STORYMIRROR

Basanti Pattnaik

Children Stories Inspirational

3  

Basanti Pattnaik

Children Stories Inspirational

ଅଜାଙ୍କ ଘଡ଼ି

ଅଜାଙ୍କ ଘଡ଼ି

2 mins
377


   ଅଜା ପୃଥିବୀର ସବୁଠାରୁ ସୁନ୍ଦର ମଣିଷ,ଭାରି ଭଲ,ନାତି ନାତୁଣୀ ମାନେ ଅଜାଙ୍କୁ ଦେଖିଲେ ଖୁସିରେ ନାଚିଉଠନ୍ତି।

         ଲିପି ର ତିନି ଭାଇ, ତାକୁ ମିଶାଇ ଚାରି ଭାଇ ଭ‌ଉଣୀ,ତା ଅଜାର କିନ୍ତୁ ସେ ସବୁଠାରୁ ଗେଲ୍ଲୀ, ଦିନେ ଅଜା ଗୋଟିଏ ବଡ଼ ନାଲି ହଳଦିଆ ମିଶା ଏକ ସୁନ୍ଦର ଘଡ଼ି ଆଣି ଦେଲେ, ଯାହାକୁ ଦେଖି ଭାଇ ମାନେ କାନ୍ଦି ଉଠିଲେ, ଅଜା ତା ପରଦିନ ସମାନ ଘଡ଼ି ଆଣି ସେମାନଙ୍କୁ ଦେଲେ ।

       ପ୍ରତିଦିନ ଅଜା ସକାଳୁ ନାତିନାତୁଣୀ ମାନଙ୍କୁ ଧରି ବଗିଚାରେ ଏକ ଘଣ୍ଟା ବୁଲନ୍ତି ଓ ଏହି ସମୟ ମଧ୍ୟରେ ବଗିଚା ର ଗଛ ଗୁଡ଼ିକ ର ଉପାଦେୟତା ବିଷୟରେ ବୁଝାନ୍ତି,

 ବିଶ୍ଵଲକରିଣୀ ପତ୍ର ଖଣ୍ଡିଆ ହେଲେ ମକଚି ସାଙ୍ଗେ ସାଙ୍ଗେ ଲଗେଇବ,ଘି କୁଆଁରୀ ପତ୍ର ର ରସ ମୁହଁ ରେ କଳାଦାଗ ଲିଭିବା ପାଇଁ ଓ ବାଳ ରେ ଲଗାଇଲେ ବାଳ ଝଡିବ ନାହିଁ.…କଳା ରହିବ,ଭୃଷୁଙ୍ଗା ପତ୍ର ଓ ଶତାବରୀ ଫୁଲ ଡାଇବେଟିସ ରୋଗୀଙ୍କ ପାଇଁ ହିତକର, ପିଜୁଳି ଆମ ଶରୀର ପାଇଁ ବହୁତ ଭଲ, ଏହିପରି ବଗିଚାରେ ଥିବା ସମସ୍ତ ଗଛର ଉପାଦେୟତା ବିଷୟରେ ବଖାଣୁ ଥିଲେ ଓ ମଝିରେ ମଝିରେ ପ୍ରଶ୍ନ ମଧ୍ୟ କରୁଥିଲେ ।


         ଅଜା ମଝିରେ ମଝିରେ ପିଲାମାନଙ୍କୁ ପ‌ଇସା ଦିଅନ୍ତି ଓ କହନ୍ତି ଏହି ଘଡ଼ିରେ ପକାଇବ,କିଏ ବେଶୀ ଜମା କରୁଛି ପ୍ରତି ତିନି ମାସରେ ଗଣା ହେବ.…. ଯାହାର ଅଧିକ ହେବ ମୋ ତରଫରୁ ସୁନ୍ଦର ଉପହାର ମନ ମୁତାବକ ମିଳିବ। ପିଲାମାନେ ଆଗ୍ରହ ପ୍ରକାଶ କରି ସଞ୍ଚୟ କରିବାକୁ ଲାଗିଲେ, ଫଳରେ ଘରର ବଡ ସଦସ୍ୟ ମାନେ ଖୁସିରେ କିଛି କିଛି ଦେବାକୁ ଲାଗିଲେ ।

              ଅଜା ତିନି ମାସ ହେଲାପରେ ଦିନେ 

ସବୁ ନାତିନାତୁଣୀ ମାନଙ୍କୁ ଡାକି ତାଙ୍କ ଖଟ ଉପରେ ବସେଇଲେ ଓ ଘଡ଼ି ସବୁ ଆଣି ସମସ୍ତଙ୍କୁ ନିଜେ ନିଜେ ଗଣି ହିସାବ ଦବାକୁ କହିଲେ,ବୟସ ବଡ଼ ନାତିର ଆଠ, ଅନ୍ୟମାନେ ବର୍ଷେ ଦୁଇ ବର୍ଷ ବ୍ୟବଧାନରେ ସବୁ ଛୋଟ,

