Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Shanti Mishra

Children Stories Fantasy Others

3  

Shanti Mishra

Children Stories Fantasy Others

ବାଇଆ ଆସିବ

ବାଇଆ ଆସିବ

2 mins
16



ବାଇଆ ଆସିବ ଧରି ନେଇ ଯିବ ! ବୋଉର ଏ ଏକ ଅମୋଘ ଅସ୍ତ୍ରl ଆଉ ସେଇଟା ସବୁବେଳେ କାମ କରେ ବି l ପିଲାମାନେ ନଖାଇଲେ ବୋଉ କୁହେ ବାଇଆ ଆସିବ ଧରି ନେଇ ଯିବ, ଶୀଘ୍ର ଖାଇ ଦେ l ଖାଇବା ଭଲ ଲାଗୁ କି ନଲାଗୁ ପିଲା ମାନେ ଚୁପ ଚାପ ଖାଇ ଦିଅନ୍ତି l ଖରା ଦିନ ଦି ପ୍ରହରେ ନ ଶୋଇଲେ ବୋଉ କୁହେ ଜଲ୍ଦି ଶୋଇପଡ ବାଇଆ ଆସିଯିବ l ପିଲାମାନେ ବାଇଆ ଡରରେ ଆଖିକୁ ଜୋରରେ ବୁଜି ଶୋଇବାକୁ ଚେଷ୍ଟା କରନ୍ତି l

ବୋଉ ସକାଳୁ ଉଠି ଘରର ସବୁ କାମ କରି, ପରିବାରର ଭଲମନ୍ଦ ବୁଝି ଆସି ଦି ପ୍ରହରେ କ୍ଳାନ୍ତ ହୋଇ ଶୋଇ ପଡିଲା ବେଳକୁ ପିଲା ମାନଙ୍କ ପାଟି ଗୋଳ ହସ ନାଚ ଖେଳ ବନ୍ଦ କରିବାର ସେଇ ଗୋଟିଏ ଅମୋଘ ଅସ୍ତ୍ର ବାଇଆ ଆସିଲା ଧରି ନେଇଯିବ ତା ମୁଣାରେ ପୁରେଇ l ସମସ୍ତଙ୍କ ପାଇଁ ଏ ଅଚୁକ ଅସ୍ତ୍ର ଟା ବେଶ୍ କାମକରେ l ପିଲାମାନେ ଆଖି ବୁଜି ଶୋଇ ପଡନ୍ତି l ବୋଉ ଏକ ନିଶ୍ଚିନ୍ତ ନିଦରେ କିଛି ଘଣ୍ଟା ଶୋଇଯାଏ l

ପିଲାମାନେ ଘରର କୌଣସି ନିଷଦ୍ଧ ଯାଗାକୁ ଚାଲିଗଲେ, ବୋଉର ସେଇ ଗୋଟିଏ ଅମୋଘ ଅସ୍ତ୍ର କଥା ଅଇଲା ବାଇଆ l ପିଲାମାନେ ଯିଏ ଯୋଉଠି ଥାଆନ୍ତି ଦଉଡି ଆସି ବୋଉ କାନି ପଣତରେ ଲୁଚି ଯାଆନ୍ତି l ଏଇ ବାଇଆ ଶଦ୍ଦ ଟି ଯୋଗୁ ବୋଉର ସବୁବେଳେ ଜିତ ହୁଏ l ସେ ରୋଷଇ ଘରେ ବସି ବି ପିଲା ମାନଙ୍କ ଅନାବଶ୍ୟକ ଓ ବିପଦ ସଙ୍କୁଳ କାର୍ଯ୍ୟ କଳାପକୁ ନିୟନ୍ତ୍ରଣ କରିପାରେ l

