STORYMIRROR

SACHALA GURU

Children Stories

4  

SACHALA GURU

Children Stories

ଅଦୃଶ୍ୟ ଝଡ଼ମନୁଷ୍ୟ ତାର ସଂସାର

ଅଦୃଶ୍ୟ ଝଡ଼ମନୁଷ୍ୟ ତାର ସଂସାର

1 min
228

   ମନୁଷ୍ୟ ତାର ସଂସାର ରୂପକ ସାଗର ରେ ଥାଇ ପ୍ରତି ମୁହୂର୍ତ୍ତ ରେ କିଛି ନା କିଛି ଦୁଃଖ କଷ୍ଟ, ଘାତ ପ୍ରତି ଘାତ ଦେଇ ତାହାର ଜୀବନ କୁ ଅତିବାହିତ କରି ଥାଏ !ସେ କାହାର ଅନିଷ୍ଟ ଚିନ୍ତା ନ କରିଲେ ମଧ୍ୟ୍ୟ ନିଜେ ବିପଦ ର ସଂମୁଖୀନ ହୋଇ ମାନସ ପଟରେ ଘୁମୁରି ଘୁମୁରି ଝୁରୁ ଥାଏ ! ଏପରି ଅଦୃଶ୍ୟ ଝଡ଼ କୁ ସେ କେବେ ହେଲେ ଭୁଲି ପାରେ ନାହିଁ, ନା କାହାକୁ କହିପାରେନାହିଁ !ଜୀବନ ରେ ଏପରି ଝଡ଼ ଘଟିଥାଏ, ତାହାକୁ ଦେଖି ହୁଏ ନାହିଁ ! ସେହି ଉଦେଶ୍ୟ ରେ ମୋର ଏକ ଗଳ୍ପ !

    ଶ୍ରୀରାମ ପୁର ନାମକ ଏକ ଗ୍ରାମ ଥିଲା ! ସେହି ଗ୍ରାମ ରେ ହରି ହର ଜେନା ନାମକ ଜଣେ ବ୍ୟକ୍ତି ବାସ କରୁଥିଲେ !

ତାଙ୍କ ସ୍ତ୍ରୀ ଙ୍କ ନାମ  ମିନତୀ ଜେନା !ତାଙ୍କର ଦୁଇଟି ପୁତ୍ର 

ଥିଲେ !

     ହରି ହର ଜେନାଙ୍କର ଧନ ସମ୍ପତ୍ତିରେ  କୌଣସି ଅଭାବ ନ ଥିଲା ! ତାଙ୍କର ଦୁଇଗୋଟି ଭାଇ ଥିଲେ ! ଏହି ପରି ପରିବାର ବର୍ଗ ଆନନ୍ଦ ରେ କାଳତିପାତ କରୁଥିଲେ !

ତାଙ୍କର ପତ୍ନୀ ଅତୀବ ଧର୍ମ ପରାୟଣଥିଲେ ! ସେ ପରିବାର 

 ରେ ରହି ନାନା ନିର୍ଯାତନା ର ଶିକାର ହୋଇ ମଧ୍ୟ୍ୟ କାହାରି ମନରେ ଦୁଃଖ ଦେଉନଥିଲେ ! 

     ତାଙ୍କର ପୁତ୍ର ଦୁଇ ଙ୍କ ମଧ୍ୟରୁ ବଡ ପୁଅ ର ହଠାତ ଅକାଳ ମୁର୍ତ୍ୟୁ ହୋଇଗଲା ! ସେ ପୁଅର ମୁର୍ତ୍ୟୁ ପରେ ତାହାକୁ ଝୁରି ଝୁରି ଆରପାରିକୁ ଚାଲିଗଲା ! ଏହି ଅକାଳ ଝଡ଼ ପରିବାର ରେ ବହୁ ବେଦନା ସୃଷ୍ଟି କରିଥିଲା ! ସ୍ୱାମୀ ହରିହର ଦୁଃଖ ରେ ଭାଙ୍ଗି ପଡିଥିବା ବେଳେ ହଠାତ ବିଦେଶରୁ ଖବର ଆସିଲା ସାନପୁଅ ରେଳ ଦୁର୍ଘଟଣା ରେ ମୁର୍ତ୍ୟୁବରଣ କରିଛି !

ପିତା ଏହି ଖବର ପାଇ ମୁଣ୍ଡରେ ହାତଦେଇ ବେଞ୍ଚଉପରେ ବସିପଡ଼ିଲେ !


ଏହି ପରି ତାଙ୍କ ପରିବାର କୁ ଅଦୃଶ୍ୟ ଝଡ଼ ଆସିଥିଲା !

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