Satyabati Swain

Others

3.8  

Satyabati Swain

Others

ଅଲକ୍ଷଣୀ

ଅଲକ୍ଷଣୀ

6 mins
569



ବାପା ମାଆ ମୋ ନାଁ କଣ ଦେଇଥିଲେ ଜାଣିନି।କିନ୍ତୁ ହେତୁ ହେଲା ଦିନୁ ଜାଣିଛି ମୋ ନାଁ ଅଲକ୍ଷଣୀ।ସ୍କୁଲ ଖାତାରେ ଅଲକ୍ଷ୍ମୀ।


ବାପା ମଲା ପରେ ମାମୁଁ ଘରେ ରହିଲି।ମାମୁଁ, ମାଇଁ, ମାମୁଁଙ୍କ ପୁଅ,ଝିଅଙ୍କୁ ନିଜର କଲି।ମାଇଁ ପ୍ରତି କଥାରେ କୁହନ୍ତି ଅଲକ୍ଷଣୀ ଟା ମାବାପା ସମସ୍ତଙ୍କୁ ଖାଇ ଏଠି ଆସିଛି ମାମୁଁ ଖାଇବାକୁ। ମୋ ପିଲାଙ୍କ ଥାଳିରେ ଭାଗ ହେବାକୁ।ଏନ୍ତୁଡ଼ିରୁ ମା ମଲା ତୁ ହେଲେ ମରି ଯାଇ ଥାନ୍ତୁ ନ ମରି ଆମ ଗଳ ଗ୍ରହ ହେବାକୁ ଆସିଛୁ।କେତେ ରୋଜଗାର ମାମୁଁର ଏତେ ପ୍ରାଣୀ କୁଟୁମ୍ବ ଚଳେଇବ?


ମୋ ପିଲା ମନ ଏତେ କଥାର ଅର୍ଥ କିଛି ବୁଝି ପାରେନା। ମାଇଁ କାନି ଟାଣି କୁହେ""ମାଇଁ ମାଇଁ ଲୋ କଣ ଖାଇବାକୁ ଦେ ଭୋକ କଲାଣି। ମାଇଁ ରାଗରେ ଗର ଗର ହୋଇ"ମୋତେ ଖା" କହି ଗାଲ ଚିପି ଦିଅନ୍ତି ଜୋରେ।ମୋତେ କାଟେ ତଥାପି ମୁଁ ମାଇଁ କାନି ଛାଡେନି। କୁହେ ତୁ କଣ ଖାଇବା ଜିନିଷ ! ମଣିଷକୁ କଣ ଖାଆନ୍ତି ! ମାଇଁ ଆହୁରି ରାଗି ଠୋ କି ଗୋଟେ ଚାପୁଡା ମାରି କୁହେ, ମୋତେ ଖାଇବୁ ବୋଲି ତ ଏଠିକୁ ଆସିଛୁ ଅଲକ୍ଷଣୀ ।


ଡରି ଜାକି ଜୁକି କାନ୍ଥକୁ ଆଉଜି ଗୋଟିଏ ଜାଗାରେ ବସି ଭାବେ ମାଇଁ ମୋତେ ଏତେ ମାରନ୍ତି ଓ ରାଗନ୍ତି କାହିଁକି ?

ମାମୁଁ କିନ୍ତୁ ଟିକେ ନିଆରା । ଭଲ ପାଆନ୍ତି,ଗେଲ ବି କରନ୍ତି,ମାଇଁ ନଥିଲା ବେଳେ। କୁହନ୍ତି"ତୁ ମନ ଦେଇ ପଢ଼।ମାଇଁ ଟା ପାଗେଳି ଟାଏ ତା କଥା ଶୁଣିବୁନି"।


