Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Dipti lekha Mishra

Others


2  

Dipti lekha Mishra

Others


ବାଦ୍ ପଡ

ବାଦ୍ ପଡ

3 mins 3.1K 3 mins 3.1K

ଗୋଟିଏ ଛୋଟ କବିତାଟି ପାଇଁ କବୀମାନେ ବହୁତ ରାଗିଲେ ।କିଏ କିଏ ତ କଥା ବି ହୁଅନ୍ତିନି ।ହେଲେ କବିତା ତ ଅଙ୍କା ବଙ୍କା ନଇ ।କବିର କବିତା ଅର୍ଥକୁ ବୁଝିଲେ ସିନା ଭଲ ଲାଗିବ ।ହେଲେ ଜଣେ ବୁଝିନଥିଲେ ।ତାଙ୍କୁ ବ୍ଲକ୍ କରୀବାକୁ ବାଧ୍ୟ ହେଲି ସୋସିଆଲ ମିଡିଆରୁ ।

ମୁଖପୁସ୍ତକ କାହା ବୋପାର ନୁହଁ କିମ୍ବା ନୁହଁ ଜଣକର । ଫୋଟ ତ ସମସ୍ତେ ଛାଡୁଛନ୍ତି ମୂଁ ବି ଛାଡୁଛି କିନ୍ତୁ ଦୁଇବର୍ଷ ତଳର ସାବିତ୍ରୀ ବଦଳିଗଲେଣି କବିତାଟି ଅନେକ ଜଣଙ୍କ ମନରେ ଅନେକ ଭାବ ସୣଷ୍ଟି କରୁଛି ।ଏହି କବିତା ପାଇଁ ଜଣେ କବି ଭଉଣୀ ଆଜିଯାଏଁ ମୁହଁ ଫୁଲେଇ ଅଛନ୍ତି ।ସେ ବି କହନ୍ତି ନାରୀର ଅଧିକାର ।କିଏ ନାଇଁ କଲା ।ନାରୀ ସଜାଇହେବା ଖରାପ କଥା ନୂହଁ ।ସବୁ ସମୟ ଅର୍ଥାତ ଠାକୁର ସାମ୍ନାରେ ବସି ପୂଜାରୀ ପୂଜା କଲାବେଳେ ସଜାଇହେବାକୁ ଗୁରୁତ୍ବ ଦେବା କେତେ ଦୂର ଯୁକ୍ତିଯୁକ୍ତ ତାହା ଆପଣମାନେ ବିଚାର କରିବେ ।କବିତାର ଅର୍ଥକୁ ନିଜ ଆଡେ କିଏ ନେଲେ ଦୋଷ ମୋର ନାହିଁ ।ଫେସ୍ ବୁକରେ ଆମେ ସମସ୍ତେ ଭାଇ ବନ୍ଧୁ କୁଟୁମ୍ବ ଭଳି ସାଙ୍ଗ ହୋଇଛେ ।ଏହାର ବ୍ୟବହାର ପ୍ରତିଦିନ କରୁଛେ ।ସୌନ୍ଦର୍ଯ୍ୟ ର ଫୋଟ,କର୍ମକ୍ଷେତ୍ରର ଫୋଟ,ପୂଜାପର୍ବର ବା ପରିବାର ସହ ଫୋଟ,ନିଜ କଳାର ଫୋଟ,ସେବା ର ଫୋଟ,ଏମିତି ଅନେକ ଜଣ କବିତା ,ଗଳ୍ପ,ଚିତ୍ର ଓ ପ୍ରତିଯୋଗୀତାର ଚିତ୍ର ବି ଛାଡୁଛେ ।ଏହା ଆମ ଅଧିକାର ।କବିତାର ମର୍ମ ନ ବୁଝିଲେ କବିର ଅପାରଗତାର ପରିଚୟ ମିଳେ ।ହୁଏତ ମୁଁ ସେମିତି ଜଣେ କବି ।ତଥାପି ଆପଣମାନଙ୍କୁ ଅନୁରୋଧ କରୁଛି ମୋ କବିତା ଯାହାର ପସନ୍ଦ ନାହିଁ ଲାଇକ କମେଣ୍ଟ ଦେବା ଦରକାର ନାହିଁ ।ପ୍ରତିଦିନ ମୁହାଁମୁହିଁ କବି ଭାଇ ଭଉଣୀ ମାନେ କମେଣ୍ଟ କି ଲାଇକ୍ ଦିଅନ୍ତିନି କି ମୋ ସହ ଯୁକ୍ତି ଲାଗନ୍ତିନି ।ଏଣୁ ମୁଁ ସେମାନଙ୍କୁ ଧନ୍ୟବାଦ ସହ ସମ୍ମାନ ଜଣାଏ ।ସେମାନେ ଲାଇକ କଲେନି ବୋଲି ଦୁଃଖ ନଥାଏ ।କିନ୍ତୁ ଅଯଥା ଯୁକ୍ତି ଲାଗିଲେ ତାକୁ ମୋ ବନ୍ଧୁ ତାଲିକାରୁ କାଟିବା ପାଇଁ ମୁଁ ବାଧ୍ୟ ହେଉଛି ।ଆଜି ଜଣେ ମହିଳାଙ୍କୁ ( ରାଜନେତା,କବି )ବାଦ୍ ଦେବାକୁ ବାଧ୍ୟ ହେଲି କାରଣ ସେ ବହୁତ ଜିଦ୍ ଖୋର ।ସେ ନିଜେ ହିଁ ଠିକ୍ ଆଉ ନିଜକୁ ମହାନ ଭାବନ୍ତି ।ହୣଦୟକୁ କଷ୍ଟ ଦେଲାଭଳି ଯୁକ୍ତି ଫେସ୍ ବୁକରେ କରିଛନ୍ତି ।ଏଣୁ ତାଙ୍କୁ ବନ୍ଧୁତାଲିକାରୁ କାଟିଦେଇଛି ।ନିଜର ପାରିବାପଣିଆ ଅଧିକ ପାୱାର ଅଧିକ ଏ ଗର୍ବ କିଏ କଲେ ସହିହୁଏନା ।କୌଣସି କବିଙ୍କ ଲେଖାର ନିଜଆଡେ ମତଲବ୍ ନ ନେଲେ କବିତାଟି ଭଲ ଲାଗିବ ଏହା ମୋ ଧାରଣା ।ଅଯଥା ଯୁକ୍ତି କରିବା ସକ୍ଷମ ମୋ ପାଖରେ ନାହିଁ ।

