STORYMIRROR

Rashmi Ranjan Nayak

Others

2  

Rashmi Ranjan Nayak

Others

ଅନୁତାପ

ଅନୁତାପ

1 min
313

ହସିବା କାନ୍ଦିବା ଜୀବନର ଦୁଇଟି ପାର୍ଶ୍ୱ।କେତେବେଳେ ଅଭିନୟ କରିବାକୁ ପଡେ ତ କେତେବେଳେ ଅଭିନୟ ଆପେ ଆପେ ଆସିଯାଏ।

କେତେବେଳେ କିଛି ପାଇବାର ଆଶା ମାଟିରେ ମିଶିଯାଏ ତ କେତେବେଳେ ସବୁକିଛି ପାଇଗଲା ପରେ ମଣିଷ ହରାଇଦିଏ ତାର ହିତା ହିତ ଜ୍ଞାନକୁ।

କିଏ ଏମିତି ଅଛି ଯିଏକି ଜୀବନରେ ଭୁଲ କରୁନାହିଁ।

କିଏ ଅଛି କି ଏମିତି ଯିଏ କି ଲୁହର ବନ୍ୟାରେ ବୁଡିନି।କିଏ ଅଛି କି।ନାଁ କେହିନୁହେଁ।

ମୁଁ ବା କେମିତି ବାଦ ପଡିବି ଯେ। ଭୁଲ କରିଛି ଅନେକ ଥର ,ତଳେ ପଡିଛି ଅନେକ ଥର ,କାନ୍ଦିଛି ଅନେକ ଥର।କେହି ଜଣେ ବି ଆହା ପଦେ ବି କହିନାହାନ୍ତି।

ନିଜେ ଚାଲିଛି ଏକା ଏକା।କିଛି ପାଇବାର ଆଶା ନେଇ ନୁହେଁ କିଛି ଶିଖିବାର ଆଉ କିଛି ଜାଣିବାର ଲକ୍ଷ୍ୟ ନେଇ।

ଅନୁତାପ କରିଛି ଅନେକ ଥର।ଭାବିଛି ଅନେକ ଥର।ସତ ମିଛର ରଙ୍ଗମଞ୍ଚରେ ଅଭିନୟ କରୁଛି ଆଉ କରିବି ମଧ୍ୟ।

ବାସ ଜୀବନ ଥିବା ପର୍ଯ୍ୟନ୍ତ। ନିଶ୍ୱାସ ଚାଲୁଥିବା ପର୍ଯ୍ୟନ୍ତ।ଅନୁତାପ ଅନୁତାପରେ ନିଜକୁ ଭାଙ୍ଗି କରି ନୁହେଁ ବରଂ ନିଜକୁ ପରିବର୍ତ୍ତନ କରି ବଦଳିବାର ଆଉ ବଦଳାଇବାର ସ୍ୱପ୍ନ ନେଇ।


Rate this content
Log in