ମାମୁଁ ଙ୍କ ପିଠିରେ ଲାଉ ହେଉ ହେଉ ମୋତେ ଲାଗେ ଏଇତ ମୋ ମାମୁଁ ପିଠି ମୋ ସ୍ୱର୍ଗ ! ମାମୁଁ ଯେତେ ବେଳେ ମୋ ଦେହ ଝାଡ଼ି ଦେଉ ଦେଉ କାନ୍ଦ କାନ୍ଦ ହୋଇ ଯାଆନ୍ତି,ମୁଁ ଭାବେ ଲୋକେ ହସରେ ବି କାନ୍ଦନ୍ତି! ମୁଁ ଯେମିତି ମାଇଁ ମାଇଲେ କାନ୍ଦେ ! ମୋତେ ତ କାଟେ ବୋଲି କାନ୍ଦେ ହସ ବି ଲୋକଙ୍କୁ କାଟେ ନା କଣ? 


ଷଠିଦୁତି ଟା ଭାରି ଦୁଷ୍ଟ ! ମୋ କପାଳରେ ଏତେ ଟିକେ ବି ସୁଖ ଲେଖିନି ! ନ ଲେ କି ଏଡେ ବଡ଼ ଦୁନିଆଁରେ ଗୋଟିଏ ଲୋକ ମୋତେ ଭଲ ପାଉଥିଲେ ଯେ ସେଇ ମାମୁଁଙ୍କୁ ସୁନ୍ଦରୀ ବାଘ ମାରି ଦେଲା !


ମାମୁଁ ମଲା ବେଳକୁ ମୋର ନବମ ଶ୍ରେଣୀ ମାଇଁ ବିକି ଦେଲା କିଛି ଟଙ୍କା ବଦଳରେ ମୋତେ ଜଣେ ସହରୀ ବାବୁକୁ।ସେତେବେଳକୁ କିଛି ବୁଝିବା ବୟସ ହୋଇଗଲାଣି ମୋର।ବିନା ପ୍ରତିବାଦରେ ମାମୁଁ ଘର ଛାଡ଼ିଲି।କାରଣ ମାମୁଁଙ୍କ ମଲା ପରେ ଭାରି ହଇରାଣ ହେଉଥିଲେ ମାଇଁ ଓ ତାଙ୍କ ପିଲା ମାନେ।ହେଉ ପଛେ ମୋ ଜୀବନ ନଷ୍ଟ,ମାଇଁ ତ କିଛି ଟଙ୍କା ପାଇବେ!


ଚାକରାଣୀ ପରି ଯାହା ଘରେ ଖଟିଲି;ସେ ବାବୁମାଙ୍କୁ ଦେବତା ତୁଲ୍ୟ ଜ୍ଞାନ କଲି,ଭକ୍ତି କଲି ତା ବଦଳ ରେ ସେମାନେ ମୋତେ ଗୋଇଠା ମାଡ଼ ଦେଲେ।ତାଙ୍କ ଝିଅ 'ପ୍ୟାସନ' ମୋତେ ତାଙ୍କ କୁକୁର ଠାରୁ ବି ହିଁନ ଭାବେ।କି ମାଡ଼ ଦିଏ ସେ!


ବାବୁଙ୍କ ଦୃଷ୍ଟି ଭାରି କଟୁ।ଜାଣି ଜାଣି ମୋ ଦେହ ମୁଣ୍ଡରେ ନ ଜାଣିଲା ପରି ହାତ ବଜାଉଥିବେ।ତୁ ବଡ଼ ହୋଇ ଗଲୁଣୁ,ଭାରି ସୁନ୍ଦର ଦିଶୁଛୁ...

ଇତ୍ୟାଦି ବାବୁଆଣୀଙ୍କ ଅନୁପସ୍ଥିତିରେ କହିବେ।ବାବୁଆଣୀ ପାଖେ କିନ୍ତୁ ସୁଦୁ କଣା ବିରାଡ଼ି।


ବେସାହାରା ଝିଅଟିଏ ଛୋଟ ଥାଏ ଭଲ ଥାଏ।ବଡ ହୋଇଗଲେ ସଭିଙ୍କ ଆଖି ଗଳି ଯାଏ। ପିଲା ବେଳେ ଯେଉଁମାନେ ଆଡ଼ ଆଖିରେ ଚାହାଁନ୍ତି ନାହିଁ,ଟିକିଏ ବଡ଼ ହୋଇଗଲେ ସେଇମାନେ ତାକୁ ବହୁତ ଦୟା ଦେଖାନ୍ତି।ମେଞ୍ଚଡ଼ ଟୋକା ଠାରୁ ବୁଢା ଯାଏ ସଭିଙ୍କ ଖରାପ ନଜର ଗୋଡାଏ ପଛେ ପଛେ।ଟିକିଏ ଅଣ ହୁସିଆରୀ ହେଲେ

