SUKANTA KHANDA

Others

3  

SUKANTA KHANDA

Others

ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

3 mins
170



ଆଜି ଅକ୍ଷୟ ତୃତୀୟା। କୃଷକ ମାନଙ୍କର ବଡ଼ ପର୍ବ। ଏହି ପର୍ବ ଅବସରରେ ପ୍ରତି ଘରେ ଘରେ ଶ୍ରମିକ କୃଷକଟି ମହାଆଡ଼ମ୍ବର ସହକାରେ ପାଳନ କରିବାକୁ ଅଣ୍ଟା ଭିଡି଼ଛି। ନିଜର ଓ ଦେଶର ଦୀର୍ଘ ଭବିଷ୍ଯତ କାମନା କରି ମୁଣ୍ଡର ଝାଳ ତୁଣ୍ଡରେ ମାରିବାକୁ ଶପଥ ନେଇଛି। ପ୍ରତିକ୍ଷଣ ଦେଶର ଭବିଷ୍ଯତ ଚିନ୍ତା କରିକରି ଯଦିଓ ହାଡ଼ କଙ୍କାଳ ସାର ହୃଦୟକୁ ଧାରଣ କରିଛି ତଥାପି ପଛଘୂଞ୍ଚା ଦେବାକୁ ଇଛା ହିଁ ନାହିଁ। ଘର ପରିବାର ଖାଇବାକୁ ମୁଠେ ଦେଇ ନ ପାଇଲେ ବି କୌଣସି ଚିନ୍ତା ହିଁ ନାହିଁ। ଚିନ୍ତା ତ ସେଇଠି ଯେଉଁଠି ସମାଜ,ଦେଶର ଓ ରାଷ୍ଟ୍ରର ମଙ୍ଗଳ କାମନା। ଯେମିତି ଈଶ୍ବରଙ୍କ ପାଖରେ ଶପଥ ନେଇକି ଆସିଛି ମରିମରି ବଞ୍ଚିବ ପଛକେ ସଭିଙ୍କୁ ଆହାର ଯୋଗାଇବ ହିଁ ଯୋଗାଇବ। 

      ସବୁ କୃଷକଙ୍କ ପରି ମୋର ବାପା ବି ଆଜି ସକାଳୁ ଉଠି ନିଜର ନିତ୍ଯକର୍ମ ସାରି ପୂଜାପାଠ କରିବାକୁ ସଜବାଜ। ମାଆ ତ ଗତ କାଲିଠାରୁ ଦଣ୍ଡେ ତର ନାହିଁ। ଘର ଓ ବାହାର ସଫା ସୁତୁରା ଠାରୁ ଲିପାପୋଛା ସବୁ ନିଜ ହାତରେ କରୁଛନ୍ତି। ମାଆ ଲକ୍ଷ୍ମୀଙ୍କୁ ଆବାହନ କରିବେ ଧୂପ,ଦୀପ ଓ ନୈବେଦ୍ଯ ଅର୍ପଣ ପାଇଁ ସ୍ବାମୀଙ୍କୁ ଯଥାସାଧ୍ଯ ସହଯୋଗ କରି ଚାଲିଛନ୍ତି। ଭାର,ଲଙ୍ଗଳ ଓ ଈଷକୁ ଧୋଇ ନାଲି ମାଟି ଓ ଗୋବରରେ ଲିପିଛନ୍ତି। ନୂଆ ବୁରୁଣୀ କିଣି ପିଠଉରେ ଝୋଟି ଦେଇଛନ୍ତି। ଶାଳ ପତ୍ରରେ ଚଉପତି ତିଆରି କରି ବିଭିନ୍ନ ପୂଜା ସରଞ୍ଜାମକୁ ଥୋଇଛନ୍ତି। ମା ଲକ୍ଷ୍ମୀଙ୍କ ପାଇଁ ନୂଆଲୁଗା କିଣିଛନ୍ତି। ବଳଦ ଦୁଇଟିକୁ ଭରପୂର ଖାଇବା ଯୋଗାଇଛନ୍ତି। ଠାକୁର ଘରେ ପୂଜାପାଠ, ପ୍ରଣାମ ଓ ପ୍ରାର୍ଥନା ପରେ ସବୁକୁ ଧରି ବିଲକୁ ଯାଇଛନ୍ତି। ମାଆ ସବୁ ସରଞ୍ଜାମ ଧରି ଚାଲିଲେ ତ ବାପା ହଳ ବଳଦଙ୍କୁ ଧରି ଚାଲିଲେ। ବିଲର ଐଶାନ୍ଯ କୋଣରେ ହଳ ବଳଦଙ୍କୁ ଠିଆ କରି କଳସ ସ୍ଥାପନ ପୂର୍ବକ ପୂଜାପାଠ ଓ ନୈବେଦ୍ଯ ଅର୍ପଣ କରିଲେ। ପଣା, ପାଣି, ପ୍ରାର୍ଥନା ଓ ପ୍ରଣାମ କରି ବଳଦଙ୍କ ମଥାରେ ସିନ୍ଦୂର, ଚନ୍ଦନ, କରୁଆ ଚାଉଳ ଓ ଫୁଲକୁ ଚଢେ଼ଇ ମୁଣ୍ଡିଆ ମାରିଲେ। କିଛି ଧାନ ବିଲରେ ବୁଣିଲେ ଆଉ ବାକି ଧାନକୁ ବଳଦଙ୍କୁ ଖୁଆଇଲେ। 

