Lopamudra Mishra

Others

3  

Lopamudra Mishra

Others

ଅଳସୁଆମୀ

ଅଳସୁଆମୀ

2 mins
418


ବିନୋଦିନୀ ସବୁଦିନ କହେ, "ମାଆ ସିଡ଼ି ତଳୁ ଅଳିଆ କାଲି ସଫା କରିଦେବି, ଆଜି ବହୁତ ଡେରି ହେଇଗଲାଣି l ଗଲେ ପୁଅର ସ୍କୁଲ୍ ପାଇଁ ଟିଫିନ୍ ରେଡି କରିବି । " କିନ୍ତୁ ମିସେସ୍ ରାୟ ଛାଡ଼ନ୍ତିନି l ଘର ସଫା ପରିଷ୍କାର ନରହିଲେ ମିସେସ୍ ରାୟଙ୍କ ମନ ଭଲ ରହେନାହିଁ l ଅତଏବ ବିନୋଦିନୀ ପ୍ରତ୍ୟେକ ଦିନ ଘର ଭଲ କରି ସଫା କଲା ପରେ ପୋଛା ଲଗେଇ ଠିକ ସାଢେ ନଅ - ଦଶ ଭିତରେ ତରବର ହେଇ ଗେଟ୍ ଖୋଲି ବାହାରିଯାଏ l ଘରେ ପହଞ୍ଚିଲା ବେଳକୁ ପୁଅ ନିଜେ ନିଜେ ସୁଜି ଉପମା ନହେଲେ ରୁଟି ବନେଇ ଟିଫିନ୍ ରେ ଭର୍ତ୍ତି କରିସାରିଥାଏ l ବିନୋଦିନୀ ପୁଅକୁ ଅସହାୟ ହେଇ ଅନେଇଥାଏ ଆଉ ପୁଅ ହସି ହସି ସେହି ଗୋଟିଏ କଥା ସବୁଦିନ କହେ, "ଏଇ ଛୋଟିଆ କାମଟା କରିପାରିବି ନି ନାଁ କ'ଣ ? ମୁଁ କ'ଣ ଅଳସୁଆ ହେଇଛି କି ? "

ବିନୋଦିନୀ ଚାଲିଗଲା ପରେ ମିସେସ୍ ରାୟ ସୋଫା ଉପରେ ବସି ଗ୍ରୀନ୍ ଟି ପିଅନ୍ତି, ମାଗାଜିନ୍ ପଢ଼ନ୍ତି l ଘରର ବାକି ରନ୍ଧା ରନ୍ଧି କାମ ରୋଷେୟା କରେ l ମିସେସ୍ ରାୟ ସେମିତି ବସି ରହନ୍ତି ଓ ସୋଫା ଏବଂ ଟି-ପୟ ଭଲକରି ସଫା ହେଇଛି କି ନାହିଁ ହାତ ଲଗେଇ ପରୀକ୍ଷା କରିନିଅନ୍ତି ଓ ବିରକ୍ତ ହେଇ ହାତକୁ ଛିଞ୍ଚାଡି କହନ୍ତି, " ବିନୋଦିନୀଟା ବଡ଼ ଅଳସୁଆ l ସବୁ କାମରେ ଠକଉଛି l " 

ମିସେସ୍ ରାୟଙ୍କ ଝିଅ ଜିମ୍ କୁ ବାହାରେ l ଲାଗୁଥାଏ ତା’ ଟାଇଟ୍ ଟପ୍ ଆଉ ପ୍ୟାଣ୍ଟ୍ କୁ ଫଟେଇ ତା’ ଦେହର ଚର୍ବି ସବୁ ବାହାରକୁ ବାହାରି ଆସିବାକୁ ଚାହୁଁଛନ୍ତି l ମିସେସ୍ ରାୟ କହନ୍ତି, "ଗୁଡ୍ଲି ଆଜି ଟିକେ ଜଲ୍ଦି ଆସିଯିବୁ ତ ବେଟା ନିତା ଆଣ୍ଟିଙ୍କ ଘରକୁ ଯିବା l " ଝିଅ ରାଗିଯାଇ କହେ, " ମାମା ତୁମେ ମୋତେ ଡେଲି ଜିମ୍ ରୁ ଶୀଘ୍ର ଆସିବାକୁ କହୁଛ, ମୁଁ ଆସିପାରୁଛି କି ? ମୁଁ ମୋ ୱାର୍କ୍ ଆଉଟ୍ ନସାରି ଆସିପାରିବି ନି l ମୁଁ ଏତେ ଅଳସୁଆ ନୁହେଁ ମାମା l "


Rate this content
Log in