STORYMIRROR

Trilochan Karjee

Others

5.0  

Trilochan Karjee

Others

ଅନ୍ଧାରୁଆ ଗଳି

ଅନ୍ଧାରୁଆ ଗଳି

1 min
1.2K


ଅଫିସରୁ ଟ୍ରେନିଂ ସାରି ମୁଁ ଘରକୁ ଫେରିବା ବେଳକୁ ସେଇ ଗଳି ରାସ୍ତା ପଡେ। ସବୁଦିନ ଫେରିବା ବେଳକୁ ସଂନ୍ଧ୍ଯା ହୋଇଯାଏ।

ଆଉ ଅନ୍ଧାରୁଆ ଗଳି ମୋ ପାଇଁ କିଛି ନୂଆ ଅନୁଭୂତି ଆଣିଥାଏ। ତାକୁ ସମସ୍ତେ ଅନ୍ଧାରୁଆ ଗଳି ନାମରେ ଜାଣନ୍ତି।

ସରକାରୀ ବାବୁଙ୍କ ରାସ୍ତାର ଉନ୍ନତି ଓ ଆଲୁଅର ବ୍ୟବସ୍ଥା ଅଣଦେଖା କରାଯିବାର ସମସ୍ତ ଆଖିକୁ ନଦେଖିଲା ଭଳି ସେଇ ଗଳି ଅନ୍ଧାର ଭିତରେ ହଜିଯାଇଛି।

ସେଦିନ ସଂଧ୍ୟାରେ ଫେରୁଥିବା ବେଳେ ଏକ ନୂଆ ଘଟଣା ଘଟିଲା।

ଦୁଇଜଣ ଯୁବକ ଯୁବତୀ କାରରେ ସେଇ ଗଳି ଦେଇ ଯାଉଥିବା ବେଳେ ମୋତେ ଯୁବକ ଜଣକ ପଚାରିଲେ-ସାର୍, ଏ ଗଳିରେ ଥିବା ସବୁଠାରୁ ରୋମାଣ୍ଟିକ ସ୍ଥାନ କହି ପାରିବେ।

ପ୍ରଥମେ ମୋତେ ଆଶ୍ଚର୍ଯ୍ୟ ଲାଗିଲା। ମୁଁ କହିଲି - ଏ ସହରରେ ଅନେକ ପାର୍କ ଅଛି ଆପଣ ସେଠି ନଯାଇ ଏମିତି ନର୍କକୁ ଆସିଲେ।

ଏହି ସମୟରେ କାର ଝରକା ରୁ ଚଷମା ପିନ୍ଧା ଯୁବତୀ ଜଣକ କହିଲା - ଆପଣ କିଛି ଖରାପ ଭାବିବେନି,ନିରୋଳା ଜାଗା ଥିଲେ କୁହନ୍ତୁ।

ମୁଁ ଏଥର ଚଢା ସ୍ବରରେ କହିଲି -ହଁ ଗଳିର ଶେଷରେ ଏକ ଛୋଟ ପଡିଆ ଅଛି, ଆପଣମାନଙ୍କୁ ଭଲ ଲାଗିପାରେ।

ମୋତେ ଧନ୍ୟବାଦ ଦେଇ କାର ଦ୍ରୁତ ଗତିରେ ଆଗକୁ ବଢିଲେ।

ମୁଁ ତା ପରଦିନ ସକାଳୁ ଅଫିସ ଯିବାବେଳେ ସେଇ ଗଳି ନୂଆ ଲାଗୁଥିଲା। ରାସ୍ତାର ଉନ୍ନତିକରଣ ଏବଂ ଆଲୁଅ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ନିଷ୍ପତ୍ତି ହୋଇଛି।

ସେଇ ବସ୍ତି ଅଞ୍ଚଳରେ କୁଆଡେ ପାର୍କ ସାଙ୍ଗରେ ବିଦେଶୀ ମଦ ଦୋକାନ ମଧ୍ୟ ଖୋଲା ହେବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି।

ମୁଁ ପୂର୍ବ ରାତିରେ ଘଟଣା ମୋ ମନରେ ବାରମ୍ବାର ଆନ୍ଦୋଳିତ ହେଉଥିଲା । ମୁଁ କହିଥିବା ନର୍କ ଏବେ କୁଆଡ଼େ ସ୍ବର୍ଗରେ ପରିଣତ ହେଲାଣି।

ସେଇ ଅନ୍ଧାରୁଆ ଗଳି ଆଉ ଅନ୍ଧାର ରହିବନି ଏବେ ସବୁ ରାତି ଆଲୁଅରେ ଝଲସିବ।

ତ୍ରିଲୋଚନ କାର୍ଯୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