ଅଦ୍ଭୁତ ବନ୍ଧୁତା
ଅଦ୍ଭୁତ ବନ୍ଧୁତା


ଆମେ ଯେତେବେଳେ ସ୍କୁଲରେ ପାଠ ପଢ଼ୁଥିଲୁ l ଆମ ସ୍କୁଲ ରେ ଆମ ଛାତ୍ର ଛାତ୍ରୀ ଦୁଇ ଦଳରେ ଭାଗ ହୋଇଥିଲୁ l
ଗୋଟିଏ ଥିଲା ମୋର ଦଳ ଓ ଅନ୍ୟଟି ଥିଲା ଆମ ସ୍କୁଲର ଆମ ଶ୍ରେଣୀର ଅନ୍ୟଜଣେ ଛାତ୍ର ସୁଶାନ୍ତର ଦଳ l
ନାମ ସିନା ତାହାର ସୁଶାନ୍ତ କିନ୍ତୁ କାମରେ ବିପରୀତ l
ସମସ୍ତଙ୍କୁ ହଇରାଣ କରିବା ତାହାର ନୀତିଗତ ଅଭ୍ୟାସ l ଏପିକି କୌଣସି ଶିକ୍ଷକ ତାହାର ଦୁର୍ବୁଦ୍ଧି ରୁ ମୁକୁଳି ପାରିନାହାନ୍ତି l
କେତେବେଳେ କାହାକୁ କିପରି ବିପଦ ରେ ପକେଇବ ସମସ୍ତେ ସେଥି ପାଇଁ ଡରିଯାନ୍ତି l
ଦିନେ ଆମେ ସମସ୍ତେ ବି ଥାଉ ଶିକ୍ଷକ ଶ୍ରେଣୀ ଉପସ୍ଥାନ ପକେଇବା ପାଁ ଆସିଲେ l ଶିକ୍ଷକ ଯେତେ ବେଳେ ଟେବୁଲ ରୁ ଡ୍ର ଖୋଲିବାକୁ ଲାଗିଲେ ହଟାତ ବେଙ୍ଗ ଟିଏ ଶିକ୍ଷକ ଉପରକୁ ଡିଆଁ ମାରିଲେ l ଶିକ୍ଷକ ଡରିଗଲେ ,ଏହା ଦେଖି ସବୁ ପିଲା ମାନେ ହସିବାକୁ ଲାଗିଲେ l
ଏହା ଦେଖି ସୁଶାନ୍ତ ହସୁଥାଏ l ଶିକ୍ଷକ ରାଗିଯାଇ ତାକୁ ଶ୍ରେଣୀରୁ ବାହାର କରିଦେଲେ l
ଏମିତି ଆଉ ଏକ ଦିନେ ଆମ ଶ୍ରେଣୀର ଜଣେ ଛାତ୍ରକୁ ଦିନେ ହଇରାଣ କରିବା ପାଇଁ ତାହାର ବସିବା ସ୍ଥାନରେ ବିଛୁଆତି ରଖି ଦେଇଥିଲା l ଆଉ ପରବର୍ତ୍ତୀ ଘଟଣା ବର୍ଣ୍ଣନା ଦରକାର ନାହିଁ l
ସେ ସମସ୍ତଙ୍କୁ ହଇରାଣ କରେ କିନ୍ତୁ କେଜାଣି କାହିଁକି ମୋତେ କେବେ ବି ହଇରାଣ କର ମୁଁ ଜାଣିନି l
ଦିନେ ଆମ ସ୍କୁଲ ର ସମସ୍ତେ ପିକନିକ ପାଇଁ ଦୂର ସ୍ଥାନ କୁ ଯାଇଥାଉ l ଏହା ପରେ ଗୋଟିଏ ଜାଗା ରେ ବସ କୁ ରଖି ସମସ୍ତେ ଜଙ୍ଗଲ ଭିତରକୁ ଗଲୁ l
ଏହାପରେ ଟିକିଏ ଆଗକୁ ଗଲାପରେ ନଦୀଟିଏ ପଡିଲା l ମୋ ପଛରେ ସୁଶାନ୍ତ ଚାଲୁଥାଏ l ହଟାତ ମୋ ଗୋଡ ଖସିଗଲା ଆଉ ମୁଁ ନଦୀ ଭିତରେ ପାଣି ଭିତରେ ପଡ଼ିଗଲି l ମୋତେ ନଦୀପାଣି ଭସେଇ ନେଉଥାଏ ଏହା ଦେଖି ସୁଶାନ୍ତ କିଛି ନ ବିଚାରି ନଦୀ ଭିତର ପାଣି କୁ ଲମ୍ଫ ଦେଲା l
ମୋତେ ପାଣିଭିତରେ ଧରିବାକୁ ଚେଷ୍ଟା କରୁଥାଏ କିନ୍ତୁ ନଦୀ ର ତୀବ୍ର ସ୍ରୋତ ରେ ଉଦ୍ଧାର ସମ୍ଭବ ହେଉ ନ ଥାଏ l
ମୁଁ ଆଗେ ଆଗେ ଭାସୁଛି ଓ ମୋ ପଛେ ପଛେ ସୁଶାନ୍ତ ଭାସୁଛି l
ଦୀର୍ଘ ଦେଢ଼ ଦୁଇ ତିନି କି.ମି ପରେ ଗୋଟିଏ ସ୍ଥାନ ରେ ମୋ ହାତଧରି ପକେଇଲା l
ଏହା ପରେ ମୁଁ ସେଠି ଅଚେତ ପ୍ରାୟ ହୋଇପଡିଗଲି l ସୁଶାନ୍ତ ଏତେ ଦୂରରୁ ମୋତେ କାନ୍ଧ ରେ ବୋହି ଆମକୁ ଅପେକ୍ଷା କରୁଥିବା ସ୍ଥାନ ରେ ପହଞ୍ଚେଇ ଦେଲା l ମୁଁ ସବୁ ଅନୁଭବ କରିପାରିଥିଲି ଯେ ସେଦିନ କିପରି ସୁଶାନ୍ତମୋତେ ଏତେ ବଡ ବିପତ୍ତି ରୁ ରକ୍ଷl କରିଥିଲା l
ତା ପର ଠାରୁ ସୁଶାନ୍ତ ଓ ମୋର ମଧ୍ୟ ରେ ବନ୍ଧୁତା ଆରମ୍ଭ ହେଲା l
କେଜାଣି କାହିଁକି ମୋ ସହ ବନ୍ଧୁତା ପରେ ସୁଶାନ୍ତ ଆଉ ଦୁଷ୍ଟାମୀ କଲା ନାହିଁ ଓ ପାଠ ପଢା ରେ ମନ ଦେଲା l ଆଉ ଶେଷରେ ଭଲ ଛାତ୍ର ହିସାବରେ ଆମ ବିଦ୍ୟାଳୟ ର ନାମ ରଖିଲା l.
ସତରେ ଗୋଟିଏ କଥା ଶିଖିବାକୁ ମିଳିଲା -" ଜଣକୁ ବାହାରୁ ରୂପ ଓ ଆଚରଣ ଦେଖି ତାହାର ଚରିତ୍ର କଳନା କରିବା ସତରେ ବଡ ମୁସ୍କିଲ l "