STORYMIRROR

Kalpana Kumari Pradhan

Children Stories Tragedy

3  

Kalpana Kumari Pradhan

Children Stories Tragedy

ବାସ୍ତବତା

ବାସ୍ତବତା

2 mins
232

ଗାଁ କୁ ଜଣେ ଯାଦୁକର ଆସିଛନ୍ତି l ଆଜି ସେ ଯାଦୁଵିଦ୍ୟା ଦେଖାଇବେ l ମୁଖିଆ ଚୌଧୀରି ବାପା ଙ୍କୁ କହି ଗାଁ ସାରା ଡେଙ୍ଗୁରା ଦେଇଥାନ୍ତି l ଏଥି ପାଇଁ କୌଣସି ଦେୟ ଧାର୍ଯ୍ୟ କରା ଯାଇ ନାହିଁ l ଯାହା ଦ୍ୱାରା ଯେତିକି ପାରିବେ ଦେବେ ନତୁବା କିଛି ଚାଉଳ ଆଣି ମଧ୍ୟ ଦେଖି ପାରିବ l

   ଟିକି ଝିଅ ଟିଏ, ନାଁ ତାର ମୀରା l ପିଲାଟି ଦିନରୁ ବାପା ଙ୍କୁ ଦେଖିନି l ମା' ହିଁ ତାର ସବୁକିଛି l ଚାଳ ଘରଟିଏ ଥିଲା ସେମାନଙ୍କର l ଯାହା ଏସନ ବାତ୍ୟା ରେ ଭାଙ୍ଗି ଗଲା l କିଏ ଅଛି ତାଙ୍କର ମରାମତି କରିବ l ଏକ ଭଗ୍ନ ଘର ବାରଣ୍ଡା ରେ ଆଶ୍ରା ନେଇଛନ୍ତି ମା ' ଓ ଝିଅ l ମା ' ଯାହା ମୁଲ କଷ୍ଟ ପଡି ଆଣନ୍ତି ସେଥିରେ ଦୁଃଖେ କଷ୍ଟେ ଚଳନ୍ତି ଦୁହେଁ l ତା ମା କାମ କରୁଥିବା ସାହୁକାର ଘରୁ ତାଙ୍କ ପିଲାଙ୍କ କିଛି ବହି ଖାତା ମାଗି ଆଣିଛନ୍ତି ତାକୁ ନେଇ ସେ ସ୍କୁଲ ଯାଏ l ଏ ଖବର ତା କାନରେ ପଡିଲା ଏବଂ ସେ ଯାଦୁଵିଦ୍ୟା ଦେଖିଯିବାପାଇଁ ଅଳି କଲା l ମା ଘରେ ଥିବା ଚାଉଳ ରୁ କିଛି ଗୋଟିଏ ପାତ୍ର ରେ ଦେଲେ, ସେ ଖୁସିରେ ଘରୁ ବାହାରିଗଲା l

ମଝିଦାଣ୍ଡ କୋଠ ଘର ଆଗରେ ପ୍ରବଳ ଭିଡ଼ l ଲୋକ ମାନେ ଘେରି ରହିଥାନ୍ତି l ଛୋଟ ପିଲାଟିଏ, ଗଳି ଗଳି ଆଗକୁ ଚାଲିଲା ଯେପରିସେ ସବୁ ଦେଖିପାରିବ l କାର୍ଯ୍ୟକ୍ରମ ଆରମ୍ଭ ହେଲା l ଯାଦୁକର ଜଣକ କେତେବେଳେ ଶୂନ୍ୟ ରୁ ଫୁଲ ବାହାର କରୁଥାନ୍ତି ତ କେତେବେଳେ ରୁମାଲ କୁ ଝାଡ଼ି ପାରା ଉଡାଉ ଥାନ୍ତି l ସମସ୍ତେ ଦେଖି ଖୁସି ରେ କର ତାଳି ମାରୁଥାନ୍ତି l ଶେଷରେ ସେ ଏକ ଆକର୍ଷଣୀୟ ଯାଦୁ ଦେଖାଇଲେ l ଗୋଟିଏ ବକ୍ସ ରେ କିଛି କାଗଜ ଖଣ୍ଡ ପକାଇଲେ ଏବଂ କଣ ମନ୍ତ୍ର ପଢି ଓଲଟାଇ ଦେଲେ ସେଥିରୁ ଖସି ପଡିଲା ଅନେକ ଗୁଡିଏ ଦଶ ଟଙ୍କିଆ ଓ ଶହେ ଟଙ୍କିଆ ନୋଟ l କରତାଳି ରେ ପୁରି ଉଠୁଥିଲା ମାହୋଲ ଟି l ମୀରା କଣ ଭାବିଲା କେଜାଣି ଘରକୁ ଦୌଡ଼ିଲା l ତାର ଖାତାରୁ ଗୁଡ଼ାଏ ପେପେର ଖଣ୍ଡ ଚିରି ଧରି ଆସିଲା l ସେତେବେଳେ କୁ ଯାଦୁକର ଟି ମିଳିଥିବା ଚାଉଳ ଓ ପଇସା ସାଉଣ୍ଟୁ ଥାଏ l ମୀରା ଧୀରେ ଧୀରେ ତା ପାଖକୁ ଗଲା ଓ ଆଉ କହିଲା :-"ମଉସା" ଏଇ କାଗଜ ରୁ କିଛି ଟଙ୍କା ବାହାର କରିଦେବେ?

