Archana Sahoo

Children Stories Tragedy Fantasy

4.0  

Archana Sahoo

Children Stories Tragedy Fantasy

ଅର୍ଚ୍ଚନା ର ତାଲା ବନ୍ଦ ଡ଼ାଏରୀ-୨୮

ଅର୍ଚ୍ଚନା ର ତାଲା ବନ୍ଦ ଡ଼ାଏରୀ-୨୮

2 mins
227


ଗାଁ ରେ ଗୋଟିଏ ବୋଲି ଡାକ୍ତର । ସିଏ ବି ପୁଣି କୋଉ ଅଲଗା ସହରରେ ରହୁଛନ୍ତି । ଏଇ ଅଳ୍ପ ଦିନ ହେବ ଗାଁ ରେ ଛାଡି ଯାଇଛନ୍ତି ନିଜର ସ୍ତ୍ରୀ ପିଲା ଙ୍କୁ । ଆଶା ସ୍ତ୍ରୀ ପିଲା ସୁରକ୍ଷା ଭିତରେ ରହିବେ । ସେ ନିଜ କାମ ରେ ବ୍ୟସ୍ତ । ନିଜ କର୍ତ୍ତବ୍ୟ ରୁ କେବେ ଓହରି ନାହାଁନ୍ତି ସେ । କାଳେ ଘର କୁ ଗଲେ କରୋନା ପରିବାର ଲୋକ ଙ୍କୁ ହେଇଯିବ ବୋଲି ସେ ଦୂର ରେ ଦୂରରେ ରହୁଛନ୍ତି । କାର୍ଯ୍ୟ ବ୍ୟସ୍ତତା ରୁ ସମୟ ବାହାର କରି ଟିକେ ଫୋନ କରନ୍ତି । ବୁଝି ନିଅନ୍ତି ଭଲ ମନ୍ଦ । ପରିସ୍ଥିତି ଏବେ ଜଟିଳ । ସେ ବୁଝିଛନ୍ତି ନିଜର କର୍ତ୍ତବ୍ୟ କୁ । କେବେ ଅବହେଳା କରିନାହାଁନ୍ତି ନିଜ କାମ ରେ । ସବୁବେଳେ କର୍ତ୍ତବ୍ୟର ନିଶା। ଆଉ ଲୋକ ମାନଙ୍କ ର ସେବା । ହେଲେ ଆଜି ଟିକି ଝିଅ ଫୋନ କରି କହୁଛି ,ବାବା ତମେ କେବେ ଆସିବ ? ଆଉ ଆମେ କେବେ ବୁଲିବାକୁ ଯିବା ଆମ ସହର କୁ ? ଜେଜେ ଜେଜି ଙ୍କ ପାଖରେ ଭଲ ଲାଗୁଛି । ହେଲେ ତମ କଥା ଭାରି ମନେ ପଡୁଛି ବାବା । ତମେ ଜଲ୍ଦି ଆସ । ଡାକ୍ତର ବାବୁ କହୁଥିଲେ, ମାମା ! ମୁଁ ଖୁବ ଜଲ୍ଦି ଯିବି ତୁମ ପାଖକୁ । ତମେ ସୁରକ୍ଷିତ ଅଛ ତ ? ନାଇଁ ତମେ ଆଗେ ଆସ । ତା' ପରେ ମୁଁ ସବୁ କହିବି । ତମେ ଜଲ୍ଦି ଆସ ବାବା । ଏତିକି କହି ସେ କାନ୍ଦିଉଠିଲା ମାମା। 

ଡାକ୍ତର ବାବୁ ବୁୁୁଝେଇ କହିଲେ , ମାମା ! ମୁଁ ଯିବି ତୁୁୁମ ପାଖକୁ ହେଲେ.......   ହେଲେ ପୁୁଣି କ'ଣ ବାବା ? ତମେ ଆସ । ଜେଜେ ବହୁତ ମିିଠା ତିଆରି କରିଛନ୍ତି । ତମେ ଖାଇବ ଆସ । ମୁଁ ତମ ବିନା ଏକୁଟିିିଆ ରହି ପାରିବିନି କି ଖାଇ ପାରିିବିିିନି ସେ ମିଠା । ବାବା ଜାଣିିିଛ ଆମ ଏଇ ଗାଁ ରେ ବହୁତ କରୋନା ରୋଗ। ତମେ ଆମ କୁ ତମ ପାଖକୁ ନେଇ ଯାଅ । ଆମେ ସାଙ୍ଗ ହେଇ ରହିିିବା । ମଲେ ସାଙ୍ଗ ହେଇ ମରିବା । ଆଉ ବଞ୍ଚିଲେ ସାଙ୍ଗ ହେଇ ବଞ୍ଚିବା ।

        ଡାକ୍ତର ବାବୁ କହିଲେ, ମାମା ! ତୁ ଏମିତି କଥା 

କହନା । ତୁ ମୋ ଆୟୁଷ ସବୁୁ ନେଇ ଭଲ ରେ ରହ .....।

ଆସ୍ତେ ଆସ୍ତେ ସଂଯ ନାଉଁ ଥିଲା ସିିଂଦୂୂୂର । ପୁୁୁଲକିତ ପବନ

ଛୁଇଁ ଯାଉଥିଲା ମାମା ର କୋମଳ ମନ କୁ ।

    ଡାକ୍ତର ବାବୁ କେତେବେଳୁ ମାମା ରହୁଛି କହି ଫୋନ ଟି କାଟି ଦେଇ ଥିଲେ । ହେଲେ ମାମା ସେଇ ଫୋନ ଧରି ସେମିିତି ଠିଆ ହେଇଥିଲା ......

   ଜେଜିି ଡାକିିଲେ ମାମା ଆଃ ମାଆ ମିଠା ଖାଇବୁ


Rate this content
Log in