ଚରିତ୍ର ନାମକ ଚିଜଟି ଫୁ କରି ଉଡିଯାଏ।


 ହଁ.......ଏପରି ଝିଅ ମାନଙ୍କ ଇଜ୍ଜତ ଗୋଟେ କଣ ଥାଏ ନା କଣ??ଗରିବ,ବେସାହାରା ଅଲକ୍ଷଣୀ ଝିଅ ନା ....., 


କିନ୍ତୁ ଏଇଟା ସତ୍ୟ ଅନାଥ,ବେସାହାରା ପିଲା ଗୁଡା ଅଣେ ବଣେ ପଡି ଖୁବ ଶୀଘ୍ର ବଡ଼ ହୋଇ ଯାଆନ୍ତି।।ବୁଝିଯାନ୍ତି ସଂସାର ଆବଦ କାଇଦା ।ସମସ୍ତ ଡାହାଣା ଆଖି ପହଁରି ଯାଆନ୍ତି ତାଙ୍କ ଦେହରେ।


ବଡ଼ ବାବୁଙ୍କର(ବାବୁଙ୍କ ବାବା) ମୋ ପ୍ରତି ଟିକେ ମମତା।ସେ ମୋତେ ସାହାଯ୍ୟ କଲେ।ତାଙ୍କ ପୁଅଟା ନୁଙ୍ଗୁଡା ସେ ଜାଣନ୍ତି । ସେଥିପାଇଁ ପାଖେ ପାଖେ ରଖିଥାଆନ୍ତି ମୋତେ। ନିଜେ ବି ପଢ଼ାନ୍ତି ମୋତେ ମୋ କାମ ସରିଲେ। ସମସ୍ତେ ଶୋଇଲେ ମୁଁ ଜାଗେ ପଢିବା ପାଇଁ।


ପ୍ରାଇଭେଟରେ ମେଟ୍ରିକ ପରୀକ୍ଷା ଦେଇ ଶତକଡା 75 ନମ୍ବର ରଖି ପାସ୍ କଲି।।ବାବୁଙ୍କ ଝିଅ ପ୍ୟାସନ ରଖିଲା ଶତକଡା 35 ନମ୍ବର।ସେଇଠୁ ସେ ଘର ଦୁଆର ମୋ ପାଇଁ ବନ୍ଦ ହୋଇଗଲା।ବାବୁଆଣୀ କହିଲେ--"କଣ--- ବାର ବୁଲି ଛତର ଖାଇ ଅଲକ୍ଷଣୀ ଆଗରେ ମୋ ଝିଅ ଛୋଟ ହେବ ?ସବୁ ପରା ସେଇ ବାପାଙ୍କ ନାଟ।ଚାକିରିଆଣି କରି ଆଣିଥିଲି ମୋରି ଖାଇ ମୋ ଘରେ ପାଠ ପଢି ମୋ ଝିଅଠୁ ଅଧିକ ନମ୍ବର ରଖିବ ! ଯା ଛତରରେ ପଶିବୁ ଓ ପଢିବୁ।

 

