Amita Dash

Abstract Inspirational

2  

Amita Dash

Abstract Inspirational

ଅନୁଭୂତି ର‌‌‌ ଇନ୍ଦ୍ରଧନୁ 🌈

ଅନୁଭୂତି ର‌‌‌ ଇନ୍ଦ୍ରଧନୁ 🌈

2 mins
124


ଆମ ଅଞ୍ଚଳରେ ପାଣିର ଘୋର ଅଭାବ ଚାଷବାସ ପାଇଁ l ବର୍ଷା ପାଣି ଉପରେ ଯାହା ଭରସା ଧାନ ଚାଷ ପାଇଁ l ମୁଗ ବିରି ପାଇଁ ପାଣି ମାହାର କରି ନିଅ ନହେଲେ ଯନ୍ତରେ ପାଣି ମଡ଼ା l କୋଳଥ,ବିରି ବେଶୀ ହୁଏନି l ମୁଗ ଗଣ୍ଡେ ହୁଏ l ଯଦି କାଳି ମୁଣ୍ଡି ଲାଗିଲେ ଆଉ ପାଇବାନି ମୁଗଗଣ୍ଡାକ l ଯଦି କେନାଲ ପାଣି ଛାଡିବ ତାହାଲେ କେନାଲ ପାଣି ମାହାରା ଖୋଳି ନିଆ ହେବ l ବାପା ରବିବାର ଛୁଟିଦିନରେ ଯାହା ଘର କାମ କରନ୍ତି l ଅନ୍ୟ ଦିନରେ ସ୍କୁଲ୍ ଥାଏ l ବାପା ବୋଉକୁ କହିଲେ ମୋତେ ଭୋରୁ ଉଠେଇ ଦେବ ଯେ ମୁଁ ସକାଳୁ ସକାଳୁ ପାଣି ଯନ୍ତାରେ ମଡ଼େଇ ଦେବି ମୁଗ କିଆରିରେ l ବେଶୀ ଖରାକୁ ରହିବିନି l ବାପା ରାତି ପାହାନ୍ତିଆ ଉଠି ଯାଇଛନ୍ତି l ଆମ ହଳିଆ ପିଲାକୁ ଡାକି ନଥିଲେ l ତା'କୁ ଯନ୍ତାରେ ପାଣି ଉଠା ଆସିବନି ତ l କିନ୍ତୁ ବାପାଙ୍କ ସହ ଆଉ ଜଣେ କିଏ ପାଣି, ଯନ୍ତାରେ ବୋହୁଥିଲା l ବାପା ଭାବିଲେ ଟୁକୁନା, ଆମ ହଳିଆ ପିଲା l କାଳି ଜହ୍ନରେ ସବୁ ଝାପସା ଦିଶୁଥିଲା ବାପାଙ୍କୁ l ବାପା ଚେହେରା ଦେଖିପାରୁ ନ ଥିଲେ l ହେଲେ ବି ବାପା ପଚାରିଲେ ହଇରେ ଟୁକୁନା ତୋତେ ତ ପାଣି ବୁହା ଯନ୍ତରେ ଆସେନି l ତେଣୁ ତୋତେ ମୁଁ ନିଦରୁ ଉଠେଇ ନ ଥିଲି l ବୋଉକୁ କହିଥିଲି ମୋତେ ଡାକି ଦେବାକୁ l ଆରେ ଟୁକୁନା ତୁ ତ ବଢ଼ିଆ ପାଣି ଯନ୍ତରେ ଉଠେଇ ପାରୁଚୁ l ଏତେ କଥା ପଚାରୁଛି ଜବାବ ଦଉନୁ l ହଉ ରାତି ପାହି ଆସିଲାଣି l ତୁ ଘରକୁ ଯାଆ l ତୋ ଜଙ୍ଘ ଧରିଦେବ l ଅଭ୍ୟାସ ନାହିଁ ନା l ଆଉ ଅଳ୍ପ ଅଛି ମୁଁ କରିଦେବି l ବାପା ପାଣି ବୋହି ସାରି ଘରକୁ ଫେରିବା ପରେ ବୋଉ କହିଲା ମୁଁ ତ ତମକୁ ଡାକିନି l ତୁମେ କେମିତି ଉଠିପଡ଼ି ଗଲ l ଏତେ ଜଲଦି ବି ପାଣି ବୁହା ସାରିଦେଲ l ବାପା କହିଲେ ମୁଁ ଏକା ଯାଇନି l ଟୁକୁନା ମୋତେ ଉଠେଇ ମୋ ସହ ଯାଇ ଥିଲା l ବୋଉ ଆବାକାବା ହୋଇଗଲା l ବୋଉ କହିଲା ଟୁକୁନା ପରା ଶୋଇଚି ଏ ପର୍ଯ୍ୟନ୍ତ ଉଠିନି l ଆଉ ତୁମ ସହ ଗଲା କେମିତି l ବାପା କହିଲେ ତାହାଲେ ମୋ ସହ ପାଣି କିଏ ବୋହୁଥିଲା l ଟୁକୁନାକୁ ଉଠେଇ ପଚାରିବାରୁ ସେ କହିଲା ମୁଁ ତମକୁ ଉଠେଇନି କି ତୁମ ସହ ଯାଇନି l ମୋତେ ତୁମେ ଉଠେଇବାରୁ ମୁଁ ଉଠିଲି l ବାପା କହିଲେ ତୋର ମନେ ପଡୁନି ବୋଧହୁଏ l ଆଉ ଅଳ୍ପ ଥିଲା ମୁଁ କହିଲି ତୁ ଘରକୁ ଯାଇ ଗୋରୁଗାଈଙ୍କ କାମ କର l ମୁଁ ସାରି ଦେଇ ଯିବି l ତୁ ଆସି ପୁଣି ଥରେ ଶୋଇ ପଡିଥିବୁ ତୋର ମନେ ନ ଥିବ l ଟୁକୁନା ଏକା ଜିଦ୍ ମନାକଲା କି ସେ ଯାଇନି l ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ବି କେହି ଜାଣି ପାରିଲୁ ନାହିଁ ସେଦିନ ବାପାଙ୍କ ସହ କିଏ ଥିଲା l



Rate this content
Log in

Similar oriya story from Abstract