Sneha Mishra

Others

4.8  

Sneha Mishra

Others

ଅଦୃଶ୍ୟ ଝଡ

ଅଦୃଶ୍ୟ ଝଡ

2 mins
612


ରାଧୁଆ ଡଙ୍ଗାଟିକୁ ଠିକ କରୁ କରୁ ଦେଖିଲା ଗୁମାସ୍ତା ବାବୁ ଡଙ୍ଗାଟି ଆଡକୁ ଚାହିଁଛନ୍ତି |ବିକଳ ହୋଇ ଦୌଡି ଦୌଡି ଯାଇ ଗୁମାସ୍ତା ବାବୁଙ୍କୁ ପଚାରିଲା --”ଆଜ୍ଞା’ କିଛି ଜବାବ ଦେଲେନି ଯେ |ଗୁମାସ୍ତା ବାବୁ କହିଲେ- ଆଉ କହିବି କଣ କିରେ, ତୁ ତ ବୁଝିପାରୁଥିବୁ |ତୋ ଦୁଃଖ କଥା ତ ମୁଁ ବୁଝିପାରୁଚି | ଘରେ ବାଡୁଅ ଝିଅ ଥିଲେ, କେତେ ଚିନ୍ତା | ହଉ,ଡଙ୍ଗାଟି ତ ଦେଇଦେବୁ- ଆଉ କ’ଣ କହିବି | କଥାଦେଲି ଆଜିଠୁ ତୋ ଭଉଣୀ ମୋର ବୋହୁ ହେଲା | କହି କହି ଚାଲିଗଲେ | ରାଧୁଆ ମୁଣ୍ଡରେ ଯେମିତି ବଜ୍ର ପଡିଗଲା |ଯୌତୁକରେ ଡଙ୍ଗାଟି ନଦେଲେ ଭଉଣୀ ର ବାହଘର ହୋଇପାରିବ ନାହିଁ | ଏଇ ଡଙ୍ଗାଟି ତ ମୋ ଜୀବନ |ମୋ ପିଲାଦିନର ସାଥୀ | ଡଙ୍ଗାଟି ନେଇ ଏଇ ସମୁଦ୍ରରେ କେତେ ଖେଳିଚି | କିନ୍ତୁ ----- |ପରିସ୍ଥିତି ଆଜି ତାକୁ ହାତଛଡା କରେଇବାକୁ ବସିଚି | କିନ୍ତୁ ଉପାୟ ବା କ’ଣ ଅଛି ? ଘରେ ବଡ଼ ଭଉଣୀଟି ବସିଚି, ବାହାଘର ହେଇପାରୁନି |ଯେତେ ପ୍ରସ୍ତାବ ଆସୁଚି ସବୁ ଭାଙ୍ଗି ଯାଇଚି |ସବୁଦିନ ପାଇଁ ଭଉଣୀଟିକୁ ଘରେ ତ ରଖି ପାରିବିନି | ତା’ ନିରୀହ ମୁହଁଟିକୁ ଦେଖିଲେ ମୋ କଲିଜା ଥରିଉଠୁଚି |କେତେ ଗେଲବସରରେ ମା ତାକୁ ପିଲାଦିନୁ ବଢ଼େଇଥିଲା |ପିଲାଦିନୁ ତ ଆମେ ଦୁଇଜଣ ବାପଛେଉଣ୍ଡ |ମା’ ଚାଲିଗଲାବେଳେ ଭଉଣୀ ହାତଟିକୁ ମତେ ଧରେଇଦେଇ କହିଥିଲା "ତୋ ଭଉଣୀ ତତେ ଲାଗିଲାରେ ରାଧିଆ |ଭଉଣୀ ଦାୟିତ୍ୱ ଆଜିଠୁ ତୋ ହାତରେ ",ଏତିକି କହି ଶେଷନିଃଶ୍ୱାସ ତ୍ୟାଗ କରିଥିଲା |ଅମାନିଆ ଲୁହକୁ ଗାମୁଛାରେ ପୋଛୁପୋଛୁ କେତେବେଳେ ଯେ ସମୁଦ୍ର ଭିତରକୁ ପଶି ଆସିଲାଣି ତା’ର ହୋସ୍‍ ନାହିଁ |ହଠାତ୍‍ ପାଣିପାଗ ବିଭାଗର ଅଫିସରଙ୍କ ସ୍ୱର କାନରେ ବାଜିଲା -ବିଶେଷ ସୂଚନା .."ଭୀଷଣ ସାମୁଦ୍ରିକ ଝଡ଼ ମାଡ଼ିଆସୁଛି , ସମୁଦ୍ର ଭିତରକୁ ନ ଯିବା ପାଇଁ ସମସ୍ତଙ୍କୁ ସାବଧାନ କରିଦିଆଯାଉଅଛି |" ରାଧୁଆ ମନେମନେ ଭାବୁଚି ଏମିତି ତ ଅନେକ ଝଡ଼ ଜୀବନରେ ଦେଖିଚି,ଝଡ଼ ସାଙ୍ଗରେ ଖେଳିଖେଳି ବଡ଼ ହେଇଚି ,କିନ୍ତୁ ମନ ଭିତରେ ବର୍ତ୍ତମାନ ଏଇ ଯେଉଁ ଝଡ଼ ସୃଷ୍ଟି ହଉଚି ତାର ମୁକାବିଲା କରିବା ପାଇଁ ସାହସ ନାହିଁ |


Rate this content
Log in