STORYMIRROR

Sunanda Mohanty

Others

3  

Sunanda Mohanty

Others

ଅନ୍ୟ ଏକ ରେବତୀ

ଅନ୍ୟ ଏକ ରେବତୀ

1 min
166

ଫକୀର ମୋହନ ସେନାପତି ଙ୍କ ଆଜି ଜନ୍ମ ଦିନ, ଜୟନ୍ତୀ ପାଳନ ରେ ସର୍ବେ ମତୁଆଲା, ସହଜେ ମକର, ଗୁଡ଼ି ଉଡ଼ା, ମକର ମେଳଣ ଭିତରେ ତା ଝିଅ ପଡିଶା ଘର ଦାଣ୍ଡ ପଂହରୁ ଥାଏ, ତା ପାଖଦେଇ କେତେ ଝିଅ, ସେମାନଙ୍କ ମାଆ ଖୁଡ଼ୀ, ମାଉସୀ ସଙ୍ଗେ ଶିବ ମନ୍ଦିର ଗଲାବେଳେ, ସେ ତା ମାଆ ସହ କାମକୁ ଆସିଛି, ମାଆ ତାର ଭିତରେ ଧୁଆ ମଜା ରେ ବ୍ୟସ୍ତ ଅଛିତ, ସେ ଦାଣ୍ଡ ପଂହରୁଛି ଆଉ ତାକୁ ଦେଖି ମୋର ମନେ ପଡୁଥିଲା ଫକୀର ମୋହନ ଙ୍କ ରେବତୀ, ସାରିଆ ଚରିତ୍ର ମାନେ, ସେଇସବୁ କାଳଜୟୀ ଲେଖା ଯୋଗୁଁ ସମାଜରେ ନାରୀ ମାନେ ଆଜି ପାଠପଢି ନିଜ ଗୋଡ଼ରେ ଠିଆ ହୋଇ ପାରିଥିବା ବେଳେ ତଥାପି ନାରୀର ସଂଘର୍ଷ ର କାହାଣୀ ନଦେଖିଲେ ବିଶ୍ୱାସ କରିହେବନି. 

   କିଛି ବର୍ଷ କଣ କାଲି ପରି ଲାଗୁଛି, ଏ ଝିଅର ମାଆ, ତା ସଦ୍ୟ ବିଧବା ମାଆ ସହ ଏମିତି ଆସୁଥିଲା ବାସି ପାଇଟି କରିବାକୁ ଘର ଘର ବୁଲି, ଆଉ କେତେ କଷ୍ଟ ଭିତରେ ସେ କେବେ ଝିଅକୁ ବଡ କରାଇ ବାହା ଦେଇ, ସେଇ ଝିଅ ପୁଣି ସ୍ୱାମୀ ପରିତ୍ୟକ୍ତା ହୋଇ ତା ଝିଅକୁ ମଣିଷ କରିବାକୁ ଚେଷ୍ଟା ଚରିତ୍ର ସାଜିଛି, ଇଚ୍ଛା ହେଲା ଡାକି ଚାଦର ଖଣ୍ଡେ ଦେବାକୁ, ତା ଝିଅକୁ ହେଲେ କାଳେ ସ୍ୱାଭିମାନ ଆହତ ହେବ !! ପୁଣି ଭାବିଲି ଆମ ଘରେ କାମ କଲେ ଦୁଇ ପଇସା ଅଧିକା ପାଆନ୍ତା, ମୋର ବି ଅଣ୍ଟା ପିଠି ଧରୁଛି, ହେଲେ ବି କାଳେ ତା ଅଣ୍ଟା ପିଠି ଧରିଯିଵ, ଭାବି କହିବି କି ନାହିଁ ଭାବୁଥିଲା ବେଳେ ଝିଅଟି ଉପରକୁ ଚାହିଁ ହସୁଥିଲା ତ ତାକୁ ଡାକି ଚାଦରଟିଏ ସହ ମକର ଚାଉଳ ଟିକେ ଦେଇ କହିଲି ନେ ମାଆ ମୁଁ ତୋ ମାଆ ମାଉସୀ ପରି, ଝିଅଟି ହସୁଥିଲା, ତା ମୁଣ୍ଡ ଉପରେ ଉଡୁଥିବା ଗୁଡ଼ି ଦେଖି ଖୁସି ହୋଇ ଫେରିଯାଉ ଯାଉ ପୁଣି ମତେ ଚାହିଁ ହସିଦେଇଥିଲା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