Bidulata Sahoo

Others

3  

Bidulata Sahoo

Others

ଔଷଧ ଦୋକାନ

ଔଷଧ ଦୋକାନ

1 min
223


ଆମ ପଡୋଶୀ କିଶୋରବାବୁ ସକାଳବୁଲା ସାରି ଫେରିବାବେଳେ ମୋତେ ଦେଖି ଆମ ଦୁଆରେ ଟିକିଏ ଅଟକି ଗଲେ |ବଜାରରେ ତାଙ୍କର ଗୋଟିଏ ଷ୍ଟସନାରି ଦୋକାନ ଅଛି |କିନ୍ତୁ ଏବେ ଲକ୍ ଡାଉନ ଯୋଗୁ ସେ ଦୋକାନ ସବୁ ବନ୍ଦ ହେବାରୁ ସେ କିପରି ହଇରାଣ ହେଉଛନ୍ତି କହୁଥିଲେ |

                

              ପାଖରେ ତାଙ୍କର ବାର ବର୍ଷର ପୁଅ ସୋମୁ ଛିଡାହୋଇ ଶୁଣୁଥିଲା |ସେ କହିଲା ବାପା ଆମର ଗୋଟେ ଔଷଧ ଦୋକାନ କରୁନ |ଏ ଦୋକାନ କାହିଁକି କରିଛ ?

ମୁଁ ପଚାରିଲି ଔଷଧ ଦୋକାନ କଲେ କଣ ହେବ ?ସେ କହିଲା ଔଷଧ ଦୋକାନକଲେ ତାହା ଲକ୍ ଡାଉନ କି ସଟ୍ ଡାଉନରେ ବନ୍ଦ ହେବ ନାହିଁ |ନକଲି ଔଷଧ ଆଣି ବିକିଲେ ସେଥିରେ ଲାଭ ଅଧିକ, ସହଜରେ ବି ନକଲି ଔଷଧ ଜଣା ପଡେ ନାହିଁ |ତାପରେ ନକଲି ଔଷଧ ଖାଇ ଲୋକଙ୍କର ପାର୍ଶ୍ୱ ପ୍ରତିକ୍ରିୟା ବାହାରି ଲୋକଙ୍କର ଅଧିକ ରୋଗ ହେଲେ ଆମର ବେପାର ଅଧିକ ହେବ |ନକଲି ଔଷଧ ବିକି କୌଣସି ଦୋକାନୀ ବିଶେଷ ଦଣ୍ଡିତ ହେବାର ନଜିର ବି ନାହିଁ |

ତାପରେ ସେ ଆମକୁ ଚାହିଁ କହିଲା ସତେରେ ଔଷଧ ଦୋକାନ ଅଧିକ ଲାଭଦାୟକ ନୁହେଁକି ?


ଆମେ ଦୁହେଁ ତା କଥା ଶୁଣି ଆଶ୍ଚର୍ଯ୍ୟ ହୋଇ ପରସ୍ପରକୁ ଚାହିଁଲୁ |


Rate this content
Log in