jyotsna mayee panda

Others

3  

jyotsna mayee panda

Others

ଅଷ୍ଟଭୁଜା

ଅଷ୍ଟଭୁଜା

5 mins
370



ଆଶ୍ୱିନର ସେଇ ଶାନ୍ତ ସ୍ନିଗ୍ଧ ବାତାବରଣ ଯେମିତି ମା ର ଆବାହନ ପାଇଁ ନିଜ ପ୍ରସ୍ତୁତି ପର୍ବ ସାରିଦେଲାଣି l ମନ୍ଦିର ର ପବିତ୍ର ଶଙ୍ଖ, ଘଣ୍ଟ ନାଦ ମା ଙ୍କ ଆଗମନ ର ସୂଚନା ସାରା ମାନବ ସମାଜ କୁ ଦେଇ ସାରିଲାଣି l ଶଶାଙ୍କ ର ସ୍ନିଗ୍ଧ ଜ୍ୟୋତ୍ସ୍ନା ଯେମିତି ଜହ୍ନି ଫୁଲ ମା ଙ୍କ ଚରଣ କମଳ ରେ ଅର୍ପିତ ହେବା ର ଦୁର୍ବାର କାମନା ରେ ମଗ୍ନ ହୋଇ ଯାଇଛି l କାଚକେନ୍ଦୁ ପାଣିରେ ଯେମିତି କମଳ ମା ଙ୍କ ଆଗମନ ରେ ସ୍ୱାଗତ ଜଣେଇବା ପାଇଁ କେତେ ଦିନ ରୁ ଅପେକ୍ଷା କରି ବସିଛି l ତାର ସ୍ନିଗ୍ଧ ରୂପ ରେ ଝଟକି ପଡୁଛି ଭକ୍ତି ର ପବିତ୍ରl.......

ନଈ ପଠା ରେ ତାଶତଣ୍ଡୀ ଯେମିତି ନିଜ ପ୍ରତିବିମ୍ବ କୁ ବାରମ୍ବାର ଅବଲୋକନ କରି ସେଇ ଦିବ୍ୟ ପରସ ପାଇଁ ବ୍ୟଗ୍ର ହୋଇ ପଡିଲାଲାଣି l ମା ଆଗମନ ପରେ ଯେମିତି ତା ସତ୍ଵl ତାଙ୍କ ଦିବ୍ୟତା ର ସୁଗନ୍ଧ ରେ ହରେଇ ବସିବ l ସେଥିପାଇଁ ପବନ ର କୋମଳ ସ୍ବର୍ଶ ରେ ନାଚି ଉଠୁଛି ତାର ସୁନ୍ଦର ଶୁଭ୍ର ତନୁ l ଦୋହଲି ପଡୁଛୁ ସେଇ ମନ୍ତ୍ର ଧ୍ୱନୀ ରେ l ହଜେଇ ଦେଉଛି ନିଜର ସତ୍ତ୍ୱl ସେଇ ମା ଙ୍କ ଚରଣ କାମଳ ରେ l ସବୁଜ ଧାନ କ୍ଷେତ୍ର ଯେମିତି ଦୋହଲି ପଡୁଛି ମା ଙ୍କର ସେଇ ପବିତ୍ର ଶଙ୍ଖ ନାଦ ରେ l ଲୋଟିବାକୁ ଇଛା କରୁଛି ସେ କୃପାମୟୀ ଙ୍କ ଅଙ୍କ ରେ l ସବୁଜ ଧରଣୀ ଯେମିତି ତାର ସବୁଜ ଘାସ ର ଗାଲିଚା ବିଛେଇ ଅପେକ୍ଷା କରିଛି ମା ଙ୍କ ପାଦ ସ୍ବର୍ଶ କୁ l ସୃଷ୍ଟି ର ପ୍ରତୀକ ସେ.... ସଂସାର ସଂହାର କାରିଣୀ ସେ... ଜଗତଜନନୀ ସେ... ପାପ ନାଶିନୀ

ସେ ll ଆଜି ମଣିଷ ମନ ର ଆସୁରିକ ପ୍ରବୃତି କୁ ସମ୍ପୂର୍ଣ ରୂପେ ଦମନ କରିବା ପାଇଁ ଧରା ପୃଷ୍ଟ କୁ ତାର ଆଗମନ l ସମସ୍ତ ମାନବ ମନ ରେ ସେ ମାନବୀୟତା ର ମନ୍ତ୍ର ରେ ଅଭିମନ୍ତ୍ରିତ କରି ଧରା ରେ ଶାନ୍ତି ସ୍ଥାପିବା ପାଇଁ ତାର ଆଗମନ ହୋଇଛି ll