ଲିପି ପାଞ୍ଚ ବର୍ଷର କିନ୍ତୁ ସବୁଠୁ ବୁଦ୍ଧିଆ, ଜଲ୍ଦୀ ଜଲ୍ଦୀ ଗତି ଗୋଟିଏ ଖାତାରେ ଟିପି ଲା ଓ ଅଜାଙ୍କୁ ଦେଖେଇଲା,

 ଅଜା ଦେଖିଲେ ସବୁଠୁ ଲିପି ର ଅଧିକ କାରଣ ସେ ଚାଲାକ୍,ଯିଏ ଘରକୁ ଆସିଲେ ଅର୍ଥାତ୍ ମାମୁଁ ମାଇଁ,କାକା ଖୁଡ଼ି,ମ‌ଉସା ମାଉସୀ ସମସ୍ତଙ୍କୁ ଘଡ଼ି ଦେଖାଇ ତାର ସଞ୍ଚୟ ବିଷୟରେ କହେ ଫଳରେ ସମସ୍ତେ ତାର ସଞ୍ଚୟ ଦେଖି ଖୁସି ହୋଇ ଘଡିରେ ପ‌ଇସା ପକାନ୍ତି,ଅନ୍ୟ ଭାଇ ମାନେ ଖ‌ର୍ଚି..

ଯିଏ କିଛି ଦେଲେ ଚକୋଲେଟ, ଆଇସକ୍ରିମ ସବୁ କିଣି ଖାଇଦିଅନ୍ତି ତେଣୁ ସଞ୍ଚିତ ରାଶି ଭ‌ଉଣୀ ତୁଳନା ରେ କମ୍, ଅଜା ଲିପି ର ବୁଦ୍ଧି ଦେଖି ବହୁତ ଖୁସି ହେଇ ଆଉ ଗୋଟିଏ ବଡ଼ ଘଡ଼ି ସହିତ କଲର୍ ବକ୍ସ‌ ଦେଲେ ।

       ଅଜା ଘଡ଼ି ଦେବାର ଉଦେଶ୍ୟ ଅତ୍ୟନ୍ତ ମହତ୍ ଥିଲା, ଜୀବନ ରେ ବାଲ୍ୟକାଳରୁ ବଦ୍ ଖର୍ଚ୍ଚ, ସଞ୍ଚିତ ଧନ ର 

ଉପାଦେୟତା,ସେ ବିଷୟରେ ଘଡ଼ି ମାଧ୍ୟମରେ ଗପ କହି

ନାତିନାତୁଣୀ ମାନଙ୍କୁ ବୁଝାଉଥିଲେ ।

           ପିଲାମାନେ ପାଠ ପଢ, କାରଣ ବାଲ୍ୟକାଳରୁ ପାଠ ପ୍ରତି ଆଗ୍ରହ ପ୍ରକାଶ କଲେ ଭବିଷ୍ୟତରେ ବଡ଼ ଓ ଭଲ ମଣିଷ ହୋଇବ,ବଦ୍ ଖର୍ଚ୍ଚ କରିବ ନାହିଁ ଅର୍ଥାତ୍ ଜିଦ୍ କରି ବାପା ମାଆ ଙ୍କୁ କିଛି ମାଗିବ ନାହିଁ କାରଣ ତୁମ ପାଇଁ ଯାହା ଭଲ ଓ ଦରକାର ସେମାନେ ଆପେ ଆପେ ଆଣିଦେବେ, ନମ୍ର ହୁଅ, ଜୀବନ ରେ ସମସ୍ତ ଙ୍କର ପ୍ରିୟ ହେବ।

           ପିଲାମାନେ ହିଁ ଦେଶର ଉଜ୍ବଳ ଭବିଷ୍ୟତ ଗଢ଼ିବା ର ଦାୟାଦ ତେଣୁ ଛୁଆଟି ବେଳୁ ଏହି କଞ୍ଚା ମାଟିକୁ ଗଢି ତୋଳିବା କେବଳ ପିତା ମାତା ଙ୍କୁ ନୁହେଁ ପରିବାର ର ସବୁ ବଡ଼ ମାନଙ୍କ ର ଦାୟିତ୍ଵ, ଆମେ ଯେଉଁ ଭଳି ଗଛ ଲଗେଇବା ସେହିପରି ଫଳ ଖାଇବା ।


Rate this content
Log in