Dipti lekha Mishra

Others

2  

Dipti lekha Mishra

Others

ଅନୁଭୂତି- ୧

ଅନୁଭୂତି- ୧

4 mins
241


ଶୁଭ ସ


ଓଁ..ଓଁ..ଓଁ....ଗଳ୍ପ ...

ଦୁଇଟି ସରକାର...

@Diptilekha mishra..


ସରକାରଙ୍କ ନିୟମ କାନୁନ ଠିକ୍ ନା ଭୂଲ୍ ଜାଣିନି,ଉତ୍ତର ଖୋଜୁଛି ମିନାକ୍ଷୀ ।ପ୍ରତିଦିନ ଭାବେ ଏମାନେ ଆମକୁ କୁକୁର ଭଳି ବ୍ୟବହାର କରନ୍ତି ।ବେଳେ ବେଳେ ମନ ହୁଏ ଆଉ ଏ ଚାକାରି ନ କରିବା ଭଲ ।ପୁଣି ଲାଗେ ନାହିଁ ଆମ ସମ୍ବିଧାନର ନିୟମାନୁସାରେ ସମସ୍ତେ ନିଜ ଅଧିକାର ସାବ୍ୟସ୍ତ କରିପାରିବେ,ସମସ୍ତେ ନିଜ ନିଜ ମତ ରଖିପାରିବେ ।ଏୟା ଭାବିଲେ ପୁଣି ଲଢିବାକୁ ଇଛା ହୁଏ । ମିନାକ୍ଷୀ ଦିନେ ଭାବିଲା ଦରକାର ପଡିଲେ ଚାକିରି ଛାଡିଦେବ ହେଲେ ଲଢିବାଟା ସୁନିଶ୍ଚିତ ।

     ସାମାଜିକ ସେବା କରିବା ନାମରେ ଏକ ସଂସ୍ଥା ଖୋଲିଲେ କେନ୍ଦ୍ର ସରକାର ।ତାର ନାମ ରଖିଲେ ଅଙ୍ଗନୱାଡୀ ।ସବୁ ରାଜ୍ୟରେ କୁଢକୁଢ ଅଳିଆ ଗଦା କରବା ଭଳି ସାହି ସାହିରେ ଅଙ୍ଗନୱାଡୀ ଛତୁ ଫୁଟିଲା ଭଳି ଗଢି ଉଠିଲା ।୬ଟି ସେବା ପାଇଁ କାମ ଆରମ୍ଭ ହେଲା ।ଏହି ୬ଟି ସେବା ହିଁ ନିର୍ଦ୍ଧାରିତ ହେଲା କି ଅଙ୍ଗନୱାଡୀ ଦିଦି ମାନେ ସୁଚାରୁରୂପେ ପାଳନ କରିବେ ।କିନ୍ତୁ ନା ରାଜ୍ୟ ସରକାର ମାନେ କାମ ବଢାଇଲେ ।ସେ କାମ ଆଜି ବଢି ବଢି ପ୍ରାୟ ୬୦ଟି କାମରେ ପରିଣତ ହୋଇଗଲାଣି ।ଭାତ,ଡାଲି,ତରକାରୀ ଅଲଗା ଅଲଗା ରାନ୍ଧିଲେ ସିନା ତା ସୁଆଦ ବାରି ହେବ ,ସବୁ ଘାଣ୍ଟିଚକଡି ଖାଇଲେ କାହାର ଗୁଣ ଚିହ୍ନଟ ହେବ ?ଆଜିର ସମାଜରେ ନାରୀମାନଙ୍କୁ ସର୍ବୋପରି ସୁବିଧା ଦିଆଗଲା ହେଲେ ସବୁ ପ୍ରହସନ ।ସିଧାସଳଖ ନ ହେଲେ ବି ନାରୀମାନଙ୍କୁ ପରୋକ୍ଷରେ ଅତ୍ୟାଚାର କରାଯାଉଛି ।ଗୋଟେ ପଟେ କେନ୍ଦ୍ର ସରକାର ଆଉ ଆରପଟେ ରାଜ୍ୟ ସରକାର ।Regular କରାଯାଉନି କି ଦରମା ବଢାଯାଉନି ।କାମ କିନ୍ତୁ ଦିନକୁ ଦିନ ବଢି 

