STORYMIRROR

SUKANTA KHANDA

Others

2  

SUKANTA KHANDA

Others

ଅର୍ଜନ କରିଥିବା ଫଳ

ଅର୍ଜନ କରିଥିବା ଫଳ

2 mins
39

ଦୁଷ୍ମନ୍ତ ଜଣେ ସୁଠାମ ଯୁବକଟିଏ ଥିଲା। ସେ ନିଜର ବୁଦ୍ଧି,ଦକ୍ଷତା ଓ କୌଶଳ ବଳରେ ଗାଁ'ର ପରିବେଶକୁ ଆଲୋକିତ କରିବାକୁ ଲାଗିଲା। ନିଜର ଧୀଶକ୍ତି, ଇଚ୍ଛା ଓ ଆଶା ବଳରେ ଗୋଟିଏ ଯାତ୍ରାପାର୍ଟି ଗଠନ କରି ଓଡି଼ଶାର କୋଣେ ଅନୁକୋଣେ ବୁଲିଲା। ନିଜର ପେଟ ପୋଷିବା ସହିତ ଗାଁ' ଯୁବକଙ୍କ ପେଟକୁ ମୁଠାଏ ଦାନା ଯୋଗେଇ ଦେବା ଏକ ମୁଖ୍ୟ ଭୂମିକା ଥିଲା। 

  ସମୟ ଠିକ ସେ ଯାଏ ନାହିଁ ପରି ଦୁଷ୍ମନ୍ତର ସୌଭାଗ୍ୟ ଦୁର୍ଭାଗ୍ୟ ଆଡ଼କୁ ଗତି କଲା। ସେ ବେଜାତି ଝିଅଟିଏ ଧରି କୁଆଡେ଼ ପଳେଇଲା। ଫଳତଃ ଯାତ୍ରାପାର୍ଟି ତ ଧ୍ୱଂସ ହୋଇଗଲା ନିଜର ଦୀର୍ଘ ଭବିଷ୍ୟତ ଜୀବନ ମଧ୍ୟ ଅନ୍ଧାରର ଗହ୍ୱର ଭିତରେ ଚାପି ହୋଇଗଲା। ଦୁଷ୍ମନ୍ତ ଗାଁ'ରେ ରହି ପାରିଲା ନାହିଁ। ସେ ଯାତ୍ରାପାର୍ଟିର ମାଲିକ ହୋଇ ବି ପର ଘରେ ମୁଣ୍ଡଗୁଞ୍ଜି ରୋଜଗାର କରି ପତ୍ନୀକୁ ସୁଖରେ ରଖିବାକୁ ଅଣ୍ଟା ଭିଡି଼ଲା।

  ଘର ଲୋକେ ଦୁଷ୍ମନ୍ତକୁ ବେଜାତି ଝିଅଟିଏ ଆଣିଛି ବୋଲି ଘରକୁ ସୁଦ୍ଧା ଡାକିଲେ ନାହିଁ। ଦୁଷ୍ମନ୍ତ ବାହାରେ ତିନୋଟି ପୁତ୍ର ସନ୍ତାନର ଜନକ ହୋଇ ସାରିଲାଣି। ସେ ବଡ଼ ପୁଅଟିକୁ ଭଲରେ ପାଠ ପଢା଼ଇ ପୋଷ୍ଟ ମାଷ୍ଟର ଚାକିରିଟିଏ ମଧ୍ୟ କରେଇ ସାରିଲାଣି। ଏହାରି ଭିତରେ ଦୁଷ୍ମନ୍ତର ପତ୍ନୀ ପର ପାରିରେ ତ ଦୁଷ୍ମନ୍ତ ତିନୋଟି ପୁତ୍ରର ଉଭୟ ମାଆ ଓ ବାପା ଭୂମିକାରେ ଅଭିନୟ କରୁଛି। ବଡ଼ ପୁଅ ସିନା ଚାକିରିଟିଏ ପାଇ ସାରିଛି ହେଲେ ସାନ ଦୁଇପୁଅ ମଧ୍ଯରୁ ଜଣେ ପୂରା ପାଗଳ ଓ ଆରକ ଅର୍ଦ୍ଧ ପାଗଳ ହୋଇ ଘୂରି ବୁଲୁଛନ୍ତି। ଦୁଷ୍ମନ୍ତ ଆଜି ଅନୁତାପର ଜ୍ଜାଳାରେ ଜଳି ମରୁଛି। ଧରିପଳା ହେବା ଯୋଗୁଁ ତାକୁ କେହି ବି ସାହାଯ୍ୟ ଓ ସହଯୋଗର ହାତ ବଢା଼ଉ ନାହାନ୍ତି। କାହାକୁ କହିଲେ ସେଇ ଗୋଟିଏ କଥା ହିଁ ଶୁଣିବାକୁ ପଡୁଛି କି ଯଦି ବିବାହ କରିବାରେ ସମର୍ଥ ଓ ସକ୍ଷମ ତେବେ ଏବେ ଘର ପରିବାର ଭରଣ ପୋଷଣ କରିବାକୁ ଅସମର୍ଥ କାହିଁକି? 