ବୈଜ୍ଞାନିକ ଅନୁସନ୍ଧାନ ଅନୁସାରେ ଋତୁ ଚକ୍ର ର ପରିବର୍ତନ କୁ ଦେଖି ମାନବ ତାର ସଂସ୍କୃତି କୁ ସୃଷ୍ଟି କରିଛି l ଋତୁଚକ୍ର ର ପରିବର୍ତ୍ତନ ଫଳରେ ବିଭିନ୍ନ ଶାରୀରିକ ସମସ୍ୟା ଦେଖାଦିଏ ସାଧାରଣତଃ ଏହି ସମୟ ରେ l ସେଥିପାଇଁ ମଣିଷ କୁ ନିଜ ଶକ୍ତି କୁ ଦ୍ବିଗୁଣିତ କରିବାକୁ ପଡିଥାଏ l ଏଇ ନବରାତ୍ରି ଯେଉଁଥିପାଇଁ ସହାୟକ ହୋଇଥାଏ l ଦୀର୍ଘ ନ ଦିନ ଉପବାସ ରହି ଫଳହାର କଲେ ଶରୀର ର ବିଭିନ୍ନ ବିଷାକ୍ତ ଜିନିଷ ମଧ୍ୟ ବାହାରି ଯାଇଥାଏ ଯାହା ଫଳ ରେ ମଣିଷ ରୋଗାକ୍ରାନ୍ତ ହୁଏ ନି l ତେଣୁ ନବରାତ୍ରି କୁ କେହି ଅନ୍ଧ ବିଶ୍ୱାସ କି କୁ ସଂସ୍କାର ବି କହି ପାରିବେ ନି lକାରଣ ଜଣେ ଶିଶୁ ତାର ଶକ୍ତି ଯେମିତି ତା ମା ଶରୀର ରୁ ପାଇଥାଏ ମଣିଷ ସେମିତି ମା ଙ୍କ ଶକ୍ତି ରେ ନିଜ ନିଜ ଶରୀର କୁ ଅଭିମନ୍ତ୍ରିତ କରି ନିରୋଗ ରହିବାର ଦିଗ ଅନୁସନ୍ଧାନ କରି ପାରିଥାଏ l

ପୂଜା ଵିଧି :

ନବରାତ୍ରି ସାଧାରଣତଃ ମହାଳୟା ପରେ ପରେ ହୋଇଥାଏ l ନବରାତ୍ରି ର ପ୍ରଥମ ଦିନ ରେ ମା ଦୁର୍ଗା ଙ୍କୁ ଶୈଳପୁତ୍ରୀ ରୂପେ ପୂଜା କରାଯାଏ l ଏହି ରୂପ ରେ ମା ଙ୍କ ମସ୍ତକ ରେ ଚନ୍ଦ୍ର ଶୋଭା ପାଏ l ଗୋଟେ ହସ୍ତ ରେ ତ୍ରିଶୂଳ ଓ ଅନ୍ୟ ହସ୍ତ ରେ ପଦ୍ମ ଥାଏ l ଶୁଭ୍ର ବସନ ପରିହିତ ସେ ଵୃଷବ ବାହାନ ଉପରେ ବିରାଜମାନ କରିଥାନ୍ତି l ସକାଳ ପହରୁ ଉଠି ଏଇ ପ୍ରଥମ ଦିନ ରେ ମା ଙ୍କୁ ଧଳା ପୁଷ୍ପ ରେ ପୂଜା କରାଯାଏ l ମିଷ୍ଟନ୍ନ ସହିତ