ଅତି ହିନିମାନିଆଁ ଜୀବନ ଟି ମୋର।।କୁଆଡେ ଯିବି କଣ କରିବି ଭାବି ପଢ଼ୁଥିବା ହାଇ ସ୍କୁଲ ଶିକ୍ଷୟିତ୍ରୀ ଶୁଭ୍ରା ମାମ୍ ଙ୍କ ପାଖକୁ ଗଲି ତାଙ୍କ ଘରେ ରହି କାମ କରିବି। ପ୍ରତି ବଦଳରେ ଟିକିଏ ସୁରକ୍ଷା ଓ ପେଟକୁ ଗଣ୍ଡାଏ ଖାଇବି।ମାମ୍ ଭାରି ଭଲ ମଣିଷ। ସେ ମୋତେ କାମବାଲୀ ନୁହେଁ ଗୋଟିଏ କଲେଜରେ ମୋ ନାଁ ଲେଖାଇ ଦେଲେ।ସମସ୍ତ ଦାୟିତ୍ୱ ବହନ କଲେ ମୋର।


ସେଇ କଲେଜ ମାଟି ମୋଡି ଦେଲା ମୋ ଜୀବନର ମଙ୍ଗ।ଖେଳ,ଡିବେଟ୍,ଏନ୍ ସି ସି ଓ ପଢା ସବୁଠି ଗୋଟିଏ ନାଁ ଲକ୍ଷ୍ମୀ ।ସବୁଥିରେ ପାଇଲି ବୃତ୍ତି।ସ୍ନାତକ ପରେ ହାଇ ସ୍କୁଲ ମାମ୍ ଙ୍କ ସାହାଯ୍ୟରେ ଗୋଟିଏ କୋଚିଂସେଣ୍ଟର"ସାଫଲ୍ୟ"

ଖୋଲିବାରେ ସମର୍ଥ ହେଲି ରାଜଧାନୀ ଛାତି ଉପରେ।ବିଏ ପାସ୍ କରି କେଉଁ ଚାକିରୀ ବା ଥିଲା ମୋ ପାଇଁ? କିନ୍ତୁ ବଞ୍ଚିବା ପାଇଁ ଟଙ୍କା ଦରକାର ଥିଲା।ଏଣୁ ସାଫଲ୍ୟ ଜନ୍ମ ନେଲା ମୋତେ ବଞ୍ଚେଇବାକୁ।


"ସାଫଲ୍ୟ"ମୋ ସ୍ବପ୍ନ ମୋ ଜୀବନ ହୋଇଗଲା।ଆଠ,ଦଶ ବେକାରୀ ଯୁବକ ଯୁବତୀ ଯେଉଁ ମାନେ ଜୀବନରେ ଦୁଃଖ କଣ,ସଂଘର୍ଷ କଣ ବୁଝିଛନ୍ତି ଏବଂ ଯେଉଁ ମାନଙ୍କର ଏକାନ୍ତ କିଛି ରୋଜଗାରର ଆବଶ୍ୟକତା ଅଛି ସେମିତି ପିଲାଙ୍କୁ ମାମ୍ ମୋତେ ଯୋଗାଇ ଦେଲେ।


ସାଫଲ୍ୟ ସଫଳତାର ଶିଡି ଚଢି ଇତିହାସ କଲା।ମୋ ସାଫଲ୍ୟ କୋଚିଂ ସେଣ୍ଟରରେ କେବଳ ଦିନ ମଜୁରିଆ, ନଥିଲା ଵାଲା,ଅଟୋ ବାଲା,କାମ

ବାଲି,ଦୁର୍ଘଟଣା ଗ୍ରସ୍ଥ ପିଲା ପଢ଼ନ୍ତି।ଫିସ୍ ଅତି କମ ଦିଅନ୍ତି। ଫେରିଲା ବେଳେ ଗୋଟିଏ ଗୋଟିଏ ଷ୍ଟାର ହୋଇ ଫେରନ୍ତି।ଦିନ ରାତି ଏକ କରିଦିଏ ମୁଁ ସେଇ ଅବହେଳିତଙ୍କ ଭବିଷ୍ୟତ ପାଇଁ।

 

