Trushna Das

Children Stories Inspirational

4.4  

Trushna Das

Children Stories Inspirational

ବାଃ ଝିଅ ହେବ ତ ଏମିତି....!

ବାଃ ଝିଅ ହେବ ତ ଏମିତି....!

2 mins
180


ରିନି ନବମ ଶ୍ରେଣୀର ଛାତ୍ରୀ। ସେ ଜଣେ ମେଧାବୀ ଛାତ୍ରୀ।। 


ଏ ବର୍ଷ କରୋନା ଯୋଗୁଁ ବିଦ୍ୟାଳୟ ପାଖାପାଖି ଦଶ ମାସ ହେଲାଣି ଛୁଟି ଅଛି।ଫେବୃୟାରୀ ମାସରେ ବିଦ୍ୟାଳୟ ଖୋଲିଛି। ରିନି ଆଜି ବହୁତ ଖୁସି। କରୋନାର ସାବଧାନତା ସହ ସେ ବିଦ୍ୟାଳୟ ଯିବାକୁ ସଜବାଜ ହୋଇଛି। 


ରିନି ଓ ତା ସାଙ୍ଗମାନେ ସାଇକେଲରେ ବିଦ୍ୟାଳୟ ବାହାରିଛନ୍ତି। ରାସ୍ତାରେ ସେମାନେ ଦେଖିଲେ ଲୋକମାନେ ଛକରୁ ଦୌଡ଼ି ପଳାଉଛନ୍ତି। ଛକ ପାଖକୁ ଯାଇ ଦେଖିଲେ ଯେ ଗୋଟିଏ ବୁଢ଼ୀ ରାସ୍ତାରେ କାଶି କାଶି ଗୋଡି ଗଲେଣି।ହେଲେ ସମସ୍ତେ କରୋନା ଭୟରେ ତାଙ୍କୁ ସାହାଯ୍ୟ ନ କରି ଦୌଡ଼ି ପଳାଉଛନ୍ତି।। 


ରିନିର ସାଙ୍ଗମାନେ ମଧ୍ୟ ସାଇକେଲ ଜୋରରେ ଚଳାଇ ପଳାଇବାକୁ ବାହାରିଲେ। ହେଲେ ରିନି ଗଲାନି।ତା ସାଙ୍ଗମାନେ ତାକୁ  ଡାକିବାରୁ ସେ ଯିବାକୁ ମନା କଲା।


ରିନି ସାଙ୍ଗେସାଙ୍ଗ ସାଇକେଲରୁ ଓହ୍ଲାଇ ହାତରେ ଗ୍ଲୋବ୍ସ ଓ ମାକ୍ସ ପିନ୍ଧି ବୁଢ଼ୀ ପାଖକୁ ଗଲା ଓ ତା ବ୍ୟାଗରୁ ପାଣି ବୋତଲ କାଢି ତାକୁ ପିଇବାକୁ ଦେଲା।। ତାପରେ ଫୋନ କରି ଆମ୍ବୁଲାନ୍ସକୁ ଡାକିଲା।


ବୁଢୀର ମୁଣ୍ଡକୁ ସେ ନିଜ କୋଳ ଉପରେ ରଖି ଆଉଁସି ଦେଉଥାଏ। କିଛି ସମୟ ଭିତରେ ଆମ୍ବୁଲାନ୍ସ ଆସି ସେଠାରେ ପହଞ୍ଚିଲା ଏବଂ ରିନି ଓ ବୁଢୀକୁ ହସ୍ପିଟାଲ ନେଇ ଗଲା। 


ହସପିଟାଲରେ ବୁଢୀ ଓ ରିନିର କରୋନା ପରୀକ୍ଷା ହେଲା।। ସେଥିରେ ଦୁଇଜଣ ଯାକଙ୍କର ନେଗେଟିଭ ରିପୋର୍ଟ ଆସିଲା। ଡାକ୍ତର କହିଲେ ବୁଢୀକୁ ଜୋରରେ କାଶ ହୋଇକି ରକ୍ତଚାପ ବଢି ଯାଇଥିଲା।ସେତେବେଳେ ତାକୁ ପାଣି ପିଇବାକୁ ନ ଦେଇଥିଲେ ବୁଢ଼ୀ ମରି ଯାଇଥାଆନ୍ତା। 


