Archana Sahoo

Others

4.5  

Archana Sahoo

Others

ଅର୍ଚ୍ଚନା ର ତାଲା ବନ୍ଦ ଡାଏରୀ-୨୭

ଅର୍ଚ୍ଚନା ର ତାଲା ବନ୍ଦ ଡାଏରୀ-୨୭

2 mins
169


ଆଜି ଗୋଟେ ବୋଝ ପରି ଲାଗୁଛି ଜୀବନ । ଘରେ ରହି ରହି ଭାରି ବ୍ୟସ୍ତ ଲାଗିଲାଣି ସତରେ । ଆରେ ସେ କରୋନା ନାକେ ଦମ କରିସାରିଲାଣି । ଘରେ ରହି ରହି ବଡ ବିରକ୍ତି ଲାଗୁଛି ସତରେ । ଏମିତି କହି କୁନ୍ତ ବୁଢ଼ୀମା' ଭାରି ଅସ୍ତିର ହେଉଥିଲେ । ସତ କଥା ହେଲା ସେ ମାଇପି ଲୋକ । କେତେ ଆଉ ଚୁପ ରହିବେ ସେ ? ଗାଁ ର ଚାରି ଘରର ବୁଢ଼ୀ ମାଇପିଙ୍କ ସହ ଘେରାଏ ଗପ ମାରିଦେଲେ ସେ ଶାନ୍ତି । ଆଉ ତାସ୍ ପାଲି ପକେଇ ଦେଲେ ସେ ଆହୁରି ଖୁସି । ଆ' ଘରେ କ'ଣ ହେଲା ? ତା' ଘରେ କ'ଣ ହେଲା ? ସବୁ ର ଆଲୋଚନା କରିଦେଲେ ଯେମିତି ମନ ଟା ଟିକେ ଶାନ୍ତି ହେଇଯାଏ । ହେଲେ କ'ଣ ହେବ ? ଏ ନିଆଁ ଲଗା କରୋନା ସବୁ ସାରିଦେଲା ବୋଲି କୁୁନ୍ତ ବୁୁଢ଼ି ମାଆ ବିିିଳିବିିଳି ହୁଅନ୍ତି । ବୁଢ଼ୀ ଲୋକ ଆଉ କେତେ ଘର ଟାରେ ପଡି ରହିବେ ? ସେମିତି ରେ ବି ସମସ୍ତେ ବର୍ତ୍ତମାନ ଫୋନ ରେ ବ୍ୟସ୍ତ । ଆଉ ଏ କୁନ୍ତ ମାଆ କଥା କିିଏ ଶୁଣିବ ? ଆଉ କାହିିଁକି ବା ଶୁଣିବ ? 

    ଦିିିନେ ନୁହେଁଁ ଦୁଇ ଦିନ ବି ନୁହେଁ ପୁରା ଦୁଇବର୍ଷ ହେଲାଣି ବନ୍ଦି । ମନ୍ଦିର ବି ବନ୍ଦ । ସେଇଠି ବିିତୁୁଥିଲା ଦିନ ଆଉ ରାତି । ହେଲେ ସେତକ ବି ବନ୍ଦ । ସହର ର ନିିିବୁୁୁଜ

ଘରେ କିଏ କେମିିିତି ବା ଶାନ୍ତି ରେ ରହି ପାରୁଛି ସେଇ 

କଥା ବେଳେ ବେଳେ ଭାବନ୍ତି କୁନ୍ତ ମାଆ । 

      କ'ଣ ଗୋଟେ ପରବ ହେଇଥିଲା ଯେ ନାତୁୁୁଣୀ ନାତି ଆସି ଫୋଟ ଉଠେଇ ନେଇ ଥିଲେ । ଆଉ ପାଖକୁ ଆସୁ ନାହାଁନ୍ତି । 

    ସେଇ ଝରକା ପଟେ ଅନେଇ ଅନେଇ ଦିନ କଟୁୁୁଛି । ଏକା ଏକା ଭାରି ଲାଗୁଛି ଆଜି ମାଆଙ୍କୁ । କାହିଁକି କେଜାଣି କୁୁନ୍ତି ମାଆ ପୁରୁଣା ଦିନ ର ଫୋଟ ଗୁଡିକ ଘାଣ୍ଟି

ପକାଉଥା'ନ୍ତି । ସେଇ ପୁୁରୁଣା ଫୋଟ ଟି ରୁ ଜଣଙ୍କୁ କହୁଥିଲେ । ଶୁଣୁୁଛ ! ତମେ କହିିିଥିବା ଭବିଷ୍ୟତ କଥା ଆଜି ସତ ହେଇଛି । ଆଜି ମୁଁ ଭାରି ଏକେଲା । ତୁମକୁ ଏକାକରି ମୁଁ ସବୁବେଳେ ପର ପୁୁୁରୁଷ ସହ ଦିନ କାଟୁ ଥିଲି । ଆଉ ତମେ ମତେ ଅଭିଶାପ ଦେଇଥିଲ ଯେ, ମୁଁ ମୋ ଯୌବନ ରେ ଏକୁଟିିିଆ ଯେମିତି ଦିନ କାଟୁଛି । ଠିକ ସେମିିିତି ତମେ ବି ଏକୁଟିଆ ରହିବାର ମଜା ପାଇବ । ସେଦିନ ସିିନା ମୁଁଁ ବୁୁଝି ପାରୁନଥିଲି ତମ କଥା । ହେଲେ ଆଜି ମୁଁ ଠିକ ବୁଝି ପାରୁଛିି .......

    ହଁ..... ହଁ......ଆଜି ମୁଁ ଏକା ......

ବାର୍ଦ୍ଧକ୍ୟ ର ପାହାଚ ରେ ଆଜି ମୁଁ ଏକା .....।


Rate this content
Log in