କିନ୍ତୁ ସେ ବାଇଆ ଟି କିଏ ! କୋଉଠି ରହେ ! ଦେଖିବାକୁ କେମିତି, କୋଉଠି ତା ଘର, କାହିଁକି ସେମାନଙ୍କୁ ଧରିନେବ, ଧରିନେଇ କରିବ କଣ ! ସେ ବିଷୟରେ କାହାକୁ ଜଣା ନାହିଁ l କି ସେ ବିଷୟରେ କେହି କେବେ ଚେଷ୍ଟା କରି ନାହାନ୍ତି ଜାଣିବାକୁ l ତାର ନାମଟି ବାଇଆ ସେଇ ଶଦ୍ଦ ଟି ହିଁ ଯଥେଷ୍ଟ l ଆଉ ତା ବିଷୟରେ ବିଶେଷ ଜାଣିବାର କିଛି ଆବଶ୍ୟକତା ନହିଁ l ବୋଉକୁ ବି ଜଣା ନହିଁ ତା ବିଷୟରେ ବିଶେଷ କିଛି l ସେ ବି ପିଲାବେଳୁ ତା ବୋଉଠୁ ଶୁଣି ଆସିଛି l କିନ୍ତୁ ସେ ବିଷୟରେ କେବେ କିଛି ପ୍ରଶ୍ନ କରିନି କାହାକୁ l

ଆଜି କିନ୍ତୁ ସତରେ ବୋଉର ସେଇ କପୋଳକଳ୍ପିତ “ବାଇଆ” ଟି ଆସି ହାଜର ହୋଇ ଯାଇଛି “କରୋନା” ରୂପରେ l ତାର ରୂପ ଅବସ୍ଥିତି ବିଷୟରେ କେହି ଅବଗତ ନହୋଇ ବି ସମସ୍ତେ ଭୟଭୀତ ତଟସ୍ଥ l କରୋନା ଆସିଯିବ ଘର କବାଟ ବନ୍ଦ କରିଦେଇ ସମସ୍ତେ ଏବେ ଘର ଭିତରେ l ପିଲା ଠୁ ବଡ଼ ବୃଦ୍ଧ ଯାଏ ସମସ୍ତେ ଅତିଷ୍ଠ, ଭୟ ସଙ୍କୁଳ l ତାର ସୁଦୃଢ ହାତ ମେଲାଇ ଧରିନେବ ସେ ସମସ୍ତଙ୍କୁ l ସତରେ ସେ ଚାହୁଁ ଚାହୁଁ ଆଖି ଆଗରେ କେତେ ଲୋକଙ୍କୁ ଧରି ନେଇ ସାରିଲାଣି l ଆଜି ବୋଉର କଥା ମାନିବାକୁ ସମସ୍ତେ ତତ୍ପର l

ସେଦିନର କାଳ୍ପନିକ ବାଇଆ ଆଜି ସତ୍ୟରେ ରୂପାନ୍ତରିତ l ତା ବିଷୟରେ ବିଶେଷ କେହି କିଛି ନଜାଣି ତା ନାମ ଶୁଣିବା ମାତ୍ରକେ ହିଁ ହୃତକମ୍ପ l କିଛି କହିବା ପୂର୍ବରୁ ଘରେ ସମସ୍ତେ କବାଟ ବନ୍ଦ କରି ଲୁଚି ରହିବାକୁ ବାଧ୍ୟ l ଆପଦ ମସ୍ତକ ଢାଙ୍କି ହୋଇ ତା ଠାରୁ ଯେତେ ସମ୍ଭାବ୍ୟ ଦୁରତ୍ୱରେ ରହିବାକୁ ଚେଷ୍ଟାରତ l ଆଜି କେବଳ ପିଲାମାନେ ଭୀତତ୍ରସ୍ତ ନୁହନ୍ତି ବୋଉ ବି ସେଇ ଅଦୃଶ୍ୟ ବାଇଆ ଡରରୁ ମୁକ୍ତ ନୁହେଁ l ତା କବଳରୁ ନିଜକୁ ନିଜ ପରିବାରର ସଦଶ୍ୟକୁ ସେଇ ଅଦୃଶ୍ୟ ବାଇଆ ରୂପୀ କରୋନା କବଳରୁ ରକ୍ଷା କରିବାକୁ ଚେଷ୍ଟାରତ l ମଙ୍ଗଳମୟ ଭଗବାନଙ୍କ ପାଖରେ ହାତଯୋଡି ନିତି ପ୍ରଣିପାତ l


Rate this content
Log in