     ବାପା ବଳଦ ଦ୍ବୟଙ୍କୁ ଖୁଆଇବା ପରେ ମାଆ ଫେରିଆସି ବିଭିନ୍ନ କ୍ଷୀରି, ପୁରୀ, ପଲଉ, ପାୟସ, ଡା଼ଲି, ତରକାରୀ, ପନୀର, ଖଟା ଓ ଭଜା ତିଆରି କଲେ। ଠାକୁର ଘରେ ପୁଣି ସେ ସବୁଙ୍କୁ ମାଆ ଲକ୍ଷ୍ମୀଙ୍କୁ ଆବାହନ, ପୂଜାପାଠ, ପ୍ରଣାମ ଓ ପ୍ରାର୍ଥନା କରି ଶ୍ବଶୂର,

ଶାଶୂ ଓ ଆମ୍ଭଙ୍କୁ ଭୁରି ଭୋଜନ ଖୁଆଇଲେ। ବାପା ଡେରିରେ ହଳ କରି ଫେରିଲେ। ମାଆ ତାଙ୍କୁ ପ୍ରଣାମ କରି ବସିକି ଖୁଆଇ ନିଜେ ଖାଇଲେ। ପଡୋ଼ଶୀ ଘରର ଲୋକଙ୍କୁ ଡାକି କୋଠାରେ ବସାଇ ଭୁରି ଭୋଜନ ଖୁଆଇ କୃତାର୍ଥ ମଣିଲେ।