ସାଫଲ୍ୟ ର ସଫଳତା କେଉଁଠୁ ଟେକି ଆଣି କେଉଁଠି ବସାଇ ଦେଲା ଭାବିଲା ବେଳକୁ ଆଖି ପାଏନା ।ଅବିଶ୍ଵାସ ହୁଏ ମୁଁ କଣ ସେଇ ଅଲକ୍ଷଣୀ !ଯିଏ ଏନ୍ତୁଡ଼ି ଶାଳରେ ମା ଓ ପାଞ୍ଚ ବର୍ଷରେ ବାପାଙ୍କୁ ସବୁ ଦିନ ହରାଇ ବଞ୍ଚିବା ପାଇଁ ରାହା ଖୋଜୁଥିଲା।ଶେଷ ଆଶ୍ରୟ ମାମୁଁ ନାମୀ ଛତା ଟି ଉଡି ଯାଇଥିଲା ନିହାତି ବେସାହାରା କରି ନବମ ଶ୍ରେଣୀରେ ପଠୁଥିଲା ବେଳେ!ଖୋଜୁଥିଲା ଟିକିଏ ଆହା !

 

ମାବାପା ଖାଇ ଥିବାରୁ ମୋ ନାଁ ଅଲକ୍ଷ୍ମୀ ସ୍କୁଲରେ ଲେଖାଇ ଥିଲେ ମାଇଁ । ସେଇ ଦୟାଳୁ ବଡ ବାବୁ ଅଲକ୍ଷ୍ମୀକୁ କରି ଦେଇଥିଲେ ଲକ୍ଷ୍ମୀ।


ବଡ଼ବାବୁ ଓ ଦୟାର ସାକ୍ଷାତ ମା ରୂପି ହାଇ ସ୍କୁଲ ଶୁଭ୍ରା ମାମ୍ ଙ୍କ ପାଇଁ ଲକ୍ଷ୍ମୀ ବହି ଚାଲିଛି ଦୁର୍ବାର,ପ୍ରଖର ଗତିରେ ପଛକୁ ନ ଚାହିଁ।

 

କୋଚିଂ ସେଣ୍ଟର ଅଧକ୍ଷା ମିସ୍ ଲକ୍ଷ୍ମୀ ମହାନ୍ତି ମୁଁ ଏବେ ।ମାନ ସମ୍ମାନ,ପଇସା କେଉଁଥିରେ ଅଭାବ ନାହିଁ। ଏତିକି ବୁଝିଛି ହୃଦୟ ଢ଼ାଳି ଯେ କୌଣସି କାମ କର ସେଥିରେ ସଫଳତା ନିଶ୍ଚିନ୍ତ ଅଛି।


ଏଇ ଉଠାଣି ଗଡାଣି ଚାଲିବା ବାଟରେ କେତେ ଜଣଙ୍କ ପାଖେ ମନ ବନ୍ଧା ପଡିଛି ତ କେତେ ଜଣ ନିଜକୁ ବନ୍ଧା ପକାଇ ଦେଇଛନ୍ତି ମୋ ପାଖେ।


ଏତେ ମୁହଁ ଏତେ ମଣିଷଙ୍କ ଭିଡ଼ରେ ବି ମୁଁ ଖୋଜିଛି ଗୋଟିଏ ମନ।ମୋ ମନ ପାଇଁ ମନ।ମୋ ସହ ତାଳ ମିଳାଇ ଚାଲିବାକୁ ଜୀବନ ସାଥି।କେତେ କିଏ ଅଜାଡି ପଡିଛନ୍ତି ଉପରେ।ମାତ୍ର ମୋ ମନ ଅଟକି ଯାଇଛି 'ଅର୍ଣ୍ଣବ'ସାର୍ ଙ୍କ ପାଖେ।ଫିଜିକ୍ସ ପଢାନ୍ତି ମୋ କୋଚିଂସେଣ୍ଟରରେ।


ଅର୍ଣ୍ଣବ ନାମଟି, ବ୍ୟକ୍ତିଟି,ସର୍ବୋପରି ପୁରୁଷଟି ପାଖେ ମୋ ମନ ବନ୍ଧା । ଭାରି ଭଲ ଲାଗନ୍ତି ସେ ସାର୍। ସବୁବେଳେ ଗୁମ୍ ସୁ ମ୍,ସ୍ୱଳ୍ପ ଭାଷୀ