ସେତେବେଳକୁ ହସ୍ପିଟାଲରେ ଲୋକ ଭିଡ ଲାଗି ଗଲାଣି। ନିଉଜ ରିପୋର୍ଟରମାନେ ଆସି ପହଞ୍ଚିଲେଣି।ସମସ୍ତେ ରିନିକୁ ପଚାରିଲେ ତୁମେ ବୁଢ଼ୀ ପାଖକୁ ଗଲା ବେଳକୁ ତୁମକ ଡର ଲାଗିଲା ନାହିଁ। 


ରିନି ହସି କହିଲା ନା ଡର ଲାଗିଲା ନାହିଁ। ମୁଁ ଯଦି ସାହାଯ୍ୟ କରି ନ ଥାଆନ୍ତି ତାଙ୍କ ଦେହ ପୁରା ଖରାପ ହୋଇ ଯାଇ ଥାଆନ୍ତା।ସେ ଯଦି ମୋ ନିଜର କେହି ହୋଇଥିଲେ ମୁଁ କଣ କରୋନା ଭୟରେ ତାଙ୍କୁ ମରିବା ପାଇଁ ଛାଡ଼ି ଦେଇଥାନ୍ତି କି? 


ରିନି କହିଲା ମୋର ଡାକ୍ତର ହୋଇ ଲୋକମାନଙ୍କ ସେବା କରିବା ଇଚ୍ଛା ଅଛି।ତେଣୁ ମୁଁ ଏବେ ଠାରୁ ମୋର କାମ ଆରମ୍ଭ କରି ସାରିଛି।କରୋନାରେ ଯଦି ଡାକ୍ତର ଓ ସେବାୟତ କର୍ମଚାରୀମାନେ ଲୋକଙ୍କ ସେବା କରି ପାରିବେ ତେବେ ଆମେ ସାଧାରଣ ଜନତା କଣ କରି ପାରିବା ନାହିଁ?


ଏହା ଶୁଣି ସବୁ ଲୋକ ରିନିର ପ୍ରଶଂସା କଲେ। 


ତାପରେ ବୁଢୀକୁ ଯାଇ ଡାକ୍ତର ପଚାରିଲେ ଯେବେ ତୁମ ଘର କେଉଁଠି...? 


ବୁଢୀ ଟିକେ ଅଟକି ଯାଇ କାନ୍ଦି କାନ୍ଦି କହିଲା ତା ଘର ପାଖ ଗାଁରେ। ତା ପୁଅ ବୋହୂ ତାକୁ ଘରୁ ବାହାର କରି ଦେଇଛନ୍ତି।ଏବେ ସେ କେଉଁଠି ରହିବ ତାକୁ ଜଣା ନାହିଁ.... ତା ପାଖରେ ଟଙ୍କା ବି ନାହିଁ।  


ଏହା ଶୁଣି ରିନି ଓ ତା ବାପା ମାଆ ବୁଢୀକୁ କହିଲେ ତୁମେ ଆମ ଘରେ ରହିବ। ରିନି କହିଲା ଆଜିଠାରୁ ତୁମେ ମୋ ଜେଜେମା ହୋଇ ମୋ ପାଖରେ ରହିବ.... ମୁଁ ମୋ ଜେଜେମାକୁ କେବେ ବି ଦେଖି ନାହିଁ।। 


ଏହା ଶୁଣି ବୁଢୀ ରିନିକୁ କୁଣ୍ଢାଇ ପକାଇ କାନ୍ଦି କାନ୍ଦି କହିଲା ହଁ ମୁଁ ତୋ ସହ ରହିବି। 


ରିନି ଓ ତା ବାପା ମାଆ ବୁଢ଼ୀକୁ ନିଜ ଘରକୁ ନେଇ ଗଲେ। 


ସମସ୍ତେ ରିନିର ସାହସିକତା ଓ ମାନବପଣିଆ ଦେଖି ପ୍ରଶଂସା କରିବାକୁ ଲାଗିଲେ।। ରିନି ଏଠି ପାଇଁ ସବ-କଲେକ୍ଟର ତାକୁ ପୁରଷ୍କାର ଦେଲେ.... ଏବଂ କହିଲେ ବାଃ ଝିଅ ହେବ ତ ଏମିତି....!


Rate this content
Log in