ଚାଲିଛି ।ଅଙ୍ଗନୱାଡୀ ଦିଦି ମାନେ ଯେତିକି କାମକୁ ସେତିକି ଟଙ୍କା ଦିଅ ବୋଲି ରାଜରାସ୍ତାରେ ଅଖିଆ ଅପିଆ ହୋଇ ,କିଏ ଗର୍ଭବତୀ ତ ପୁଣି କିଏ ପ୍ରସୂତୀ,କାହାର ପାରିବାରିକ ସମସ୍ୟା ତଥାପି ଧାରଣା ଦେଉଛନ୍ତି ।ଆଉ ସରକାର ଶୁଖୁଆ ମୂଲ କଲା ଭଳି ମାତ୍ର ୫୦୦ ଟଙ୍କା ହଜାର ଟଙ୍କା ବଢାଇ ପୁଣି ଅଧିକ କାମ ଲଦିଦେଉଛି ।

      ମିନାକ୍ଷୀ ସ୍ବପ୍ନରେ ତାଙ୍କ ସୁପରଭାଇଜର,ସିଡିପିଓ ସହ ଯୁକ୍ତିତର୍କ କରୁଛି ଆଉ କେବଳ ନିଜର ନୁହଁ ପ୍ରତ୍ୟେକ ଅଙ୍ଗନୱାଡୀ କର୍ମୀମାନଙ୍କ ଦୁଃଖକୁ ପରିପ୍ରକାଶ କରିବାକୁ ଚେଷ୍ଟା କରୁଛି ।

     ଏକ ଜରୁରୀ ବୈଠକ ଚାଲିଥାଏ ।ବୈଠକରେ ଶହେରୁ ଉର୍ଦ୍ଧ୍ବ ଅଙ୍ଗନୱାଡୀ କର୍ମୀ ଉପସ୍ଥିତ ଅଛନ୍ତି ।ସାମ୍ନାରେ ତିନିଗୋଟି ଚେୟାର ପଡିଛି ।ଗୋଟିକରେସଡିପିଓ ଆଉ ଦୁଇଟି ରେ ସୁପରଭାଇଜର,ଅଫିସର କ୍ଲର୍କ ବସିଥାନ୍ତି ।ସେ ସଭାର ଉଦ୍ଦେଶ୍ୟ ଥିଲା awareness ,ଯାହା ଅଙ୍ଗନୱାଡୀ କର୍ମୀ କାମରେ ଲଗାଇବାକୁ 

ହେବ ।

    ୧.ସମସ୍ତେ କେନ୍ଦ୍ରର ନାମଥିବା ବୋର୍ଡ ବାହାରେ ଟାଙ୍ଗିବ ।

    ୨.ସକାଳ ଘ୯.୦୦ରେ କେନ୍ଦ୍ରରେ ଉପସ୍ଥିତ ହେବ ।

   ୩.କେନ୍ଦ୍ରରେ ଚାର୍ଟ ପୋଷ୍ଟର ଅତି ନିଖୁଣ ଭାବେ ଲଗାଇବ ।

   ୪.ସମସ୍ତ ଖାତାପତ୍ର ଓ ପିଲାଙ୍କ ଖେଳଣା ଡବା ସଜାଇ ରଖିବ।ବାର ମାସ ଅନୁସାରେ ୧୨ଟି ଖେଳଣା କାର୍ଟୁନ ରଖିବ ।ପିଲାଙ୍କ Identity card ନିଜେ ତୁମ idea ରୁ ତିଆରି କରି ଲଗାଇବ ।

  ୫. suplementary food ସମସ୍ତେ ଯେମିତି ପାଇବେ ତାର ବ୍ୟବସ୍ଥା କରିବ ।

   ୬.ମେନ୍ୟୁ ଅନୁସାରେ ପିଲାଙ୍କୁ ଉଚିତ ଖିଦ୍ୟ ଦେବ ।

   ୭.ସବୁ ଖାଦ୍ୟ ISI ମାର୍କା ହୋଇଥିବା ଦରକାର ।

   ୮.କେନ୍ଦ୍ର କୁ ମନ୍ଦିର ଭଳି ଚିକଚାକ ରଖିବ ।

   ୯.ପିଲାଙ୍କ ପାଇଁ ଦୋଳି,ପ୍ରକୄତି ପର୍ଯ୍ୟବେକ୍ଷଣ ପାଇଁ ବଗିଚା,ଲେଟିନବାଥରୁମ,ହେଣ୍ତୱାସ ,ଚେୟାର,ବାଲି,ମାଟି,ଗୋଡି,ହାତ ତିଆରି ଖେଳଣା,ୟୁନିଫର୍ମ ଇତ୍ୟାଦିର ସୁବ୍ୟବସ୍ଥା ହେଉଥିବା ଦରକାର ।