ଆବଶ୍ୟକତାକୁ ଚାହିଁ ସମ୍ପର୍କ, ମିଳାମିଶା

କାର୍ଯ୍ୟ , ଉପଦେଶ ବି।


ସମସ୍ତେ ଡରନ୍ତି ଏଇ ପ୍ରଚଣ୍ଡ ପ୍ରତିଭା ଧାରୀ ବ୍ୟକ୍ତିଙ୍କୁ ଭାରି ରାଗି ଓ ଟିଣା ବୋଲି। ପିଲାମାନେ ଯେତିକି ଡରନ୍ତି ସେତିକି ସମ୍ମାନ କରନ୍ତି।କାରଣ ସବୁ ପ୍ରୋବ୍ଲେମ ଅତି ସରଳ ମନେ ରଖିଲା ପରି ସେ ବୁଝାନ୍ତି ବୋଲି।


ଜାଣେନି ମୋ ମନ କାହିଁକି ବନ୍ଧା ପଡି ଯାଇଛି ତାଙ୍କ ପାଖେ?ମୁକୁଳାଇବାକୁ ଯେତେ ଚାହିଁଛି ସେତେ ଅଧିକ ବାନ୍ଧି ହୋଇଯାଇଛି ।ଆଶ୍ଚର୍ଯ୍ୟ ଏ ଚାହିଁବା କଥା।ଆହୁରି ଅଦ୍ଭୁତ ଏ ମନ ।ସେ କେତେ ବେଳେ କାହା ପାଇଁ ,କେମିତି ଟାଣି ହୋଇଯାଏ ବୁଝିବା ମୁସ୍କିଲ।ଅର୍ଣ୍ଣବ ସାର୍ ଙ୍କୁ ପ୍ରାୟତଃ ସମସ୍ତେ ଚିଡନ୍ତି କୋଚିଂ ସେଣ୍ଟରରେ ଅଥଚ ମୋ ମନ ତାଙ୍କୁ ପସନ୍ଦ କରେ!


ଏଇ ପସନ୍ଦ,ଭଲ ଲାଗିବା ସତରେ କାହା ଅକ୍ତିଆର ରେ ନ ଥାଏ।କେତେ ବେଳେ କାହାକୁ,କେମିତି ଖଞ୍ଜରେ ମନ କାହା ପାଖକୁ ଢଳି ଯାଏ ବୁଝିବା ମୁସ୍କିଲ। ବଡ଼। ଅବୁଝା,

ଅଝଟିଆ,ଏକାଜିଦିଆ,ଅମାନିଆଁ ଘୋଡା ପରି ଏ ମନ।

 

ଅର୍ଣ୍ଣବ ସାର୍ ଙ୍କ ପାଖେ ନିଜ ମନକୁ ପରଶି ଦେବାର କାମନା ବାସନାରେ ଜୁଡୁ ବୁଡୁ ହେଉଥିଲି ସିନା ମୁହଁ ଖୋଲି ନିଜ ଆଡୁ ପ୍ରକାଶ କରି ପାରୁ ନଥିଲି ।କୁଣ୍ଠିତ ଭାଵ ଜାକି ଜୁକି ଦେଉଥିଲେ ମୋତେ।


'ଭାଵ' ମାନେ ମୋ ମନରେ ମେଲଣ ବାନ୍ଧୁଥିଲେ। ।କଳ୍ପନା ତଥା କଥିତ ପକ୍ଷୀ ରାଜ ଚଢି ଭାବ ମାନେ ଉଡି ଯାଉଥିଲେ ।ସମ୍ଭାବନା ସୃଷ୍ଟିର ସ୍ୱପ୍ନରେ ବାଉଳି ହୋଇ ଉଠୁଥିଲେ।ମନ ମରୁଥିଲା ଦିନ ସରୁଥିଲା ଅଥଚ ମୋ ମନ କଥା ପହଂଚି ପାରୁ ନ ଥିଲା ଅର୍ଣ୍ଣବ ସାର୍ ଙ୍କ ପାଖେ।