ଯାଦୁକର (ନିଷ୍ପାପ୍ପ ଝିଅ ଟିକୁ ଚାହିଁ ):-ମା ରେ ଏ କଣ ସମ୍ଭବ, ମୁଁ କେମିତି କରିବି !

ମୀରା :- ମୋତେ ପିଲା ଲୋକ ବୋଲି ଦେବେନି ମଉସା l ମୁଁ ଓ ମୋ ଭାରି ଦୁଃଖ କଷ୍ଟରେ ଚଳୁଛୁ ତୁମେ ସାହାଯ୍ୟ କଲେ ଆମେ ଘର ଖଣ୍ଡେ କରି ଆନନ୍ଦ ରେ ରୁହନ୍ତୁ l

ଯାଦୁକର :-ତୁ ମୋ ଯାଦୁ ଦେଖି ଏମିତି କହୁଚୁ, ଏହା ବାସ୍ତବ ଟଙ୍କା ନୁହଁ l ଯଦି ମୁଁ ଏପରି କରି ପାରିଥାନ୍ତି ତେବେ କାହିଁକି ଗାଁ,ଗାଁ ବୁଲି ପେଟ ପାଇଁ ଏପରି କାର୍ଯ୍ୟକ୍ରମ କରିଥାନ୍ତି l

ତୁ କିନ୍ତୁ ଚାହିଁଲେ ଏ ଯାଦୁ କୁ ବାସ୍ତବତା ପରିଣତ କରିପାରିବୁ l

ମୀରା : କେମିତି?

ଯାଦୁକର : ଏ ଯେଉଁ କାଗଜ ଧରିଛୁ ତାକୁ ଉପଯୁକ୍ତ ବ୍ୟବହାର କରି l ତୁ ମନ ଲଗାଇ ପାଠ ପଢ଼ l ଖାତା ବହି କୁ ତୋର ବନ୍ଧୁ କର l ତାକୁ ଆଉ ଚିରିବୁନି l ତେବେ ତୁ ଭବିଷ୍ୟତ ରେ ବଡ଼ ମଣିଷ ହେବୁ, ଚାକିରୀ କରି ଅର୍ଜନ କରିବୁ ପୁଳା ପୁଳା ଟଙ୍କା l

ସେ ପଦିଏ କଥା ତା ଜୀବନର ମାର୍ଗ ପରିବର୍ତ୍ତନ କଲା l ଜୀବନ ରେ ଅକ୍ଲାନ୍ତ ପରିଶ୍ରମ କରି ହେଲା ଉଚ୍ଚ ପଦସ୍ଥ କର୍ମଚାରୀ l ସବୁବେଳେ ଧନ୍ୟବାଦ କରେ ସେହି ଯାଦୁକର କୁ l ଯାହାଙ୍କର ଯାଦୁ ତା ଜୀବନ ରେ ସଫଳତା ଭରିଦେଇଥିଲା l


Rate this content
Log in