ଅର୍ଚ୍ଚନାର ତାଲା ବନ୍ଦ ଡ଼ାଏରୀ-୧୦
ଅର୍ଚ୍ଚନାର ତାଲା ବନ୍ଦ ଡ଼ାଏରୀ-୧୦
ଦିଦି ଦେଖେ ଲୋ ସେମାନଙ୍କ ଫୋନ ରେ ଶିକ୍ଷକ ଆସୁଛନ୍ତି । କାଇଁ ଆମ ଫୋନ ରେ ତ ଶିକ୍ଷକ ଆସୁ ନାହାଁନ୍ତି । ଆଉ ମୋ ପଢ଼ା ପାଇଁ ତୁ ମତେ ଏମିତି ଫୋନ ଦେ । ଯୋଉଥିରେ ଶିକ୍ଷକ ଆମର ଆସିପାରିବେ ।
ରୀନା ଦିିଦି କେମିିିତି ବୁଝେଇବ । ଯେ ସେ ବାବୁ ଘରେ ସେ କାମ କରେ । ବାବୁଙ୍କ ଝିଅ ଭଳି ତା'ର ଭାଗ୍ୟ ନାହିଁ ।
ମିନା କାନ୍ଦି କାନ୍ଦି ଆଣ୍ଠିଏ । ମୁଁ ପଢିବି ,ମୁଁ ପଢିବି ।
ରୀନା ଦିଦି - ମାଆ ରେ ଖୁୁୁବ ଶୀଘ୍ର ଏ କରୋନା ଭଲ ହେଇ ଯିବ । ଆଉ ତୁ ସ୍କୁଲ ଯିବୁ ।
ମିନା - ତୁୁ ମିଛ କହୁଛୁ ଦିିଦି । ତୁ ଆର ବର୍ଷ ବି ଏମିତି
କହୁଥିଲୁ ପରା । କିନ୍ତୁ କିିଛି ଲାଭ ହେଲାନି ।
ତୁ ମିଛ କହୁଛୁ ରୀନା ଦିିଦି।
ରୀନା ଦିଦି - ନାଇଁ ଲୋ ମୁଁ ମିିିଛ କହୁନି । ସତରେ ସବୁ
ଠିକ ହେଇ ଯିବ । ତୁ ଖାଲି ଧର୍ଯ୍ୟ ଧର ।
ମିନା - ଦିଦି ଆଉ କେତେ ଦିନ ଏମିତି ରହିବି ? ବିିିଦ୍ୟାଳୟ ନଗଲେ ମୁଁ କେଉଁ ଶ୍ରେଣୀ ପଢୁଛି ଜାଣିବି କେମିିିତି ?
ରୀନା ଦିଦି - ତୁ କହିବୁ ମୁଁ କରୋନା ରେ ନିଜର ଶିିକ୍ଷା ହରେଇ ଥିବା ଏକ ଅଭାଗା କନ୍ୟା ।
ମିନା - ଦିଦି ତୁ କହିିଲୁ ମତେ ବଡ ଫୋନ ଦେବୁ କି
ନାହିଁ ।
ରୀନା ଦିଦି - ହଁ ଦେବି । ହେଲେ ମତେ କିଛି ସମୟ ଦେ ।
ମିନା - ହଉ ନେ ସମୟ । ହେଲେ ମୋର ଗୋଟିଏ
ମାସ ଭିିତରେ ଫୋନ ଦରକାର ।
ରୀନା ଦିଦି - ହଉ ହେଲା ଲୋ ମୋ ମିିିନ ମୁଁ ତତେ ଫୋନ ଦେବି ଆଉ ତୁ ପଢ଼଼ିବୁ । ଏବେ ମତେ ମୋ କାମ କରିିିବାକୁ ଦେ । ତେଣେ ବହୁତ କାମ ବାକି ପଡିଛି ପରା ।
ମିନା - ଆଉ ଟିକେ ତ ରହ । କହିିଲୁ ଦିିଦି .....
ରୀନା ଦିଦି - ନା ମୋର କାମ ଅଛି । ମୁଁ ଯାଉଛି ।
ମିନା - ଆଜି ପେପର ରେ ଦେଇଛି ଯେ ଚୀନ ର
ଝିଅ ଟେ ସେ କୁୁଆଡେ ଏ ଭୂତାଣୁ ଆବିଷ୍କାର
କରିିଛି । କହିଲୁ ସେ କଣ ଠିକ କରିିିଛି ?
ସାରା ଜନସମାଜକୁ ଡରେଇ ତାଙ୍କ ଆଖିରୁ
ଲୁହ ନିିଗାଡି କଣ ସେ ଠିକ କରିଛି ? ଆମପରି କୁୁନି କୁନି ପିଲା ମାନଙ୍କ ର ଶିିକ୍ଷା କୁ ଛଡେଇ ନେଇ ସେ କ'ଣ ଠିକ କରିଛି ?
ମିନା ର କୁନି ଓଠ ର କଥା ଶୁୁୁଣିବାକୁ ସିନା ରୀନା ଦିିଦି ଙ୍କ ର ସମୟ ନଥିଲା । ହେଲେ ମୁଁ ମନ ଲଗେଇ ମିନା କଥା ଶୁୁଣୁ ଥିଲି ।