    ଆଜି ଘର ପରିବାର ମହାଆନନ୍ଦିତ। ସଭିଙ୍କୁ ନୂଆବସ୍ତ୍ର ପିନ୍ଧାଇ ଖୁସିରେ ରଖିବାକୁ ବାପା ଚାହୁଁଥିଲେ ତ ମାଆ ମଧ୍ଯ ବାପାଙ୍କ ଲକ୍ଷ୍ଯ,ଉଦ୍ଦେଶ୍ଯ,ଇଛା ଓ ଆଶାକୁ ସଫଳ କରେଇବା ପାଇଁ ସହଯୋଗର ହାତ ବଢେ଼ଇଲେ। ଆଜି ଆମ ଘରେ କାହିଁକି ସାରା ଓଡି଼ଆ ଘର ନିଜର କୃଷି ଭିତ୍ତିକ ପର୍ବକୁ ପାଳନ କରୁଛି। ହୃଦୟରେ ଅସରନ୍ତି ସ୍ଵପ୍ନ କି ଯେମିତି କାହାର କେବେ ବି ଏ ବର୍ଷ ଦୁଃଖ କି ଶୋକ ନ ହେଉ। ପଶୁ,ପକ୍ଷୀ ଓ ମାନବଗଣ ରୋଗରେ ପୀଡି଼ତ ନ ହୁଅନ୍ତୁ। ଭଲ ଫସଲ ହେଉ। ବନ୍ଯା ଓ ବାତ୍ଯା କେବେ ବି ଓଡି଼ଶାକୁ ଆସି କ୍ଷୟ ଓ କ୍ଷତି ନ କରୁ। ଭଲ ଫସଲ ହେଲେ ସମାଜ,ଦେଶ ଓ ରାଷ୍ଟ୍ରର ମଙ୍ଗଳ ହେବ ଓ ସୁଖୀ ଜୀବନ ଯାପନ କରିବେ। ଏହି ସବୁ ସ୍ବପ୍ନ ହୃଦୟରେ ସ୍ଥାପନ କରି ବାପା ଓ ମାଆ ମାଲକ୍ଷ୍ମୀଙ୍କ ପାଖରେ ଗୁହାରି ଜଣାଉଛନ୍ତି। 

    ସତ୍ଯ ତ ଏଇଆ କି ଓଡି଼ଶାରୁ କୌଣସି କ୍ଷତି ଯେମିତି ନ ହୁଏ ଓ ସତ୍ଯ, ଶାନ୍ତି ଓ ପବିତ୍ରତା ହୃଦୟରେ ପୋଷଣ କରି ପ୍ରତିଟି ମାନବ ଯେମିତି କୃଷିରେ ଲାଗି ପଡ଼ନ୍ତୁ ସାରା ସଂସାରକୁ ଆହାର ଯୋଗାଇ କୃତାର୍ଥ ମଣନ୍ତୁ। ନିଜେ ଦୁଃଖ ଓ କଷ୍ଟରେ ରହିଲେ ସୁଦ୍ଧା ସଂସାରର କୌଣସି ଲୋକ ଯେମିତି ଅଭୁକ୍ତ ନ ରୁହନ୍ତୁ଼। ସତରେ ! ଅକ୍ଷୟ ତୃତୀୟା ନିଶ୍ଚିନ୍ତ ଭାବରେ ଏକ ଭଲ ଓ ଶୁଭ ଦିନ ଏହି ଦିନରେ ଯାହା ଶୁଭକାମ କରାଯାଏ ସବୁ ହିଁ ସଫଳ ହୋଇଥାଏ। ଯେମିତି ବିବାହ,ବ୍ରତ,ଘର ପ୍ରତିଷ୍ଠା,ଘର ଶୁଭ ପକେଇବା ଇତ୍ଯାଦି। 

    ମୁଁ ଆଜି ଓଡି଼ଶାର କୋଣେ ଅନୁକୋଣେ ଆପଣ ମାନଙ୍କୁ ସଭିଙ୍କୁ କୋଟିଏ ପ୍ରଣାମ ଓ ଅନୁରୋଧ କି ସଭିଏଁ ଯେମିତି ନିଶ୍ଚିନ୍ତ ଭାବରେ କୃଷିକୁ ଆପଣାନ୍ତୁ ଓ ନିଜର ଓ ଅନ୍ଯର ପାଇଁ ଖାଇବା ଯୋଗାଇବାକୁ ଚେଷ୍ଟା କରନ୍ତୁ ଓ କାହାକୁ ଅଭୁକ୍ତ ନ ରଖିବାକୁ ଶପଥ ନିଅନ୍ତୁ।

   


Rate this content
Log in