କମଳା କୁ ଭୋଗ ରୂପେ ଅର୍ପଣ କରାଯାଏ l କୁହାଯାଏ ସେ ଶରୀର ର ମୂଳଧାର ର ଅଧିଷ୍ଠାତ୍ରୀ ଦେବୀ l ସେ ସେଥିପାଇଁ ମୂଳଧାର ଚକ୍ର ରେ ବିରାଜିତା l ଯେଉଁମାନଙ୍କ ଚନ୍ଦ୍ର ଦୋଷ ଥାଏ ମାତା ତାର ନିବାରଣ କରିଥାନ୍ତି l ଦାମ୍ପତ୍ୟ ଜୀବନ ସୁଖ ମୟ ହୁଏ l କୁଆଁରୀ ଯୁବତୀ ମାନଙ୍କ ବାହାଘର ଶୀଘ୍ର ହୋଇଯାଏ ଏହି ଶୈଳ ପୁତ୍ରୀ ମା ଙ୍କ କୃପା ଦୃଷ୍ଟି ପଡିଲେ l ସକାଳୁ ହଳଦୀ ରଙ୍ଗ ର ବସ୍ତ୍ର ପରିଧାନ କରି ପଞ୍ଚ ଶସ୍ୟ ଉପରେ କଳସ ସ୍ଥାପନ କରି ଆବାହନ କରାଯାଏ l ଗୋଟେ ଅସ୍ଥାନ ଉପରେ ନାଲି ବସ୍ତ୍ରରଖି ତା ଉପରେ ମା ଙ୍କୁ ରଖାଯାଏ l ତା ପରେ ଯଥା ଵିଧି ଭୋଗ ଅର୍ପଣ କରି ଆଳତି କରାଯାଏ l

କାହିଁକି ଶୈଳପୁତ୍ରୀ କୁହାଯାଏ :

