, ସବୁଜିମା କୋଳରେ ବଢ଼ିଥିବା ଆମ ବେଳାଭୂମି ର ରୂପ ବଦଳି ଯିବ, ବଡ଼ ବଡ଼ ଗଛ କାଟି କୋଠା ବାଡି ଗଢି ଉଠିବ, କେତେ ସୁନ୍ଦର ଥିଲା ଆମ ବେଳାଭୂମି, ପର୍ଯ୍ୟଟନ ସ୍ଥଳୀ ହେବା ଦିନଠାରୁ , ନା ଆମକୁ ଟିକିଏ ଶାନ୍ତିରେ ଖେଳିବାକୁ ସୁଯୋଗ ମିଳୁଛି ?


ସବୁବେଳେ ତ କୋଳାହଳ ଓ ଗହଳି ପୂର୍ଣ୍ଣ ହୋଇ ରହୁଛି, ଆଗରୁ କେତେ ସ୍ବଛ ପରିବେଶ ଥିଲା ଆମ ସେହି ବେଳାଭୂମି, ଆଜି ଦେଖିବାକୁ ଭାରି ଘୃଣା ଲାଗୁଛି, ଯୁଆଡେ ଗୋଡ଼ ଦୁଇଟାକୁ ପକାଇବ ସେଠାରେ ଖାଲି କୁଢ କୁଢ ଅଳିଆ ଆବର୍ଜ୍ଜନା, ପ୍ଲାଷ୍ଟିକ ବୋତଲ, ପଲିଥିନ ବ୍ୟାଗ, ସତରେ ବେଳାଭୂମି ତ ଆଜି ଯନ୍ତ୍ରଣାଭୂମି ରେ ପରିଣତ ହୋଇଯାଇଛି, କେତେ ଶାନ୍ତିରେ ଆମେମାନେ ଖେଳକୁଦ କରୁଥିଲୁ, ଶରୀରକୁ ସୁସ୍ଥ ରଖୁଥିଲେ, ପାଠପଢ଼ା ରେ କେତେ ଆନନ୍ଦ ମିଳୁଥିଲା, ସେସବୁ ଆଜି ଆମ ପାଇଁ ଅତୀତ ହୋଇଗଲା, ବର୍ତ୍ତମାନ ଆମେ ସେ ବେଳାଭୂମି ନିକଟରେ ପହଞ୍ଚିଲେ , ଦେଖି ଆଖିରୁ ଲୁହ ବୁହାଉଛୁ, ଆଉ ବା ଆମେ କ'ଣ କରିପାରିବା? ଖାଲି ଆଖିଆଗରେ ଦୁଃଖ କଷ୍ଟର ଯନ୍ତ୍ରଣା କୁ ସହି ନେବା, ଆଉ କ'ଣ ସେଦିନ ଆସିବ ନା ଆଉ କ'ଣ ସେ ପରିବେଶ ଆମକୁ ମିଳିବ? ପରିବେଶ କୁ ନଷ୍ଟ କରି ଆମେ ଖାଲି ଆମ ବିକାଶ ର ପରିବ୍ୟାପ୍ତ କରୁଛେ, ସମୟ ଆସିଛି ଆମେ ପ୍ରକୃତି ସହ ଲଢେ଼ଇ କରୁଛେ, ତାର ହୃଦୟ କୁ ଚିରି ଆମର ବିକାଶ ର ପଟ୍ଟଚିତ୍ର କୁ ଫୋଟ କରି ଦେଖୁଛେ, ହଁ ରେ ବିଭୁ ଏସବୁ ସତକଥା, କିଏ ସେ ଏକଥା ପ୍ରତି ଧ୍ୟାନ ଦେଉଛି, ଅଧିକାଂଶ ପରିବେଶ ଏବେ ଧ୍ବଂସାବିମୁଖି, ଧିରେ ଧିରେ ବେଳାଭୂମି ର ମର୍ଯ୍ୟାଦା କ୍ଷୂର୍ଣ୍ଣ ହେବାରେ ଲାଗିଛି, ଯେଉଁ ବେଳାଭୂମିର ବାଲୁକା ରାଶିରେ ଦିନେ ଡ. ଅବଦୁଲ କାଲାମ ବିରାଟ ସ୍ବପ୍ନକୁ ସାକାର ରୂପ ଦେଇଥିଲେ। ବେଳାଭୂମି ର ବିକାଶ ହେଉ କିନ୍ତୁ ବିନାଶ ନ ହେଉ। 



Rate this content
Log in