Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Kalyani Nanda

Others


2  

Kalyani Nanda

Others


ଅମାନବିକତା

ଅମାନବିକତା

2 mins 159 2 mins 159

ଲାକଡ଼ାଉନ - ପଞ୍ଚମ ଦିବସ

ଆଜି ସକାଳୁ ସକାଳୁ ମନଟା ଖରାପ ହୋଇଗଲା । ଶାନ୍ତନୁ, ମୋ ବନ୍ଧୁଙ୍କ ଫୋନ ଆସିଥିଲା ।ସେ ଯାହା କହିଲେ ଶୁଣି ମନ ଖରାପ ତ ଲାଗିଲା, ତା ସାଥେ ମୋ ମନରେ ବହୁତ ପ୍ରଶ୍ନ ଉଙ୍କି ମାରୁଥାଏ । ଶାନ୍ତନୁଙ୍କ ବିଲଡିଂ ପାଖରେ ଆଉ ଗୋଟିଏ ବିଲଡିଂର ଫ୍ଲାଟରେ ତା ଆଗ ଦିନ ଘଟିଥିବା ଘଟଣା ବିଷୟରେ ଜାଣି ମଣିଷ ପ୍ରତି ଗୋଟିଏ ନକାରାତ୍ମକ ଭାବନାରେ ମନଟା ଖରାପ ଲାଗୁଥାଏ ।ସେ ଫ୍ଲାଟରେ ଗୋଟିଏ ମଲା କୁକୁରର ଶବ ଓ ଦୁଇଟି ଜୀଅନ୍ତା କୁକୁରକୁ ଉଦ୍ଧାର କରାଯାଇଥିଲା । ତିନୋଟି ଯାକ ପୋଷା କୁକୁର ଥିଲେ । ଫ୍ଲାଟ ମାଲିକ କିଛିଦିନ ହେବ ତା ପୋଷା କୁକୁର ତିନୋଟି ଗୋଟିଏ କୋଠରୀରେ ବନ୍ଦ କରି କୁଆଡେ ଚାଲି ଯାଇଥିଲା । ଗଲାଦିନୁ ସେ ଫେରିନି କି କୌଣସି ପାଖ, ପଡୋଶୀଙ୍କୁ କହି ବି ଯାଇନି । ଘର ଭିତରେ ବନ୍ଦ ହୋଇ ସେ ତିନୋଟି କୁକୁର ରୁ ଗୋଟିଏ ନ ଖାଇ ପିଇ ମରି ଯାଇଥିଲା । ପାଖ, ପଡୋଶୀ ଜାଣିଲା ପରେ କୁକୁରଙ୍କ ଉଦ୍ଧାର କରି ଏନ.ଜି.ଓ ଦାୟିତ୍ବରେ ଦିଆ ଯାଇଥିଲା । ମଣିଷ ହୋଇ ମଣିଷତ୍ବ କେମିତି ଭୁଲିଯାଇପାରେ । ଦୟା, ମାୟା ବୋଲି କିଛି ନାହିଁ। ଏମିତି ଅମାନବୀୟ କାମ କେମିତି କରି ପାରିଲା ସେ ଲୋକଟି ? ଏମିତି ନୀରିହ ନିଜ ପୋଷା ଜୀବ ଉପରେ । କିଛି କହି ପାରିବାର ଶକ୍ତି ନାହିଁ, କି କଲବଲ ହୋଇ ନ ଥିବେ ସତରେ । ଏମିତିରେ କରୋନା ପରି ମହାମାରୀର ଆତଙ୍କ , ପୁଣି ଲକ୍ ଡାଉନ । ଛୁଆରୁ ବୁଢା ସମସ୍ତେ ଗୃହବନ୍ଦୀ ହୋଇ ଯାହା ମାନସିକ ଚାପ ଭିତରେ ଦିନ କଟାଉଛନ୍ତି । ସେଥିରେ ଏଭଳି ନାରକୀୟ କାଣ୍ଡ । ଆଜିର ଯୁଗରେ ସତରେ ମଣିଷର ମାନବିକତା ବୋଲି ଆଉ କିଛି ନାହିଁ । ନ ହେଲେ କରୋନା ପରି ମହାମାରୀର କଷ୍ଟ ସମଗ୍ର ବିଶ୍ବ ଭୋଗ ନ ଥାନ୍ତା । ଏଭଳି ବିଷମ ସମୟରେ ହୃଦୟ ଥରିଲା ପରି ଏମିତି ନିର୍ଦୟତା ମଣିଷ ଦେଖାଇପାରନ୍ତା ନି । ସତରେ ଅସହନୀୟ ।


Rate this content
Log in