ପର୍ବତ ରାଜ ହିମାଳୟ ଙ୍କ ପୁତ୍ରୀ ହୋଇଥିବାରୁ ତାଙ୍କୁ ପାର୍ବତୀ ବା ଶୈଳ ପୁତ୍ରୀ ବୋଲି ମଧ୍ୟ କୁହାଯାଏ l ଏହା ପଛ ରେ ଏକ କାହାଣୀ ମଧ୍ୟ ରହିଛି l ଦକ୍ଷପ୍ରଜାପତି ନାମକ ଏକ ପରାକ୍ରମୀ ରାଜା ଥିଲେ l ତାଙ୍କର କନ୍ୟା ଥିଲେ ସତୀ l ସେ ଅତ୍ୟନ୍ତ ସୁନ୍ଦରୀ ଥିଲେ l ସେଥିପାଇଁ ତାଙ୍କ ଯୋଗ୍ୟ ଅନୁସାରେ ବାହାଘର କରିବାପାଇଁ ଦକ୍ଷ ଭାବୁଥିଲେ l ହେଲେ ସତୀ କେବଳ ଶିବ ଙ୍କୁ ହିଁ ବିବାହ କରିବେ ବୋଲି କହିବାରୁ ଦକ୍ଷ କ୍ଷୁବ୍ଦ ହୋଇ ଖୁବ ରାଗି ଯାଇଥିଲେ l କାରଣ ସେ ଜାଣିଥିଲେ ଶିବ ହେଉଛନ୍ତି ସ୍ମଶାନ ବାସୀ ସେ ସଂସାର ତ୍ୟାଗୀ ସେଥିପାଇଁ ସେ ସାଂସାରିକ ସୁଖ ଦେଇ ପାରିବେ ନାହିଁ l କିନ୍ତୁ ସତୀ ନିଜ ଇଚ୍ଛା ରେ ସ୍ୱାମୀ ରୂପେ ବରଣ କରିଥିଲେ l ଏମିତି କିଛି ଦିନ ବିତିଯିବା ପରେ ଦକ୍ଷ ଦିନେ ଏକ ବିରାଟ ଯଜ୍ଞ ର ଆୟୋଜନ କରିଥିଲେ l ସେଥିରେ ସେ ସମସ୍ତ ଦେବତା, ଗନ୍ଧର୍ବ ଆଦି ତିନିଲୋକ ଙ୍କୁ ନିମନ୍ତ୍ରଣ କରିଥିଲେ ହେଲେ ସେ ନିଜ ଝିଅ ସତୀ ଙ୍କୁ ନିମନ୍ତ୍ରଣ କରି ନ ଥିଲେ l ଯେତେବେଳେ ଏ କଥା ସତୀ ଜାଣି ପାରିଲେ ସେ ପିତା ଗୃହ କୁ ଯିବାପାଇଁ ଶିବ ଙ୍କୁ ଅନୁମତି ମାଗିଲେ l ବିନା ନିମନ୍ତ୍ରଣ ରେ ଯିବl ଉଚିତ ନୁହଁ ବୋଲି ଶିବ ତାଙ୍କୁ ଯେତେ ବୁଝେଇଲେ ବି ସତୀ ବୁଝିଲେ ନି ଶେଷରେ ଶିବ ଯିବାକୁ ଅନୁମତି ଦେଲେ l ସେ ଯେତେବେଳେ ପିତୃ ଗୃହ ରେ ପ୍ରବେଶ କଲେ ସେ ଆଶ୍ଚର୍ଯ୍ୟ ହୋଇଗଲେ... ପିତା ତାଙ୍କ ସ୍ୱାମୀ ଙ୍କ ଏକ ଅବିକଳ ପ୍ରତିମୂର୍ତ୍ତି ଦ୍ଵାର ଦେଶ ରେ ରଖି ଦେଇଥିଲେ ଠିକ ଜଣେ ଦ୍ଵାର ରକ୍ଷକ ପରି l ଏହା ତାଙ୍କୁ ଖୁବ ମର୍ମାହତ କଲା lସେ ପିତୃ ଗୃହ ଯିବା ପରେ କେହି ତାଙ୍କୁ ସମ୍ମାନ ଜଣାଇଲେ ନାହିଁ l କେବଳ ତାଙ୍କ ମା ହିଁ ଆଦର କଲେ l ନିଜ ଭଉଣୀ ମାନେ ମଧ୍ୟ ଅପମାନିତ କଲେ l ପିତା ଓ ଭଉଣୀ ଙ୍କ ଅପମାନ ସହି ପାରିଲେ ନି ସତୀ l ସେ ସେଇ ଯଜ୍ଞ କୁଣ୍ଡ ରେ ଝାସ ଦେଇଦେଲେ l ଏକଥା ଜାଣିବା ପରେ ଶିବ ଙ୍କ ସାଂସାରିକ ମାୟା ମୋହ ତୁଟି ଗଲା ତାଙ୍କ . ସତୀ ଙ୍କ ଵିନା ବଂଚିବା ଯେମିତି ଅସମ୍ଭବ ହୋଇପଡ଼ିଲା l ସେଥିପାଇଁ ସେ ଘୋର ତପସ୍ୟା ରେ ମଗ୍ନ ହୋଇଗଲେ l ଏ ପଟେ ତାରକାଶୁର ର ଉପଦ୍ରଵ ଦିନ କୁ ଦିନ ବଢିବାକୁ ଲାଗିଲା l ସେଇ ସମୟ ରେ ସତୀ ମା ଶୈଳ ପୁତ୍ରୀ ରୂପେ ହିମାଳୟ ରାଜା ଙ୍କ କୋଳ ରେ ଜନ୍ମ ନେଲେ l ଦିନେ ସେ ଇନ୍ଦ୍ର ଙ୍କ ଅହଂକାର ପାଇଁ ଦେବତା ମାନଙ୍କ ସମସ୍ତ ଶକ୍ତି ହରଣ କରିନେଲେ l ତାର ସୁଯୋଗ ନେଇ ତାରକାଶୁର ସ୍ୱର୍ଗ ଲୋକ କୁ ଆକ୍ରମଣ କଲା l ଦେବତା ମାନେ ବ୍ରହ୍ମ ଙ୍କୁ ଏହା ଜଣେଇବାରୁ ସେ ଶୈଳପୁତ୍ରୀ ଙ୍କୁ ଆବାହନ କରିବାପାଇଁ କହିଲେ ଯେ କି ସେ ଅଭିଶାପ ରୁ ଦେବତା ଙ୍କୁ ମୁକ୍ତ କରି ତାଙ୍କ ଶକ୍ତି ଫେରେଇ ଦେବେ ଓ ଶିବ ଙ୍କୁ ବିବାହ କରିବେ ll ତାଙ୍କ ସନ୍ତାନ ହିଁ ପରବର୍ତୀ କାଳ ରେ ତାରକାଶୁର କୁ ବଦ୍ଧ କରିବ ଓ ଦେବତା ମାନଙ୍କୁ ମୁକ୍ତି ଦେବ l ଏହା ହିଁ ହେଲା ଓ ପରେ ତାରକାସୁର ର ନିଧନ ହେଲା l

  ଏମିତି ମା ଶୈଳପୁତ୍ରୀ ଧରା ଧାମ ରେ ପୂଜା ପାଇଲେ l              

                     



Rate this content
Log in