STORYMIRROR

Chinmaya Jena

Children Stories Tragedy

2  

Chinmaya Jena

Children Stories Tragedy

ଅଭୁଲା ରାତିର ସ୍ବପ୍ନ

ଅଭୁଲା ରାତିର ସ୍ବପ୍ନ

2 mins
445

ରାମ ଓ ଲକ୍ଷ୍ମଣ ଦୁହେଁ ଗୋଟିଏ ମା ପେଟରୁ ଜନ୍ମ ହୋଇନଥିଲେ ବି ଦୁହେଁ ଦୁହିଁଙ୍କ ପାଇଁ ଜୀବନ ଠାରୁ ଭି ଅଧିକ। ଦି ଜଣଙ୍କର ଜନ୍ମ ଗୋଟିଏ ଗାଁ ଆଉ ଗୋଟିଏ ଦିନରେ ସେଥିପାଇଁ ରାମ ଲକ୍ଷ୍ମଣ ନା ଦିଆଯାଇଛି। ଛୁଆଟି ଦିନରୁ ଦୁହେଁ ଏକା ସହ ଖେଳିବା ଖାଇବା ଗାଧେଇବା ଠୁ ଆରମ୍ଭ କରି ସାଙ୍ଗ ହୋଇ ଗାଁର କାହା ବାଡି ବଗିଚାରେ ପଶି ଆମ୍ବ କି ପିଜୁଳି ଚୋରିକରିବା କାମ କରିଛନ୍ତି। କ୍ରମେ ଦୁହେଁ ବଡ଼ ହେଲେ ଓ ଗାଁ ସ୍କୁଲରୁ ଯାଇ ପାଖ ଉଚ୍ଚ ବିଦ୍ୟାଳୟରେ ଦଶମ ଯାଏଁ ପାଠ ପଢା ସାରିଲେ। ତା ପରେ ଦୁହେଁ ଏକା ସହ ପାଖ ସହରରେ ଥିବା ମହାବିଦ୍ୟାଳୟରେ ପାଠ ପଢା ସାରି ସେନାରେ ଚାକିରି କଲେ। ଭାଗ୍ୟକୁ ଦୁହିଁଙ୍କର ଚାକିରି ଏକା ଜାଗାରେ ସେଇଟା ପୁଣି କଶ୍ମୀର ସୀମାରେ। ଏମିତି ଦୁଇ ସାଙ୍ଗ ହସ ଖୁସିରେ ରହିଥାନ୍ତି।


ସେ ଦିନ ଥାଏ ରବିବାର ଆଉ ଶୀତ ଦିନ ଏମିତିରେ ତ ସେଥି ବହୁତ ଶୀତ ପଡୁଥାଏ।ତେଣୁ ଖାଇବା ସାରି ଯିଏ ଯାହାର ଶୋଇବାକୁ ଗଲେ।ଆଉ ଏମିତି ଶୋଇକି କଥା ହେଉଥିବା ଭିତରେ କେତେବେଳେ ରାମର ଆଖି ଲାଗିଯାଇଛି। ଆଉ ଏହାରି ଭିତରେ ସେ ସ୍ବପ୍ନ ଦେଖୁଥାଏ ଯେ ହଠାତ୍ ରାତି ଅଧରେ କିଛି ଆତଙ୍କବାଦୀ ଆକ୍ରମଣ କରି ସମସ୍ତ ସେନାଙ୍କୁ ନିହତ କରିଦେଇଛନ୍ତି। ଆଜି ଯେତେ ବେଳେ ସେମାନେ ରାମ ଲକ୍ଷ୍ମଣ ଆଡ଼କୁ ଆସି ଗୁଳି ଚଳାଇଲେ ହଠାତ୍ ଲକ୍ଷ୍ମଣ ନିଜ ବନ୍ଧୁକରୁ ଗୁଳିକରି ସବୁ ଆତଙ୍କବାଦୀକୁ ମାରିଦେଇଛି। କିନ୍ତୁ ଏହାରି ଭିତରେ ତା ଦେହରେ ଗୁଳି ବାଜି ସେ ପୁରା ରକ୍ତ ଜୁଡୁବୁଡୁ ହୋଇଯାଇଛି। ଆଉ କିଛି ସମୟପରେ ସେ ସହିଦ୍ ହୋଇଯାଇଛି। ତାର ଏହି ଦୁଃସାହସ ପାଇଁ ତା ମା ବାପାଙ୍କୁ ସମ୍ମାନରେ ସମ୍ମାନିତ କରାଯାଇଛି। ଅତି ବିଚଳିତ ହୋଇ ରାମର ନିଦ ଭାଙ୍ଗିଗଲା ଆଉ ସେ ଯାହା ଦେଖିଲା ନିଜକୁ ବିଶ୍ଵାସ କରି ପାରିଲାନି। ସତକୁ ସତ ସେଠି ଆକ୍ରମଣ ହୋଇଥିଲା ଆଉ ତାକୁ ବଞ୍ଚେଇବାକୁ ଯାଇ ତାର ଭାଇ ସଦୃଶ ତା ପିଲା ଦିନର ସାଙ୍ଗ ଆଉ ଏ ଦୁନିଆରେ ନ ଥିଲା। ଆଉ ସେହି ଠାରେ ରାମ ଅବାକ୍ ହୋଇ ରହିଯାଇଥିଲା। ଆଉ ଅଜିବି ଯେବେ ସେଇ କାଳ ରାତି କରାଳ ସ୍ବପ୍ନ କଥା ରାମର ମନେ ପଡ଼େ ସେ ନିଜକୁ ସମ୍ଭାଳି ପାରେନି। ଆଉ ସେଇ କରାଳ ସ୍ବପ୍ନ ନ ଦେଖିବା ପାଇଁ ଆଜିବି ରାମ ନିଜକୁ ରାତିରେ ଶୋଇବାକୁ ଦେଉନାହିଁ। ଆଉ ରାତିସାରା ବସି ଲକ୍ଷ୍ମଣ ନାମକୁ ଗୁଣୁଗୁଣୁ ହେଉଛି। ସେହିଦିନ ଠାରୁ ସେ ତା ପୋଷାକରେ ରାମ ଲକ୍ଷ୍ମଣର ନାମକୁ ଧାରଣ କରୁଛି। ଯଦି କିଏ ପଚାରେ ତ୍ ସେ ଉତ୍ତରରେ କୁହେ ତା ସାଙ୍ଗ ତା ଭାଇ ତା ସହିତ ସବୁବେଳେ ରହିଛି।


ଏହି ଗଳ୍ପ ମାଧ୍ୟମରେ ମୁଁ ଆମ ଦେଶର ସବୁ ଯବାନ ଭାଇ ମାନଙ୍କୁ ମୋ ହୃଦୟରୁ ସଲାମ କରୁଛି। ଜୟ ଯବାନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