ଏକ ତରଫା ପ୍ରେମ ଗୁଡାଙ୍କର ଭାଗ୍ୟ ସବୁବେଳେ କରୁଣ।ଅବଶୋଷର ଫୁଜିୟମା ପରି ନିଆଁ ବାହାରୁଥିବ ସବୁବେଳ।ଜଳୁଥିବ କଅଁଳ ପ୍ରେମ ଭରା କୋମଳ ମନ। ଜାଳୁଥିବ ଅହରହ ବିନା ଶିଖାରେ।


ପୁରୁଷ ପିଲାଟିଏ ଭଲ ପାଏ ବୋଲି ଯେତିକି ସାହସ ସଞ୍ଚୟ କରି କହିଦିଏ ଝିଅ ପିଲାଟିଏ ପାରେନି କାହିଁକି?କିଏ ତା କଣ୍ଠ ରୋଧ କରେ।? କିଏ ବାନ୍ଧି ପକାଏ ତା ହାତ ଗୋଡ଼?କାହିଁକି?ଅବଶ୍ୟ ଆଜିକାଲି କେତେ ଝିଅ ମୁହଁ ଖୋଲି କହି ଦିଅନ୍ତି।କିନ୍ତୁ ସମସ୍ତେ ପାରନ୍ତି ନାହିଁ।


ମୁହଁ ଖୋଲି କହି ପାରେନି କି ମନରୁ ଅର୍ଣ୍ଣବ ସାରଙ୍କୁ କାଢି ପାରେନି।

 

 ଅନାଥ ପିଲାର ଆଗକୁ ନା ପଛକୁ କେହି ଥାଆନ୍ତି। ଏପରି ନିହାତି ବ୍ୟକ୍ତିଗତ କଥା ମୋ ପାଇଁ ଭାବି ବାକୁ ସେମିତି ସମ୍ପର୍କଟିଏ ମୋ ପାଖରେ ନାହିଁ।।ଏଣୁ ଲାଜ ଲାଗେ ନିଜ ବିବାହ ପ୍ରସ୍ତାବ ଅର୍ଣ୍ଣବ ସାର୍ ଙ୍କ ସହିତ ନିଜେ ପକାଇ ବାକୁ।ଡର ବି ଲାଗେ ବି ଜେ ବି ପରି କଲେଜର ନାମୀ ଫିଜିକ୍ସ ଅଧ୍ୟାପକ ମୋ ପରି ବଂଶ ପରିଚୟ ହିଁନ,ଅନାଥ,ଗୋଟିଏ ବେସାହାରା ଝିଅଟିକୁ ବିବାହ କାହିଁକି ବା କରିବେ?


ସେ ସିନା ତାଙ୍କ ବଳି ପଡୁଥିବା ସମୟକୁ କୋଚିଂ ସେଣ୍ଟରରେ ବିକନ୍ତି?ସେଣ୍ଟର ବାଲିକୁ ଜୀବନ ସାଥି କରିବେ ତାଙ୍କୁ ନ ମିଳିଲା ପରି!


 ଏଣୁ ତେଣୁ ଭାଵ ମୋତେ ଅଟକାନ୍ତି ଆଗକୁ ବଢ଼ିବାରେ।ମୋ ମନ କଥା ପହଂଚି ପାରେନି ଅର୍ଣ୍ଣବ ସାରଙ୍କ ହୃଦୟ ପାଖେ।ଭାରି ଅସହାୟ ଲାଗେ। 


ବହୁତ ଭାବି ଚିନ୍ତି ସ୍ଥିର କଲି ଆଜି ମନ ଖୋଲି କହି ଦେବି, "ଅର୍ଣ୍ଣବ ସାର୍ ଆଇ ଲବ୍ ୟୁ।"


Rate this content
Log in