   ୧୦.ଲୋକମାନଙ୍କୁ ଡାକି ECCE..ଯାଂଚ କମିଟି,ମାତୃକମିଟି,ଅନ୍ନପ୍ରାଶନ୍ନ,ଡେଙ୍ଗୂ ମ୍ୟାଲେରିଆ ନିରାକରଣ,ଟି.ବି ପାଇଁ ସଚେତନତା,ପୁଷ୍ଟିକର ଦିବସ,ପିଲାଙ୍କ ଓଜନ,କିଶୋରୀ ବାଳିକା ମଣ୍ତଳ,ୱାର୍ଡ କଲ୍ୟାଣ ସମିତି ସଭା,ପୋଷାକ ବଣ୍ଟନ...ଏମିତି ବିଭିନ୍ନ ପ୍ରକାରର ସଭା କରି ଫୋଟ ବାହାର କରି ରଖିବ,ସେ ସବୁ ଫୋଟ ଧୋଇଦେଇ କାନ୍ଥରେ ଲଗାଇବ ।

   ଦିଦିମାନେ ସବୁ ଟୁପୁରୁଟାପୁର କଥା ହେଉଛନ୍ତି କେମିତି କଣ କରିବା ?

   ଏ ସମୟରେ ମିନାକ୍ଷୀ ଠିଆ ହେଲା ଆଉ କହିଲା ମ୍ୟାଡାମ ମୋର କିଛି କହିବାର ଅଛି ।ଛୋଟ ତୁଣ୍ଡରେ ବଡକଥା ଭଳି ଲାଗିପାରେ ଏଣୁ ମୋତେ କ୍ଷମା କରିବେ ।

