STORYMIRROR

Soumya Shubhadarshinee

Others

4  

Soumya Shubhadarshinee

Others

ଅବସୋସ

ଅବସୋସ

1 min
196


  ଆଖି ଯୋଡିକ ଯେବେ ଲୋତକାପ୍ଲୁତ ହେଇଯାଏ ତୁମର ମୁଁ ବତୁରି ଯାଏ ସେଥିରେ ପୂରାପୂରି । ଲାଗେ କିଛି ଗୋଟେ କରିଦେବି, ଏଇ ଯେମିତି ତୁମ ଶାଶୁକୁ ଚୁପଚାପ 

ହରଣଚାଲ କରିନେବି । ବାସ ତୁମ ଦୁଃଖର ଗୋଟେ ସରଳ ସମାଧାନ ହେଇଯିବ । ସେଇ ଲୁହର ଚିତ୍ର କିନ୍ତୁ ଭାରି ଜୀବନ୍ତ ମୋ ତୁଳୀରେ ଆଃ !..


  ତୁମ ଦେହସାରା ସେ ମାଡ଼ ଦାଗ ଦେଖି ମୁଁ ହତବୁଦ୍ଧି ହେଇଯାଏ । ପ୍ରବଳ କ୍ରୋଧ ହୁଏ ତୁମ ସ୍ୱାମୀ ଉପରେ । ଇଚ୍ଛା କରେ ଲୋକଟାକୁ ପରଗ୍ରହୀ ମାନେ ଅଦୃଶ୍ୟ କରିଦିଅନ୍ତୁ । ଶେଷ ହେଇଯାଉ ଯନ୍ତ୍ରଣାର ଆଲେଖ୍ୟ । ମୁଁ ଆଦୌ ଏମିତି ବିଧ୍ୱସ୍ତ ଚିତ୍ରଟିଏ ଆଙ୍କିବାକୁ ଇଚ୍ଛା ନକଲେ ମଧ୍ୟ ଆଙ୍କି ହେଇଯାଏ ସେତକ ବେଶ ନିଖୁଣ ଭାବେ କେମିତି କେଜାଣି !


  ତୁମେ କିନ୍ତୁ କେବେ ଦିଶନି ହତାଶ । ରୋଜ ସେ ଲାଲ ବିନ୍ଦି ଲଗା ଆଭାମୟୀ ରୂପ ସହ ଉଭାହୁଅ ଆଉ ତୁମେ ଦାଗ ଲଗା ଦେହକୁ ରଙ୍ଗୀନ ଶାଢୀରେ ଢାଙ୍କି କୋମଳ ହସଟିଏ ଫିଙ୍ଗି ଦେଇ ଚାଲିଯାଅ । ରାତିର ଅସ୍ପଷ୍ଟ ଚିତ୍କାର ପବନରେ ମିଳେଇ ସାରିଥାଏ ଆଉ ମୋ ଭିତରର ଦରଦୀ ମଣିଷ ନିସ୍ତୁପ ହେଇ କବର ନିଏ । ମୁଁ କିନ୍ତୁ ଆଦୌ ଉତାରି ପାରେନି ସେ ଅଭିନେତ୍ରୀର ନାଲି ରଙ୍ଗ ମୋ କନ୍ଭାସ୍ ରେ । ସେଇଟା ଗୋଟେ ବିକଳ ଅବସୋସ ।


Rate this content
Log in