STORYMIRROR

Amita Dash

Others

3  

Amita Dash

Others

ଅନୁଭୂତି ର‌‌‌ ଇନ୍ଦ୍ରଧନୁ 🌈

ଅନୁଭୂତି ର‌‌‌ ଇନ୍ଦ୍ରଧନୁ 🌈

2 mins
270


ଗାଆଁମାନଙ୍କରେ ଦେହ ହାତ ଦରଜ ହେଲେ ଶରୀର ପୀଡା କହନ୍ତି ତାକୁ । ବେଶୀ କାମ କରିବାର ଅଭ୍ୟାସ ନଥିବ କରିଦେଇଥିବ । ଶୁଣ୍ଠି ପାଣି ମୁନ୍ଦେ ପିଇ ଦେଲେ ଶରୀର ପୀଡା କମିଯିବ । ସେଥିରେ ଲୁଣ, ଗୋଲମରିଚ, ତେଜପତ୍ର, ମୁଖ୍ୟତଃ ଶୁଣ୍ଠି ପଡ଼ି ଫୁଟିବ । ସେଇ ପାଣିଟା ପିଇବ । ବାପା ଥରେ ରବିବାର ସଂଧ୍ୟାରେ କହିଲେ ମାଆରେ ବୋଉ ସନ୍ଧ୍ୟା ଦେବ । ତୁ ଟିକେ ଗଲୁ ଶୁଣ୍ଠି ପାଣି ମୁନ୍ଦେ କରିଦେବୁ । ମୋ ଦେହ ଶରୀର ପୀଡା ଟିକେ ଲାଗୁଚି । ମୁଁ ଅବଶ୍ୟ ଜାଣିଥିଲି ଟିକେ ଟିକେ । ବୋଉକୁ ପଚାରି ଦେଇଥିଲେ ହୋଇଥାନ୍ତା । ନ ପଚାରି ଏକା ଚାଲିଗଲି ଶୁଣ୍ଠି ଛେଚିବାକୁ । ଶୁଣ୍ଠି, ଲୁଣ, ଗୋଲମରିଚ ସହ ଚା ପତି ଆଉ ଚିନି ମିଶାଇ ସିଝାଇ ଦେଲି । ବାପାଙ୍କୁ ନେଇ ଦେଲି । ବାପା ପିଇ ଦେଇ ବୋଉକୁ କହିଲେ ଆଜି ତୁମ ଝିଅ କରିଚି ଶୁଣ୍ଠିପାଣି ତୁମେ ପିଇବ । ସବୁ ଦିନ ସିନା ତୁମେ ନିଜେ କର ଯେ ପିଅନି । କ'ଣ ନା ମୋତେ ଶରୀର ପୀଡା ନାହିଁ କି ମୋର ଶୁଣ୍ଠି ପାଣି ପିଇବା ଦରକାର ନାହିଁ । ସନ୍ଧ୍ୟା ଦେଇସାରି ଆସି ବୋଉ ମାଗିଲା ଶୁଣ୍ଠି ପାଣି । ପୁଣି ଚୁଲିରେ କଡ଼େଇ ବସାଇ ତା'କୁ ଶୁଣ୍ଠି ପାଣି ଗରମ କରି ଦେଲି । ବୋଉ ପିଇ ସାରି ବାପାଙ୍କୁ ଯାଇ ପଚାରିଲା କେମିତି ସେ ଲୁଣିଆ, ମିଠା ଚା ପତି ପଡ଼ିଥିବା ମୁତୁରା ପାଣି ପିଇଲ । ଧୂଆଁରାଟିଆ ବି କରିଦେଇଛି । ହଁ ଗେହ୍ଲି କରିଚି ତମର । ବାପା କହିଲେ ଯାହା ବି କରିଥାଉ ଭଲ ଲାଗୁଚି । ଆଜି ମୁଁ ବୁଢ଼ୀ ବୟସରେ । ମନ କହୁଛି କିଏ ଟିକେ ଚା କରି ଦିଅନ୍ତାନି । ଝିଅ କୋଉ ଅଛି । ପୁଅ ଦୁଇଟା ଯେ ବଡ଼ ପୁଅ କୋଡ଼ିଏ ବର୍ଷରେ ଦୁର୍ଘଟଣାରେ ଚାଲିଗଲା । ସେହି ଦିନୁ ଏକଲା ରୁହେ । ସାନ ପୁଅ ବାହାରେ । ଆଉ କିଛି ଭଲ ଲାଗୁନି । ସେତେବେଳର ଶୁଣ୍ଠି ପାଣି, ଆଜିର ଆମର କାଢା କରୋନା ପାଇଁ । ବାପା ପ୍ରାୟ ରବିବାରକୁ ରବିବାର ପିଉଥିଲେ । ସେଥିରେ ହଳଦି, ଲବଙ୍ଗ, ଡାଲଚିନି ପଡେନି । ଜ୍ୱର ହେଲେ ତଣ୍ଟି ଦରଜ ହେଲେ ବୋଉ ମିଶିରି, ତେଜପତ୍ର ଆଉ ଡାଲଚିନି ପକେଇ ଫୁଟେଇ କି ଦଉଥିଲା । କିଏ କୁଆଡ଼େ ସମୟ କ୍ରମେ ଚାଲିଗଲେଣି । ଅଦିନିଆ ଘଡଘଡିଟା କାଇଁ ମାରୁଚି କେଜାଣି । ଶୁଣ୍ଠି ପାଣି ମୁନ୍ଦେ କିଏ କରି ଦିଅନ୍ତାନି । 



Rate this content
Log in