ମ୍ୟାଡାମ କହିଲେ ହଁ ହଁ ଆଉ ଟିକେ ବସ ମୁଁ ତୁମକୁ ଡାକିବି ।

   ପୁଣି କଣ ବାକି ରହିଲା କି?ସମସ୍ତେ ଛାନିଆ ହୋଇ ବସିଛନ୍ତି ।

  ୧.ମ୍ୟାଡାମ କହିଲେ ପିଲେ ଭୋଟର କାମ ର ରିପୋର୍ଟ ଚାରିଦିନ ଭିତରେ ଦେବ ।

୨.ଅରଫାନ୍ ରିପୋର୍ଟ ବି କାଲି ସଂଧ୍ଯା ସୁଦ୍ଧା 

ଦେବ ।

୩.ଭିଜିଟର ମାନେ ଘନ ଘନ ବୁଲୁଛନ୍ତି ସବୂ ଖାତା ପୁରଣ କରି ରଖିବ ।

୪.ଡାଇରିଆ ସର୍ବେକ୍ଷଣ କରିବ ଘର ଘର ବୁଲି ଆଉ ଲୋକଙ୍କ ସ୍ବାକ୍ଷର ନେବ ।

୫.ପୋଲିଓ ସର୍ଭେ ବି କରିବ ।

୬.ପ୍ରତ୍ୟେକ ଲୋକଙ୍କ ଆଧାର କାର୍ଡ ନଂ ସର୍ଭେ ଖାତାରେ ଲେଖିବ ।

୭.ପିଲାଙ୍କ ଜଳଖିଆ ରେ ଉଚିତ ମାନର ଖାଦ୍ୟ ଦେବ ।

୮.ଟି.ବି ରୋଗୀମାନଙ୍କ ପାଈଁ ଚିକିତ୍ସାଳୟରୁ ଔଷଧ ସଂଗ୍ରହ କରି ଆଣିବ ।

୯.ଆସନ୍ତା ୭ରେ ରାଲି ସକାଳେ ସବୁ ଆସିଯିବ ।

୧୦.ଘରଭଡା ସହାୟିକା କର୍ମୀ କିମ୍ବା ଅଙ୍ଗନୱାଡୀ କର୍ମୀଙ୍କ ଘରେ କରିବା ମନା ।

    ଆଛା ମିନାକ୍ଷୀ ତୁମେ କଣ କହିବ କହୁଥିଲ କୁହ..ମ୍ୟାଡାମ ସ୍ବର ଦେଲେ ।

   ମିନାକ୍ଷୀ କହିଲା ମ୍ୟାଡାମ ଆପଣ ଯାହା ସବୁ ଆମ ଚାକିରି ପାଇଁ ଗୀତାବାଣୀ ଶୁଣାଇଲେ ସବୁ ଠିକ ।କିନ୍ତୁ ଭଗବାନ ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କୁ ଗୀତା ଶୁଣାଇବା ବେଳେ ସେ କଥା ରଖିବା ପାଇଁ ଅର୍ଜ୍ଜୁନ ପାଖରେ ପର୍ଯ୍ୟାପ୍ତ ଜାଗା ଥିଲା ,ଏଣୁ ସବୁ ଠିକଠାକ ଲାଗୁଛି ଆଜି ବି ସେ ଗୀତା ର 

ରହସ୍ୟ ।

   ହେଲେ ଆପଣଙ୍କ ଗୀତାରେ କିଛି ତୃଟି ଦେଖାଯାଉଛି ।

   ମ୍ୟାଡାମମାନେ ରାଗିକି କହିଲେ କଣ ଈଆଡୁସ୍ୟାଡୁ ଗପୁଛ ।ଆମର ଭୂଲ କେଉଁଠି ?

ଏହା ତ ଉପ ଜିଲ୍ଲାପାଳ,ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ।

   ମିନାକ୍ଷୀ କହିଲା ମ୍ୟାଡାମ ଆମର ସୁବଧା ଅସୁବିଧା ବୁଝିବା ଦାୟୀତ୍ବ ଆପଣଙ୍କର ।ଆପଣଙ୍କ ଅସୁବିଧା ବୁଝିବା ଆପଣଙ୍କ ଉପରିସ୍ଥ କର୍ମଚାରୀଙ୍କ,ସେମାନଙ୍କ କଥାକୁ ଗୁରୁତ୍ବ ଦେବେ ସରକାର ।ନତୁବା ଆପଣ ସିଧାସଳଖ ସରକାରଙ୍କ ସହ ଆମର ବୈଠକ ରଖନ୍ତୁ ଆମେ ତାଙ୍କୁ ଜଣାଇବୁ ।

     ହଉ ହଉ କୁହ ଜଲ୍ଦ କଣ କହିବ ,ମ୍ୟାଡାମ ନିରୁପାୟ ହୋଇ ଉତ୍ତର ଦେଲେ ।

   ମିନାକ୍ଷୀର ଉତ୍ତର

୧.ପ୍ରଥମେ ସ୍ବତନ୍ତ୍ର ଅଙ୍ଗନୱାଡୀ କେନ୍ଦ୍ର

 ଦିଆଯାଉ ।

୨.ଉଚିତ ଖାଦ୍ୟ ପାଇଁ ଉଚିତ ଟଙ୍କା ଦିଆଯାଉ ।

୩.ପ୍ରି ସ୍କୁଲ ପିଲା ଉପସ୍ଥିତ ପାଇଁ ଏକ ନିୟମ ଲାଗୁ ହେଉ କି ଯେମିତି ଅଙ୍ଗନୱାଡୀରୁ ଉତ୍ତୀର୍ଣ୍ଣ ସାର୍ଟିଫିକେଟ ନେଲେ ହିଁ ସରକାରୀ କିମ୍ବା ବେସରକାରୀ ବିଦ୍ୟାଳୟରେ ନାମ ପଞ୍ଜିକରଣ ହେବ ।

୪.ପ୍ରିସ୍କୁଲ୍ ଚଲାଇବା ପାଇଁ ପ୍ରତି ମାସରେ ଥରେ ଆପଣମାନେ ପ୍ରଶିକ୍ଷଣ ଦେବେ ।

୫.ଖାତାପତ୍ର ପୁରଣ ପାଇଁ ଅନ୍ୟାନ୍ୟ କାମରୁ ଫୁରସତ ଦେବା ଦରକାର।

୬.ଟିକିନିଖି ଖର୍ଚ୍ଚ ପାଇଁ ଟଙ୍କା ଦେବା ଦରକାର ।

୭.କେନ୍ଦ୍ର ସରକାରଙ୍କ ସର୍ଭେ ଆଉ ରାଜ୍ୟ ସରକାରଙ୍କ ସର୍ଭେ ପାଇଁ ଅଙ୍ଗନୱାଡି କର୍ମୀ ଯଦି ଦାୟୀ ତା ହେଲେ ପ୍ରିସ୍କୁଲ ବନ୍ଦ କରିଦେଲେ ଯଥେଷ୍ଟ ଭଲ ହୁଅନ୍ତା ।