    ପୁଣି ଥରେ ଅନୁରୋଧ ଯାହାକୁ ମୋ ପୋଷ୍ଟ ଭଲ ନ ଲାଗେ କିଛି କଥା ନାହିଁ କିନ୍ତୁ ଅଯଥା ଯୁକ୍ତି ମନ୍ତବ୍ୟ ଦିଅନ୍ତୁ ନାହିଁ ।କଣ ଲେଖିଲେ ଭଲ ହେବ ପରାମର୍ଶ କଲେ ବରଂ ଖୁସି ହେବି ।ଜ୍ଞାନୀ ବ୍ୟକ୍ତି ଙ୍କ ପରିଚୟ ମୌନତା କିମ୍ବା ଜ୍ଞାନ ବଣ୍ଟନ।ପ୍ରକୄତ ଜ୍ଞାନୀ ଭଳି ଯଦି ମୋତେ କିଛି ପରାମର୍ଶ,ପ୍ରେରଣା ଦେଇଛନ୍ତି ସେମାନଙ୍କୁ ବି ସେ ମହିଳା ଜଣକ ଖରାପ କଥା ଲେଖିଲେ ଏଣୁ ମୁଁ ବିଦାୟ ଦେଲି ମୋ ମୁଖପୁସ୍ତକରୁ ।ଯାହାକୁ ମୁଁ ପସନ୍ଦ ନୁହଁ ଆଜି ହିଁ ବନ୍ଧୁତାଲିକାରୁ ହଟିଯାନ୍ତୁ ।


ଗୋଟିଏ କଥା କୁହନ୍ତୁ ପାଞ୍ଚ ଆଙ୍ଗୁଠି କଣ ସମାନ ?ନୁହଁ।ସବୁ ମହିଳା ସାବିତ୍ରୀ,ଦ୍ରୌପଦୀ ,ସୀତା କି ଲକ୍ଷ୍ମୀ ଅଟନ୍ତି କି ? ନୁହଁନ୍ତି ।ତଥାପି ସମସ୍ତେ ନିଜ ହିସାବରେ ନିଜ ସ୍ଥାନରେ ଠିକ୍ ।ନିଜ ସନ୍ତାନ କେବେ ବାଳୁଙ୍ଗା ହେବ କି ନାହିଁ ଜଣେ ଜାଣିନଥାଏ ତା ବୋଲି ସିଏ ଅନ୍ୟର ଭୂଲ୍ କୁ ଠିକ ମାନିନେବ ଯେ ମୋ ଛୁଆ ଦିନେ ଏମିତି ହେବ ?ନୁହଁ।ବିତ୍ତଶାଳୀ ହୁଅ ଅବା ସରକାରଙ୍କ ଖାସ୍ ଲୋକ କି କୋଠା ବାଲା କି ଅନ୍ଯକିଛି ।ତୁମକୁ ମଶାଣୀ ନେଲାବେଳେ ଛଅ ଖଣ୍ତ କାଠ ସ୍ଥାନରେ ଅଧିକ କାଠରେ ବୋହିନେବେ କି ?ନୁହଁ ।ମୁଁ ଯେମିତି ତୁମେ ବି ସେମିତି ।ମୋତେ ଯାହା ପସନ୍ଦ ଆପଣମାନେ ଗ୍ରହଣ କରିବାକୁ ବାଧ୍ୟ କି?ନୁହଁ।ଆପଣଙ୍କ ପସନ୍ଦକୁ ମୁଁ ଗ୍ରହଣ କରିବାକୁ ବାଧ୍ୟ କି ?ନୁହଁ ।ତା ହେଲେ ଏତେ ଗର୍ବ ଅହଂକାର କଣପାଇଁ ?ନିଜ ସମ୍ମାନ ନିଜେ ହାନୀ କରନ୍ତୁନା କି କାହାସହ ବନ୍ଧୂ ବାନ୍ଧିବା ପରେ ଖରାପ କଥା କୁହନ୍ତୁନା ।ଭଗବାନ ବି କ୍ଷମା ଦେବେନି ।ଭୁଲ କୁ ଭୁଲ କହିଲେ ଯଦି ଖରାପ ଲାଗୁଛି ତାହା ତୁମ ବ୍ୟକ୍ତିଗତ ଅସୁବିଧା ।ଅନ୍ଯକୁ ତୁଚ୍ଛ ମନେ କରନ୍ତୁ ନାହିଁ ।

ଧନ୍ୟବାଦ ।


Rate this content
Log in