Archana Sahoo

Children Stories Tragedy Children

4.5  

Archana Sahoo

Children Stories Tragedy Children

ଅର୍ଚ୍ଚନା ର ତାଲା ବନ୍ଦ ଡାଏରୀ-୧୩

ଅର୍ଚ୍ଚନା ର ତାଲା ବନ୍ଦ ଡାଏରୀ-୧୩

2 mins
247


କୁନି ପାଟି କରି କହୁଥାଏ, ମୋର ନୂଆ ଜାମା ଦରକାର । ରଜ ରେ ସବୁ ଝିଅ ନୂଆ ଜାମା ପିନ୍ଧି ଗାଁ ବୁଲିବେ । ଆଉ ମୁଁ ପୁରୁଣା ଜାମା ପିନ୍ଧିବି । ଜମା ନୁହେଁ । ବା' ଲୋ ମୋ ପାଇଁ ନୂଆ ଜାମା ଆନୁନ କାହିଁକି ? ବୋଉ ପରା ମନା କରୁଛି ଆଜି । କହୁଛି ତୋ'ର ନୂଆ ଜାମା କ'ଣ ହେବ ? ବହୁତ ନୂଆ ଜାମା ବାକୁସ ରେ ଅଛି । ବା' ଲୋ ମୋ ପାଇଁ ନୂଆ ଜାମା ଆଣିବ ଟି ? 

   ବିଚରା ରଘୁ ଭାଇ କୁନି କୁ କି ଉତ୍ତର ଦେବେ କିିିଛି ବୁଝି ପାରୁ ନଥାଆନ୍ତି । ଏତେ ଅଭାବ ଯେ ଘରେ ଖାଇବା କୁ ବିି ନାହିଁଁ । ସରକାରୀ ର ଏକ ଉଷିଆ ଚାଉଳ ରୁ ପଖାଳ ମୁୁଠେ ଆଉ ବାରିରୁ କନିଶିରି ଶାଗ ମୁଠେ ହେଇ ଗଲେ ଦିନ ପାହିଯାଏ । କାମ ତ ନାହିଁ ଏ କରୋନା ରେ ଆଉ ପଇସା କାହିଁ ଯେ କୁନି ପାଇଁ ନୂଆ ଜାମା ଆଣିବେ । 

     ରାତି ପାହିଲେ ରଜ । ରଘୁ ଭାଇ ଆଉ ରମା ଭାଉଜ ମନ ଦୁଃଖ ରେ ବସି କୁନି କୁ ଚାହିଁ ଥିଲେ । ସକାଳ ହେଲା କୁୁନିର ସବୁ ସାଙ୍ଗ ନୂଆ ଜାମା ପିନ୍ଧି କୁନିକୁ ଡାକିବାକୁ ଆସିିଲେ । 

    ସେମାନେ ବହୁତ ଭଲ ସାର୍ଟ ପିନ୍ଧି ଥିଲେ । ହାତରେ ମେହେନ୍ଦି ଲଗେଇ ଥିଲେ । କେତେ ରକମର ଜିନିଷ ଲଗେଇ ଥିଲେ । ନୂୂୂଆ ଜାମା ସହ ପାନର ମଜା । ହେଲେ କୁୁନି ମନ ଦୁଃଖରେ ବସି ଥିଲା । ମୋ ପାଖରେ ବି କିଛି ଉପାୟ ନଥିଲା କୁନି ପାଇଁ । ଆଖି ରୁ ଲୁହ ଗଡେଇ ସେ ବସି ଥିଲା।

    ହେଇ ସେପଟେ ମାସ୍କ ପିନ୍ଧି ସାମାଜିିିକ ଦୂରତା ମାନି ଖାଲି ଛୋଟ ପିଲା ମାନେ ଜଣକ ପରେ ଜଣେ ଟିକେ ଟିକେ ଦୋଳି ଖେଳିଲେଣି । ରଜ ଗୀତ ବି ଶୁଣା ଗଲାଣି । କୁୁନି ର ମନ ବି ଡ଼଼ଙ୍କେଇଲାଣି ସେପଟକୁ । 

      ରଘୁ ଭାଇନା ତାଙ୍କ କୋରଟ ଗତ ଆଖି କୁ ମେଲେଇ ନୂତନ ବର୍ଷା ଟୋପା କୁ ଦେଖୁ ଥିଲେ । ପେଟ ପଶି ଗଲାଣି ପିଠି କୁ କିିଛି ନଖାଇ । ହେଲେ ସେଥି ପ୍ରତିି ନିିିଘା ନାହିଁ । ଖାଲି ଗୋଟିଏ ଚିନ୍ତା । କୁୁନି ମୁହଁ ରେ କେମିତି ଟିକେ ହସ ଦେବେ । 

   ମୁଣ୍ଡ ରେ ଓଢଣା ଟାଣି ରମା ଭାଉଜ ବସି କିଛି ଭାବୁଥିଲେ । କ'ଣ ଗୋଟେ ବୁଦ୍ଧି ପାଇଲା ପରି , ସେ ଚାଲିଗଲେ ଘର ଭିିତର କୁ । ପୁରୁୁୁଣା ଦଦରା ବାକୁସ ରୁ ଇସ୍କ୍କୁ୍ଲୁ ରୁ ମିଳି ଥିବା ଗାଢ଼ ରଙ୍ଗ ର ଜାମା ଆଣି କୁନି କୁ ଧରେଇ ଦେଲେ ।  କୋଉ କାଳ ର ଭଙ୍ଗା ଦର୍ପଣ ଆଉ ପାନିିିଆ ଆଣି କୁନି କୁ ଟିକେ ସଜେଇ ଦେଲେ । କୁନି ବୋଧେ ପରିସ୍ଥିତି ବୁୁୁଝି ପାରିଲା କି କ'ଣ ? ସେ ନୂୂୂ ଜାମା ରେ ଖୁୁସି ରେ ନାଚି ଉଠିଲା । ବାହାର କୁ ନଯାଇ,

ସେ ନିଜ ଭାଙ୍ଗି ଯାଇ ଥିବା ଖେଳନା କୁ ଚିରା ଲୁଗା ପିନ୍ଧେଇ କହୁଥିଲା ମୁଁ ତୁମ ପାଇଁ ନୂଆ ଜାମା ଆଣିିଛି ...........


Rate this content
Log in