୮.ଲୋକମାନେ ସଭାରେ ଉପସ୍ଥିତ ହେବା ପାଈଁ ସେମାନଙ୍କର ଜଳପାନ ବ୍ୟବସ୍ଥା ସହ କିଛି ପାରିଶ୍ରମିକ ଦେବା ଦରକାର ।ସେମାନଙ୍କର ସମୟ ରେ ନତୁବା ଆମର କୌଣସି ଅଧିକାର ନାହିଁ ।

୯.ରୋଗୀକୁ ଔଷଧ ଦେବା କାମ ଆଶାମାନଙ୍କୁ ହିଁ ଦେବା ଦରକାର ।

୧୦.ପ୍ରତ୍ୟେକ ଅଙ୍ଗନୱାଡୀ କର୍ମୀ ଜଣେ ମହିଳା,ପିଲାଙ୍କର ମା,କାହାର ସ୍ତ୍ରୀ ତ କାହାର ବୋହୁ ।ଏଣୁ ପଶୁ ଭଳି ବ୍ୟବହାର ନ କରି ମାନବିକତା ଦୃଷ୍ଟିରୂ ଦରମା ଅନୁସାରେ କାମ ଦେବା ଦରକାର ଏବଂ ସେମାନଙ୍କର ସ୍ବାସ୍ଥ୍ୟ ବିଷୟରେ ସରକାରଙ୍କୁ ଅନୂରୋଧ ..ସମୟର ସଦୁପଯୋଗ କରିବା ପାଇଁ ନିର୍ଦ୍ଦିଷ୍ଟ କାମ ଦେବା ଉଚିତ । କାରଣ ଆମ ପରିବାରରେ ବି ପିଲାମାନେ ଅଛନ୍ତି ଆଉ ସେମାନଙ୍କ ଦାୟୀତ୍ବ ବି ସରକାରଙ୍କର ନିତି ନିୟମରେ ରହିବା 

ଦରକାର ।ନତୁବା ସମୟ ଆସିବ ସମସ୍ତ ଅଙ୍ଗନୱାଡୀ କର୍ମୀ ଙ୍କ ପିଲାମାନେ ଅପପୁଷ୍ଟିର ଶିକାର ହୋଇ ସରକାରଙ୍କ ଚିନ୍ତାର କାରଣ ହୋଇଯିବେ ।

    ମ୍ୟାଡାମ କିଛି କହିବା ପୁର୍ବରୁ ସବୁ ପିଲା ହଁ ହଁ ମିନାକ୍ଷୀର କଥାରେ ଆମେ ଏକମତ କହି ସ୍ୱର ଛାଡିଲେ ।

   ମ୍ୟାଡାମମାନେ କିଛି ନ ବୁଝିଲା ଭଳି ସମସ୍ତେ ନିଜ ଆସନ ଛାଡି କହିଲେ ଆମେ ଏ ସବୁ ସମାଧାନ କରିପାରିବୁନୁ,ତୁମେ ଏ ସବୁ କାମ ଯାହା ବୁଝାଇଲୁ ପାଳନ କର ନ ହେଲେ ଚାକିରି ଛାଡ କରିବା ପାଇଁ ଅନେକ ମହିଳା ଅଛନ୍ତି ।

    କେମିତି ସରକାରଙ୍କ ପାଖରେ ଏ ବାର୍ତ୍ତା ପହଂଚିବ ଭାବି ସମସ୍ତେ ସୋସିଆଲ ମିଡିଆରେ ସେୟାର କଲେ ଆଉ ସରକାର ଆଜି ବି ନିରୁତ୍ତର ।କେବେ ଏ ସମସ୍ୟାର ସମାଧାନ ହେବ ସମସ୍ତେ ଅପେକ୍ଷାରତ ।



Rate this content
Log in