   ଦୁଷ୍ମନ୍ତ ଉଭୟ ବାପ ଘର ଓ ଶ୍ୱଶୂର ଘରର ଲୋକଙ୍କଠାରୁ ଏହି କଥା ଶୁଣି ପୂରା ଭାଙ୍ଗି ପଡୁଛି। ଏମିତି କି ଦୁଶ୍ଚିନ୍ତାରେ ବୁଡି଼ ରହିବା ଭିତରେ ଦୁଷ୍ମନ୍ତର ପୁଅ ଅଶୋକ ମଧ୍ୟ ବିପଥଗାମୀ ହେଲାଣି। ସେ ମଧ୍ଯ ବେଜାତି ଝିଅର ଫାଶରେ ପଡି଼ ଗଲାଣି। ବାପା ଦୁଷ୍ମନ୍ତ ଯେବେ ବୁଝାଇଲେ ସୁଦ୍ଧା କୌଣସି ସୁଫଳ ମିଳିଲା ନାହିଁ। ଅଶୋକ ଯେବେ ବୁଝିଗଲା ତ ବେଜାତି ଝିଅଟି ପାଖରୁ ଦୂରେଇ ଯିବାକୁ ଅଣ୍ଟା ଭିଡି଼ଲା ହେଲେ ବେଜାତି ଝିଅଟି କୋର୍ଟ ଓ କଚେରୀର ଧମକ ଦେଇ ଅଶୋକକୁ ନେଇ ଧରିପଳା ହେଲା। କୋର୍ଟରେ ବିବାହ କରି ଯେତେବେଳେ ଫଟୋ ସବୁକୁ ଫେସବୁକ ଓ ହ୍ୱାଟସଆପରେ ଛାଡି଼ଲା ବାପା ଦୁଷ୍ମନ୍ତଙ୍କର ହୋସ ଉଡି଼ଗଲା। ସେ ଆଜି ଏକ ପ୍ରକାର ପାଗଳ ଭଳି ପ୍ରଳାପ କରୁଛି। ବାଟରେ ଘାଟରେ ଚାଲି ଯାଉଯାଉ ସେଇ ଗୋଟିଏ କଥା କହୁଛି ମୋର କର୍ମର ଫଳ ମୋତେ ଭୋଗିବାକୁ ପଡୁଛି। ଈଶ୍ୱର ମୋତେ ଏଇ ଜନ୍ମରେ ହିଁ ଦଣ୍ଡ ଦେବାକୁ ଆଗେଇ ଆସିଛନ୍ତି। 

  ସତରେ ! କର୍ମର ଫଳ ଅବଶ୍ୟ ଥିଲା,ରହିଛି ଓ ରହିବ ନିଶ୍ଚୟ। ଯେଉଁ ଦୁଷ୍ମନ୍ତ ନିଜ ବାପା,ମାଆ,ଭାଇ,ବନ୍ଧୁ ଓ କୁଟୁମ୍ଵଙ୍କୁ ଦିନେ ନିଜେ ହସି ସେମାନଙ୍କୁ କନ୍ଦେଇଥିଲା ଆଜି ତାର ପୁଅ ଅଶୋକ ମଧ୍ୟ ଠିକ ସେହିପରି ନିଜ ବାପା,ଭାଇ,ବନ୍ଧୁ ଓ କୁଟୁମ୍ବଙ୍କୁ କନ୍ଦେଇବାରେ ଲାଗି ପଡିଛି। ଯୁଗେଯୁଗେ ଈଶ୍ୱର ଦେଖୁଛନ୍ତି ଆଜି ନ ହେଲେ କାଲି ନିଜର ଅପକର୍ମ ପଦାକୁ ଆସିବ ଓ ଲୋକଙ୍କ ଠାରୁ ମଧ୍ୟ ଛି..ଛାକର ଶୁଣିବାକୁ ବାଧ୍ଯ ହେବ ଯେମିତି ଦୁଷ୍ମନ୍ତର ଭାଗ୍ୟରେ ଆଜି ଗଡି଼ ଚାଲିଛି। ନିଜକୁ ଜୀବନରେ ମାରି ପାରୁଛି ନା ମାରିବାକୁ ଈଶ୍ବର ଦୌଡି଼ ଆସୁଛନ୍ତି କେବଳ ଜୀଅନ୍ତା ଶବ ପରି ସର୍ବଦା ମରିମରି ବଞ୍ଚି ଉଠୁଛି। 

  ଧିକ୍ ଦୁଷ୍ମନ୍ତର ଜୀବନ ଯାହା ଜାତି,ଗାଁ',ସମାଜ ଓ ରାଷ୍ଟ୍ରର କଳଙ୍କ ସଦୃଶ ହୃଦୟରେ ବୋହି ସର୍ବଦା ମରିମରି ବଞ୍ଚିବାକୁ ହେବ,ନୁହେଁ କି..?

  ଏଣୁ ବେଳ ହୁଁ ସାବଧାନ ହେ ଯୁବ ସମାଜ।



Rate this content
Log in