STORYMIRROR

Rashmi Ranjan Nayak

Others

3  

Rashmi Ranjan Nayak

Others

ଅପେକ୍ଷା

ଅପେକ୍ଷା

1 min
347

ନଦୀ କୂଳରେ ଚାଲିଥାଏ ମୁଁ ଏକୁଟିଆ ସନ୍ଧ୍ୟା ବେଳ ଆଉ ସୂର୍ଯ୍ୟ ଅସ୍ତ ହେବା ଉପରେ। ପକ୍ଷୀମାନେ ନିଜ ନିଜ ସମ୍ପର୍କୀୟ ସହ ନିଡ଼କୁ ଫେରୁଥିବା ଦେଖି ବହୁତ ଖୁସି ଲାଗେ। କିଛି ସମୟ ନିରବ ରହେ ଓ ପ୍ରକୃତିର ସେ ଅପୂର୍ବ ସୌନ୍ଦର୍ଯ୍ୟର ଭରପୁର ଉପଭୋଗ କରେ ମୁଁ।


କିଛି ସମୟ ପାଇଁ ଲାଗେ ଯେମିତି ହଁ ମୁଁ କେବଳ ମୁଁ ଆଉ ଏହି ମୁଁ କାହାକୁ ଅପେକ୍ଷା କରି ରହିଛି ସେ କିଏ ସେ ଦେଖିବାକୁ କେମିତି ଜାଣେନା। ଫେରୁଥିବା ପକ୍ଷୀ, ବହୁଥିବା ପବନ ଓ ସେ କଳା ରଙ୍ଗର ବାଦଲ ପଚାରେ ମତେ ମୁଁ ଏକା ଛିଡା ହେବାର କାରଣ।କୁହନ୍ତି ଯେ କାହିଁ ତୋର କେହି ଅପେକ୍ଷା କରିନାହାନ୍ତି କି।


ମୁଁ ଟିକେ ହସି ଦେଇ -----------------------------------------


କହିବି କଣ ଜାଣେନା।ମୋର ପୁଣି କିଏ ଅପେକ୍ଷା କରିବ।ମୋ ପାଇଁ କିଏ କାନ୍ଦିବ ।ମୋ ପାଇଁ କିଏ ବା ଏତେ ସବୁ କରିବ।

ମୁଁ ତ ନିଜେ ହିଁ କାହାକୁ ଅପେକ୍ଷା କରୁନାହିଁ। ସମୟ ବଦଳାଇବା ସହ ବଦଳିଛି ସବୁକିଛି।ସ୍ବପ୍ନ, ପ୍ରେମ, ଭଲପାଇବା ଓ ବିଶ୍ୱାସର ମାନେ।

ଦେଖି ଦେଖି ଆଖି ମୋର ନିରବ ଓ ହୃଦୟଟି ମୋର ଥକି ଯାଇଛି।

ଆଉ କରିନି ସେ କାହାର ଅପେକ୍ଷା।ଏବେ ନିଜେ ନିଜର ଅପେକ୍ଷାରେ।

ନିଜକୁ ଖୋଜିବାରେ ସେ ଲାଗିପଡିଛି।

ଆଉ କାହା ପାଇଁ ନୁହେଁ ନିଜପାଇଁ ବଂଚିବା ଆରମ୍ଭ କରି ସାରିଛି।


ବାଃ ରେ ଦୁନିଆ ବାଃ ।ସବୁ ଦେଖି ସବୁ ଶୁଣି ଚୁପ ନାଁ।

ରହିଥା ତୁ ଚୁପ ହୋଇ।ଦିନେ ତୁ ଅପେକ୍ଷା କରିବୁ ଆଉ ମୁଁ କହିବି ଅପେକ୍ଷାର ମାନେ କଣ ?


Rate this content
Log in