STORYMIRROR

Trilochan Karjee

Others

4.5  

Trilochan Karjee

Others

ଅସୁନ୍ଦରୀ ପ୍ରେମିକା

ଅସୁନ୍ଦରୀ ପ୍ରେମିକା

2 mins
1.8K


କଳ୍ପନା ମୋ ପ୍ରେମିକା ଏକଥା ସମସ୍ତଙ୍କୁ ଜଣା।

ଯାହାକୁ ପଚାର ସିଏ କହିବ କଳ୍ପନା ମୋର।

ଦିନେ ସେ ମୋତେ କହିଲା -ମୁଁ କଣ ଅସୁନ୍ଦରୀ ।

ମୁଁ କହିଲି -ତୁ ମୋ ପାଇଁ ଠିକ୍ ଅଛୁ ସୁନ୍ଦର କଣ କରିବୁ।

ସେ ପୁଣି କହିଲା -କାଲି ମୋ ସାଙ୍ଗ ଜଣେ କହୁଥିଲା ମୋ ମୁହଁ ଏମିତି କାହିଁକି ଆଗ ଅପେକ୍ଷା ଭଲ ଦେଖା ଯାଉନାହିଁ।

ମୁଁ ଏଥର ରୋମାଣ୍ଟିକ ସ୍ବରରେ କହିଲି- ତୁମେ ମୋର ଲୈଲା ମୁଁ ମଜୁନ, ତୁମେ ପାରୋ ମୁଁ ତୁମ ଦେବଦାସ। ତୁମେ ମୋ ପାଇଁ ବିଶ୍ବ ସୁନ୍ଦରୀ ଠୁ ଅଧିକ ସୁନ୍ଦରୀ।

ପୁଣି ତା ମନକୁ ବୁଝେଇ କହିଲି-ସୁନ୍ଦରୀ ଚେହେରା କଣ ହେବ,ସୁନ୍ଦର ହୃଦୟ ଥିବା ଦରକାର।

ଏଥର ସେ ଟିକିଏ ମୁଣ୍ଡ ହଲେଇ ତୁନି ହୋଇ ରହିଲା।

ପୁଣି କହିଲା -ସତରେ ମୁଁ କଣ ସୁନ୍ଦରୀ ନୁହଁ।

ଏଥର ମୁଁ କହେ ଆଇଲଭୟୁ ।

ଆଉ ସେ ଖୁସି ହୋଇ ଯାଏ।


କିନ୍ତୁ ସତରେ କେବଳ ମୋ ପାଇଁ ନୁହେଁ ସାରା ଦୁନିଆ ପାଇଁ କଳ୍ପନା ନାମୀ ଝିଅ ଟି ଅସୁନ୍ଦରୀ ହିଁ ଥିଲା। କାରଣ ସେଦିନ କଳ୍ପନା କଲେଜ ଯିବା ବାଟରେ ଜଣେ ରାକ୍ଷସ ତା ମୁହଁରେ ଏସିଡ୍ ପିଙ୍ଗି ଚାଲି ଯାଇଥିଲା। ତା ପରଠୁ ମୋ କଳ୍ପନା ଅସୁନ୍ଦରୀ ରୂପରେ ପାଲଟି ଯାଇଥିଲା।

ଜଣେ ବଡ ଘରର ଝିଅ କଳ୍ପନା ମହାପାତ୍ର। ଛୋଟ ବେଳରୁ କଲେଜ ପଢା ଯାଏଁ ଭଲ ବନ୍ଧୁ ଥିଲୁ। କଲେଜ ପଢା ସମୟଠୁ ବନ୍ଧୁରୁ ପ୍ରେମିକା ହୋଇଯାଇଥିଲା। ସେଇ କଳ୍ପନା ମୋ ମନ ଆଉ ହୃଦୟରେ କେବେ ଠାରୁ ଜାଗାଟିଏ ଅକ୍ତିଆର କରିସାରିଥିଲା।

ମୋ ବାପା ପରଲୋକ ପରେ ମୁଁ ପାଠପଢା ବନ୍ଦ କରି ଦେବି ଭାବିଥିଲି।

ତାର ଜିଦ୍ ରେ କଲେଜ ର ପାଠପଢା ଠାରୁ ଆରମ୍ଭକରି କଲେଜ ଫି ଦେବା ଯାଏଁ ମୋତେ ନିଜକୁ ଗ୍ରାଜୁଏଟ କହିବାର ସୌଭାଗ୍ୟ କେବଳ ତା ପାଇଁ ସମ୍ଭବ ହୋଇପାରିଛି।

ଯିଏ ମୋ ପାଇଁ ସବୁ କିଛି, ତା ସହିତ ସାରା ଜୀବନ ବିତାଇ ବୋଲି କେବେ ଠାରୁ ଶପଥ ନେଇ ସାରିଛି। ଆଜି ତାର ଏସିଡ୍ ପୋଡା ମୁହଁ ମୋ ପାଇଁ ଖାଲି ଅସୁନ୍ଦରୀ ପ୍ରେମିକା ନୁହଁ ସୁନ୍ଦର ହୃଦୟ ଥିବା ଜଣେ ଦେବୀ ଭଳି ଲାଗୁଥିଲା।

ତ୍ରିଲୋଚନ କାର୍ଯୀ

ଗାଇଡା, ପାତ୍ରପୁର


Rate this content
Log in